୧୯ବର୍ଷରୁ କମ୍ ବିଶ୍ୱକପ୍: ଅଷ୍ଟ୍ରେଲିଆ ଦଳରେ ଭାରତୀୟ, ଦୁଇ ହାତରେ ବୋଲିଂ କରି ଚକିତ କରୁଛନ୍ତି ରାଧାକ୍ରିଷ୍ଣନ

କିଙ୍ଗଷ୍ଟନ,୧୬/୦୧: ୱେଷ୍ଟ ଇଣ୍ଡିଜରେ ଆରମ୍ଭ ହୋଇଥିବା ୧୯ବର୍ଷରୁ କମ୍ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଖେଳାଳି ଦୁଇ ହାତରେ ବୋଲିଂ କରି କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଦେଇଛନ୍ତି । ଏହି ଖେଳାଳିଙ୍କ ନାମ ନିଭେଥନ ରାଧାକ୍ରିଷ୍ଣନ ।
ଆୟୋଜକ ୱେଷ୍ଟ ଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଇଥିଲା ଉଦ୍ଘାଟନୀ ମୁକାବିଲା । ଏହି ମ୍ୟାଚ୍ରେ ରାଧାକ୍ରିଷ୍ଣନ ୧୦ ବୋଲିଂ କରି ୪୮ ରନ୍ ବିନିମୟରେ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ସେ ଉକ୍ତ ୧୦ ଓଭର ମଧ୍ୟରେ ଉଭୟ ହାତରେ ବଲ୍ ପକାଇଥିଲେ । ବିଶେଷ କରି ସେ ଡାହଣ ହାତି ବ୍ୟାଟ୍ସମ୍ୟାନଙ୍କୁ ବାମ ହାତରେ ଓ ବାମ ହାତି ବ୍ୟାଟ୍ସମ୍ୟାନଙ୍କୁ ଡାହଣ ହାତରେ ବୋଲିଂ କରିଥିଲେ । ପରେ ସେ ୩୧ ରନ୍ର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଧାକ୍ରିଷ୍ଣନ୍ ଜନ୍ମ ତାମିଲନାଡୁରେ । ସେ ପରିବାର ସହ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି । ଗତ ସିଜନରେ ସେ ନେଟ୍ ବୋଲର ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେଇଥିଲେ ।