PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଦୁର୍ଘଟଣାରେ ଜଳିଗଲା ୨ଟି ଟ୍ରକ୍, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର ୧୪।୧୨: ଦୁର୍ଘଟଣାରେ ଜଳିଗଲା ଦୁଇଟି ଟ୍ରକ୍। ଜୀବନ୍ତ ଦଗ୍ଧ ହୋଇଗଲେ ୨ ଡ୍ରାଇଭର। ଲୁହା ପଥର ବୋଝେଇ ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ପରସ୍ପର ସହ ଧକ୍କା ହୋଇ ଘଟଣାସ୍ଥଳରେ ୨ଟି ଯାକ ଟ୍ରକ୍ ଜଳିଯିବା ସହିତ ୨ଟି ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଯୁଜୁମୁରା ଥାନା ନିକଟରେ ଏକ ଟ୍ରକ୍ ସହ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଗ୍ୟାସ୍ ଟ୍ୟାଙ୍କରର ତେଲ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଟି ଗାଡ଼ିର ଭୟାବହ ନିଆଁ ଲାଗିଯାଇଥିଲା। ଫଳରେ ଉଭୟ ଡ୍ରାଇଭର ବହାରକୁ ବାହାରି ନପାରି ଜୀଅନ୍ତା ଜଳି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପଚିଚୟ ମିଳିପାରିନାହିଁ ।

ଖବର ପାଇ ଘଟଣାସ୍ଥଳରେ ଯୁଜୁମୁରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି ।