ପିଏକୁ ବାହାହେବାକୁ ଧର୍ମ ବଦଳାଇଥିଲେ ଏମଡି : ବିବାହ ପରେ ଦେଲେ ୯ଟି ଫ୍ଲାଟର ଉପହାର

ମୁମ୍ବାଇ ୧୫/୧୦: ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ ଦୁର୍ନୀତି ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ବ୍ୟାଙ୍କରେ ପ୍ରାୟ ୪ରୁ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଜଣାପଡିଛି । ଗ୍ରାହକମାନଙ୍କ ଦ୍ୱାରା ଜମା କରାଯାଉଥିବା ଅର୍ଥକୁ ବେଆଇନ ଭାବେ ବ୍ୟାଙ୍କର କିଛି ବରିଷ୍ଠ ଅଧିକାରୀ ଓ ରାଜନେତା ମିଳିତ ଭାବେ ହେରଫେର କରୁଥିଲେ । ସେହିପରି ସେମାନେ ଗୁଡାଏ ନକଲି ଆକାଉଣ୍ଟ ଖୋଲି ଋଣ ମୁଂଜରି କରାଉଥିଲେ ଏବଂ ସେବାବଦ ଅର୍ଥକୁ ଚଳୁ କରିଦେଉଥିଲେ । ସେଇ ଅର୍ଥରେ ସେମାନେ ବହୁ ମୂଲ୍ୟର ଜମି, କୋଠା କିଣିବା ସହିତ ବିଳାସମୟ ଜୀବନ ବିତାଉଥିଲେ । କିନ୍ତୁ ଏହି ଦୁର୍ନୀତି ସାମ୍ନାକୁ ଆସିଲା ପରେ ଆରବିଆଇ ଦ୍ୱାରା ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କିଛି କଟକଣା ଜାରି କରାଯାଇଛି ।

ଏହାଯୋଗୁ ବହୁ ଲୋକଙ୍କ ଟଙ୍କା ସେଇ ବ୍ୟାଙ୍କରେ ଫସିଯାଇଛି । ଏବେ ଏହି ଦୁର୍ନୀତି ସମ୍ପର୍କରେ ନିୟମିତ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦୁର୍ନୀତିର ଯାଞ୍ଚ କରୁଥିବା ପୁଲିସ କହିଛି କି ଉକ୍ତ ବ୍ୟାଙ୍କର ନିଲମ୍ବିତ ଏମଡି ଜୟ ଥୋମାସ ନିଜ ପିଏଙ୍କୁ ବିବାହ କରିବା ପାଇଁ ଧର୍ମ ବଦଳାଇଥିଲେ ଏବଂ ତାଙ୍କୁ ୯ଟି ଫ୍ଲାଟ ଉପହାର ଭାବେ ପ୍ରଦାନ କରିଥିଲେ ।

ଥୋମାସ ଜେରା ବେଳେ ପୁଲିସକୁ କହିଛନ୍ତି ଯେ ସରକାରୀ କାଗଜପତ୍ରରେ ଏବେ ବି ତାଙ୍କର ନାମ ଜୟ ଥୋମାସ ରହିଛି। କିନ୍ତୁ ସେ ନିଜର ବ୍ୟକ୍ତିଗତ ସହାୟିକାଙ୍କୁ ବିବାହ କରିବା ପାଇଁ ୨୦୦୫ ମସିହାରେ ନିଜର ଧର୍ମ ବଦଳାଇଥିଲେ ଏବଂ ଇସଲାମ ଧର୍ମ ଗ୍ରହଣ କରିଥିଲେ । ହେଲେ ସେ ଏହି ବିବାହକୁ ଗୁପ୍ତ ରଖିଥିଲେ । ଅର୍ଥାତ ତାଙ୍କର ପ୍ରଥମ ପତ୍ନୀ ଏବଂ ପରିବାରର ଅନ୍ୟ ଲୋକଙ୍କୁ ଏ ସମ୍ପର୍କରେ ଜଣାନଥିଲା । ଅନ୍ୟପଟରେ, ଉକ୍ତ ମହିଳାଙ୍କୁ ସେଇ ବ୍ୟାଙ୍କରେ ଶେଷ ଥର ପାଇଁ ୨୦୦୫ ମସିହାରେ ଦେଖାଯାଇଥିଲା । ସେ ସେତେବେଳେ ଅନ୍ୟମାନଙ୍କୁ କହିଥିଲେ ଯେ ସେ ବିବାହ କରିବାକୁ ଯାଉଛନ୍ତି ଏବଂ ବିବାହ ପରେ ଦୁବାଇକୁ ସିଫ୍ଟ କରିବେ ।

ଏହି ବାହାନାରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ । କିନ୍ତୁ ସେ ପ୍ରକୃତରେ ପୁନେରେ ରହୁଥିଲେ । ଥୋମାସ ତାଙ୍କ ନାମରେ ୯ଟି ଫ୍ଲାଟ୍‌ କିଣିଥିଲେ । ଥୋମାସ ନିୟମିତ ଭାବେ ତାଙ୍କ ସହ ସମୟ ବିତାଇବାକୁ ମୁମ୍ବାଇରୁ ପୁନେ ଯାଉଥିଲେ। ମହିଳା ଜଣକ ଏବେ ଏକ ଚକୋଲେଟ କଂପାନି ଚଳାଉଛନ୍ତି । ତା’ଛଡା ନିଜର ଫ୍ଲାଟଗୁଡିକୁ ଭଡାରେ ଲଗାଇ ସେଥିରୁ ହେଉଥିବା ଆୟରେ ଚଳୁଛନ୍ତି । ତେବେ ଥୋମାସଙ୍କ ଆଉ ଜଣେ ପତ୍ନୀ ଅଛନ୍ତି ବୋଲି ଜାଣିବା ପରେ ତାଙ୍କର ପ୍ରଥମ ପତ୍ନୀ ଏବେ ତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।

   ସମ୍ବନ୍ଧିତ ଖବର


ପିଲାବେଳର ଏହି ଫଟୋ ଏବଂ କବିତା ସେୟାର କରି ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମନେପକାଇଲେ ପ୍ରିୟଙ୍କା, ଟ୍ବିଟ୍ କରି ରାହୁଲ ଦେଲେ ଶ୍ରଦ୍ଧାଞ୍ଜଳି

ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ