PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ପୁଣିଥରେ ମୁହାଁମୁହିଁ ବିଶ୍ୱର ଦୁଇ ମହାଶକ୍ତି ଋଷ ଓ ଆମେରିକା

pic-the print

ମସ୍କୋ: ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇଟି ମହାଶକ୍ତି ଋଷ ଓ ଆମେରିକା। ୟୁକ୍ରେନ୍‌କୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ବଢୁଥିବା ତିକ୍ତତାକୁ ଦେଖି ଋଷ ଦେଶରୁ ଆମେରିକା ରାଷ୍ଟ୍ର ଦୂତଙ୍କୁ ଚାଲିଯିବାକୁ କହିଥିବା ବେଳେ ଆମେରିକା ମଧ୍ୟ ରୁଷକୁ ଚେତାବନୀ ଦେଇଛି। ୟୁକ୍ରେନ୍‌ ସୀମରୁ ଋଷ ତାର ସେନା ହଟାଉ ନହେଲେ ପୂର୍ବଠାରୁ ଅଧିକ ପ୍ରତିବନ୍ଧକ ଲାଗିବ, ଯାହା ଋଷକୁ ମହଙ୍ଗା ପଡ଼ିବ ବୋଲି ଆମେରିକା କହିଛି। ଋଷିଆର ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରିବା ଆମେରିକା କାର୍ଯ୍ୟ ଆମେରିକାକୁ ପୂର୍ବଠାରୁ ଆହୁରି କଠିନ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ କରୁଛି ବୋଲି ଆମେରିକା କହିଛି।

ଏନେଇ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ୍ କହିଛନ୍ତି ଯେ ପୁଟିନ ଯୁଦ୍ଧ କରିବାକୁ ଚାହୁଁଛନ୍ତି କି ନା ଆମେ ଜାଣୁ ନା। କିନ୍ତୁ ସେ ଯେଉଁଠି ଅସ୍ତ୍ର ମୁତୟନ କରିଛନ୍ତି ସେ ଚାହିଂଲେ ଆକ୍ରମଣ କରିପାରିବେ। ଋଷିଆ ଯୁଦ୍ଧ ପଥର ଅଗ୍ରସର ହେବା ଉଚିତ୍‌ କି ? ୟୁକ୍ରେନ୍ କଥା ଆସିଲେ ଆମେ ପୂର୍ବରୁ ଏହା ସ୍ପଷ୍ଟ କରିଛୁ ଯେ ଆମେ ବି ଆକ୍ରମଣର ଜବାବ ଦୃଢ଼ତାର ସହ ଦେବୁ।

ଏଥିରେ ଅନେକ ଉଚ୍ଚସ୍ତରୀୟ ଅର୍ଥନୈତିକ ପ୍ରତିବନ୍ଧକ ରହିଛି ଯାହା ଆମେ ଅତୀତରେ ଲଗାଇବାକୁ ମନା କରିଥିଲୁ। ଏହିସବୁ ପ୍ରତିବନ୍ଧକ ଲାଗିଲେ ଋଷ ଅର୍ଥନୀତି ଦୋହଲିଯିବ ବୋଲି ବ୍ଲିଙ୍କନ କହିଛନ୍ତି। ୟୁରୋପୀୟ ଦେଶ ଲାତଭିଆନ ରାଜଧାନୀ ରିଗାରେ ନାଟୋ ଓ ୟୁକ୍ରେନ୍‌ର ବିଦେଶମନ୍ତ୍ରୀମାନଙ୍କ ସହିତ ଆଲୋଚନା ପରେ ବ୍ଲିକଙ୍କନ ଋଷିଆକୁ ଏପରି ଚେତାବନୀ ଦେଇଛନ୍ତି।

ସୂଚନା ଥାଉକି ୨୦୧୪ ମସିହାରେ ଋଷ ୟୁକ୍ରେନ୍‌ର କ୍ରିମେନ ପେନିନ୍ସୁଲା ଉପରେ କବ୍ଜା କରିଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ନେଉ ନାହିଁ ବରଂ ନାଟୋର ଚେତାବନୀମୁଳକ ବ୍ୟବହାରର ଜବାବ ଦେଉଛି ବୋଲି ଋଷ କହିଛି। ଋଷର କହିବା କଥା ହେଲା ଦେଶର ପୂର୍ବ ଭାଗରେ ଋଷିଆ ସମର୍ଥକଙ୍କ ଅଧିନରେ ଥିବା ଡୋଙ୍ଗବାସ ଅଞ୍ଚଳକୁ ୟୁକ୍ରେନ୍‌ ସେନା ବଳରେ ପୁଣି ହାତେଇବାକୁ ଚେଷ୍ଟା କରୁଛି। ହେଲେ ୟୁକ୍ରେନ୍ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ଅତି ଦୁଃସାହସିକ କାର୍ଯ୍ୟ ବୋଲି ୟୁକ୍ରେନ୍ କହିଛି।    

ଋଷର କହିବା କଥା ହେଲା ଦେଶର ପୂର୍ବ ଭାଗରେ ଋଷିଆ ସମର୍ଥକଙ୍କ ଅଧିନରେ ଥିବା ଡୋଙ୍ଗବାସ ଅଞ୍ଚଳକୁ ୟୁକ୍ରେନ୍‌ ସେନା ବଳରେ ପୁଣି ହାତେଇବାକୁ ଚେଷ୍ଟା କରୁଛି। ହେଲେ ୟୁକ୍ରେନ୍ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ଅତି ଦୁଃସାହସିକ କାର୍ଯ୍ୟ ବୋଲି ୟୁକ୍ରେନ୍ କହିଛି। ତେବେ ଋଷ ସେନାକୁ ଜବାବ ଦେବାକୁ ସୀମାରେ ବହୁ ସଂଖ୍ୟାରେ ୟୁକ୍ରେନ୍‌ ସେନା ମୁତୟନ ଥିବାରୁ ଋଷ କୌଣସି ଉତ୍ତଜେନାମୁଳକ କାର୍ଯ୍ୟ କରିବ ନାହିଁ ବୋଲି ୟୁକ୍ରେନ କହିଛି।

ସମ୍ବନ୍ଧିତ ଖବର