PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦିପାବଳୀରେ ଶସ୍ତା ହୋଇପାରେ ଟୁ-ହ୍ୱିଲର୍ସ

https://www.indiatoday.in/

ନୂଆଦିଲ୍ଲୀ ୨୬/୮: ଟୁ-ହ୍ୱିଲର ସାଧାରଣ ଲୋକଙ୍କ ଗାଡି । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବାହନ ହେଉଛି ଦୁଇଚକିଆ ଯାନ । କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ ଜିଏସଟି ଆଦାୟ ବିଳାସପୂର୍ଣ୍ଣ ଗାଡି ଅନୁସାରେ ହୋଇଥାଏ । ଇଣ୍ଡଷ୍ଟ୍ରୀର ଚେଷ୍ଟା ପରେ ଏବେ ସରକାରଙ୍କୁ ଏହା ଅନୁଭବ ହୋଇଛି କି ଟୁ-ହ୍ୱିଲରରେ ଜିଏସଟି ହ୍ରାସ କରିବା ଉଚିତ୍ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡଷ୍ଟ୍ରୀର ଏକ ପରାମର୍ଶ ପରେ ଏବେ ନିଜ ବୟାନରେ ଏନେଇ ସଙ୍କେତ ଦେଇଛନ୍ତି । ଜିଏସଟି  ହ୍ରାସ କରିବା ପରାମର୍ଶରେ ମନ୍ତ୍ରୀ କହିଛନ୍ତି କି ଏହା ବାସ୍ତବରେ ଏକ ଭଲ ପରାମର୍ଶ । ଏହାକୁ ଜିଏସଟି କାଉନସିଲ୍ ବୈଠକରେ ଉଠାଯିବ । କାରଣ ଟୁ-ହ୍ୱିଲର ବିଳାସପୂର୍ଣ୍ଣ କିମ୍ବା ଅହିତକର ସାମଗ୍ରୀ ନୁହେଁ । ଏବେ ଏଥିରେ ୨୮ ପ୍ରତିଶତ ଜିଏସଟି ଲାଗୁଛି । ଅର୍ଥମନ୍ତ୍ରୀ ଇଣ୍ଡଷ୍ଟ୍ରୀ ସଙ୍ଗଠନ CII ସହିତ ଏକ ଆଲୋଚନା ସମୟରେ ଏହା କହିଛନ୍ତି ।

ଉଦ୍ୟେଗ ସଙ୍ଗଠନ Confederation of Indian Industries (CII) ତରଫରୁ ଜାରି ଏକ ବୟାନରେ କୁହାଯାଇଛି କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭରସା ଦେଇଛନ୍ତି କି ଇଣ୍ଡଷ୍ଟ୍ରୀ ତରଫରୁ ଦିଆଯାଇଥିବା ଏହି ପରାମର୍ଶ ଅତି ଉତ୍ତମ  । ଏଥିପାଇଁ ଟୁ-ହ୍ୱିଲରର ଜିଏସଟି ଦରରେ ପରିବର୍ତ୍ତନ ଉପରେ ବିଚାର କରାଯିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଏହି ବୟାନ ଜିଏସଟି କାଉନସିଲର ୧୯ ସେପ୍ଟେମ୍ବରରେ ହେବାକୁ ଥିବା ବୈଠକ ପୂର୍ବରୁ ଆସିଥିଲା । ଆଶା କରାଯାଉଛି କି ଏହି ବୈଠକରେ ଟୁ-ହ୍ୱିଲରରେ ଜିଏସଟି ହ୍ରାସ କରିବାର ନିଷ୍ପତ୍ତି ହୋଇପାରେ । ଯଦି ଏମିତି ହୁଏ ତେବେ ଫେଷ୍ଟିଭ୍ ସିଜନରେ ଟୁ-ହ୍ୱିଲର୍ସ ଚାହିଦା ବଢିବ ଏବଂ ବିକ୍ରିରେ ବୃଦ୍ଧି ମଧ୍ୟ ଦେଖିବାକୁ ମିଳିବ । ବର୍ତ୍ତମାନ ଲକଡାଉନ ଓ କରୋନା ଭାଇରସ ସଙ୍କଟ ଯୋଗୁଁ ଟୁ-ହ୍ୱିଲର୍ସର ବିକ୍ରି ଠପ୍ ହୋଇ ପଡିଛି । ଗତ ବର୍ଷ ଦେଶର ସବୁଠାରୁ ବଡ ଟୁ-ହ୍ୱିଲର୍ସ ନିର୍ମାତା ହିରୋ ମୋଟୋକର୍ପ ସରକାରଙ୍କୁ ଜିଏସଟି ହ୍ରାସ କରିବା ପାଇଁ ଅପିଲ୍ କରିଥିଲା ।

ସମ୍ବନ୍ଧିତ ଖବର