PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଚାଲିଛି ବାହାଘର ଋତୁ.. ଜାଣନ୍ତୁ କେଉଁ ଲେହେଙ୍ଗା ଆପଣଙ୍କୁ ଭଲ ମାନିବ

ବେଲ୍ଟ ଲେହେଙ୍ଗା: ଲେହେଙ୍ଗା ହେଉ ଅବା ଶାଢ଼ି ସେଥିରେ ବେଲ୍ଟ ପିନ୍ଧିବା ଏବେ ଟ୍ରେଣ୍ଡ ଚାଲିଛି । ଅଧିକ କିଛି କରିବାକୁ ପଡ଼ିବ ନାହିଁ । କେବଳ ଶାଢ଼ି କିମ୍ବା ଲେହେଙ୍ଗା ରଙ୍ଗକୁ ଦେଖି ବେଲ୍ଟ ପେୟାର ଅପ୍‌ କରନ୍ତୁ । ବେଲ୍ଟ ପିନ୍ଧିବା ଫଳରେ ଶାଢ଼ି କାନି ଓ ଲେହେଙ୍ଗାର ଦୋପଟା ସହଜରେ ସମ୍ଭାଳି ପାରିବେ ।


ପେଷ୍ଟଲ ଶେଡ୍‌ ଲେହେଙ୍ଗା: ଆମମାନଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ ହାଲ୍‌କା ରଙ୍ଗ ଶାଢ଼ି ହେଉ ଅବା ଲେହେଙ୍ଗା ବାହାଘରରେ ପିନ୍ଧିଲେ ଭଲ ଲାଗିବନାହିଁ । ବାହାଘରରେ ଲାଲ ରଙ୍ଗର ଲେହେଙ୍ଗା କେବଳ ବ୍ରାଇଡାଲ ଲୁକ୍‌ ଦେଇଥାଏ । ଏହା କିନ୍ତୁ ଠିକ୍‌ ନୁହେଁ । ଏବେ ବ୍ରାଇଡଲ ଲୁକ୍‌ ପାଇଁ ଅଧିକାଂଶ ମହିଳା ଫିକା ରଙ୍ଗର ଲେହେଙ୍ଗା ପିନ୍ଧିବାକୁ ଖୁବ୍‌ ପସନ୍ଦ କରୁଛନ୍ତି । ଯେକୌଣସି ଉତ୍ସବରେ ପେଷ୍ଟଲ ଶେଡ୍‌ (ହାଲୁକା ରଙ୍ଗ) ଲେହେଙ୍ଗା ଡିଫରେଣ୍ଟ ଲୁକ୍‌ ଦେଇଥାଏ ।


ଆର୍ଟୱାର୍କ ଲେହେଙ୍ଗା: ଏବେ ଲେହେଙ୍ଗାରେ ବିଭିନ୍ନ ପ୍ରକାର ଆର୍ଟ ହୋଇଥିବାର ଦେଖିବାକୁ ମିଳୁଛି । ଲେହେଙ୍ଗାରେ ବିଭିନ୍ନ ପ୍ରକାର ଚିତ୍ର ହୋଇଥିବା ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି । ଲେହେଙ୍ଗାରେ ବିଭିନ୍ନ ପ୍ରକାର ଚିତ୍ର କରି ଲେହେଙ୍ଗାକୁ ଅଧିକ ଆକର୍ଷଣୀୟ କରାଯାଇଥାଏ । ବାହାଘର ହେଉ କିମ୍ବା କୌଣସି ଉତ୍ସବରେ ଏହି ଲେହେଙ୍ଗା ପିନ୍ଧିଲେ ଷ୍ଟାଇଲିସ୍‌ ଲୁକ୍‌ ଦେବ ।


ଘେରଥିବା ଲେହେଙ୍ଗା: ଲେହେଙ୍ଗାରେ ଘେର ଥିଲେ ସବୁ ବିବାହିତ ମହିଳାଙ୍କୁ ଭଲ ମାନିଥାଏ ।


ମଲ୍‌ଟି କଲର ଲେହେଙ୍ଗା: ମଲ୍‌ଟି କଲର ବ୍ରାଇଡାଲ ଲେହେଙ୍ଗା ବହୁତ ଡିମାଣ୍ଡରେ ରହିଛି । ଏହି ରଙ୍ଗର ଲେହେଙ୍ଗା ସୁନ୍ଦର ଲୁକ୍‌ ଦେଇଥାଏ । ଏହାକୁ ବାହାଘରରେ ବିବାହ କରୁଥିବା ମହିଳା ପିନ୍ଧିପାରିବେ । ଏହାସହ ଯଦି କୌଣସି ବିବାହ ଉତ୍ସବକୁ ଯାଉଛନ୍ତି ମହିଳାମାନେ ଏହାକୁ କ୍ୟାରି କରିପାରିବେ ।