ଦୁଇ ବର୍ଷ ପରେ ବଦଳିଲା ଏୟାର ଇଣ୍ଡିଆର ଖାଦ୍ୟ ତାଲିକା, ଏଥିରେ କ’ଣ ରହିଛି ଜାଣନ୍ତୁ

ଦୁଇ ବର୍ଷ ପରେ ରାଷ୍ଟ୍ରୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଖାଦ୍ୟ ତାଲିକାରେ ଆଣିଲା ବଡ଼ ପରିବର୍ତ୍ତନ। ଏବେ ଯାତ୍ରୀଙ୍କୁ ସ୍ବାସ୍ଥ୍ୟକର ପ୍ରାତଃକାଳୀନ ଭୋଜନ ଓ ଖାଇବା ଦିଆଯିବ। ଏହା ସହିତ ପ୍ୟାକେଟ ବନ୍ଦ ଏବଂ ତେଲଯୁକ୍ତ ଖାଦ୍ୟ ଦିଆଯିବ ନାହିଁ। ଏହି ନୂଆ ଖାଦ୍ୟ ତାଲିକା ଏପ୍ରିଲ ୧ରୁ ସମସ୍ତ ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଭାବେ ଉଡୁଥିବା ବିମାନରେ ଲାଗୁହେବ।

ଏବେ ଯାତ୍ରୀଙ୍କୁ ବିମାନରେ ବସିବା କ୍ଷଣି ହିଁ ପାନୀୟଜଳ ଭାବେ କୋଲ୍ଡଡ୍ରିଂକ୍ କିମ୍ବା ଡବା ବନ୍ଦ ଥିବା ଜୁସ୍ ବଦଳରେ ଆମ୍ବ ପଣା, ମସଲା ଲସୀ ଏବଂ ଛାଛ୍ ଦିଆଯିବ। କାଜୁ ଓ ବାଦାମ ବଦଳରେ ଏବେ ମୁଗ ଡାଲି ଭଳି ବିଭିନ୍ନ ପ୍ରକାର ଖାଦ୍ୟ ଦିଆଯିବ।

ଏହା ସହିତ ଯାତ୍ରୀଙ୍କୁ ପ୍ରଥମରୁ କଟା ଫଳ ଦିଆଯିବ ନାହିଁ। ଅଧିକ ଦୂର ସ୍ଥାନକୁ ଯିବାକୁ ଥିଲେ ଚଟଣୀ ଏବଂ ଘରେ ବନାଯାଇଥିବା ଆଚାର ମିଳିବ। ଅପରାହ୍ନ ଓ ରାତିରେ ଚାଉଳର ସହିତ ସ୍ଟଫର୍ଡ ପରାଠା, ୟୋଗର୍ଟ ବି ଦିଆଯିବ।

ପ୍ରାତଃ ଭୋଜନରେ ବର୍ଗର, ବ୍ରେଡ୍ ରୋଲ ବଦଳରେ ପୋହା, ଉପମା ଏବଂ ପାଓ୍ବଭାଜୀ ଦିଆଯିବ। ବିମାନରେ ଦୂରରୁ ଯିବାକୁ ଥିଲେ ସେଥିରେ ଆମ୍ବ, ଅଦାରସ, ପୁଦିନା ଚଟଣୀ ଏବଂ ଘରେ ତିଆରି ହୋଇଥିବା ଅଦା ଓ ଲେମ୍ବୁ ଆଚାର, ଲଙ୍କା ଆଚାର, ପାମ୍ପଡ଼ ମିଳିବ। ଖରାଦିନେ ଦହି ଭାତ ଦିଆଯିବ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…