PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ମା’ ସରକାରୀ ବସରେ କଣ୍ଡକ୍ଟର,ଏବେ ପୁଅକୁ ମିଳିଲା ଭାରତୀୟ କ୍ରିକେଟ ଟିମରେ ସ୍ଥାନ

ମୁମ୍ବାଇ,୩୧।୮:​‌ଦୁନିଆରେ ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାର ରାସ୍ତା କଣ୍ଟକିତ ନୁହେଁ। ତେବେ ସେହି କଣ୍ଟକିଟ ରାସ୍ତାରେ ଯିଏ ନିଜର ଲକ୍ଷ୍ୟକୁ ହାସଲ କରେ ସେ ନିହାତି ସଫଳତା ପାଏ। ଏବେ ଏହାର ଉଦାହରଣ ପାଲଟିଛନ୍ତି ଭାରତୀୟ ଅଣ୍ଡର-୧୯ଟିମରେ ସ୍ଥାନ ପାଇଥିବା କ୍ରିକେଟର ଅର୍ଥବ ଅଙ୍କୋଲେକର। ମାତ୍ର ୯ ବର୍ଷ ବୟସରେ ଅଥର୍ବଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ମା’ ଏଥିରେ ଭାଙ୍ଗିନପଡି ପୁଅର ମୁହଁକୁ ଦେଖି ନିଜେ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଥିଲେ। ଅର୍ଥବଙ୍କ ବାପା ମୁମ୍ବାଇର ସରକାରୀ ବସରେ କଣ୍ଡକ୍ଟର ଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କର ମା’ ଏହି ଚାକିରି କରିଥିଲେ।

ପରିବାରର ଆର୍ଥିକ ଅନାଟନ ଏବଂ ବିଭିନ୍ନ ପ୍ରକାର ସମସ୍ୟାକୁ ପାର କରିବ ଅର୍ଥବ ଏବଂ ତାଙ୍କର ମା’ ଆଜି ସଫଳତା ପାଇଛନ୍ତି। ଅର୍ଥବଙ୍କ ଜନ୍ମ ୨୬ ସେପ୍ଟେମ୍ବର ୨୦୦୦ରେ ହୋଇଥିଲା। ଅର୍ଥବ ହେଉଛନ୍ତି ଜଣେ ବାମହାତୀ ସ୍ପିନର। ସେ ମୁମ୍ବାଇର ରିଜଭି କଲେଜରେ ପଢୁଛନ୍ତି।ଅର୍ଥବ ଏବେ ମଧ୍ୟ ନିଜର ବାପାଙ୍କୁ ଖୁବ୍ ମନେପକାନ୍ତି। ପିଲାବେଳେ କିଭଳି ତାଙ୍କ ବେଡ୍ ପାଖରେ ତାଙ୍କ ବାପା ବ୍ୟାଟ୍ ଆଣି ରଖିଦେଉଥିଲେ ଓ କ୍ରିକେଟ ଖେଳିବାକୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ ତାହା ଆଜି ଅର୍ଥବଙ୍କୁ ଖୁବ୍ ମନେପଡେ। ଏବେ ଅର୍ଥବଙ୍କ ସ୍ବପ୍ନ ହେଉଛି କଠିନ ପରିଶ୍ରମ କରି ସେ ଟିମ୍ ଇଣ୍ଡିଆରେ ଖେଳିବା।

ଶ୍ରୀଲଙ୍କାରେ ଆସନ୍ତା ମାସ ହେବାକୁ ଥିବା ୟୁଥ ଏସିଆ କପ୍(ୟୁ-୧୯) ପାଇଁ ତାଙ୍କର ନାମ ଘୋଷଣା କରାଯାଇଛି। ଏହି ଟିମର ନେତୃତ୍ବ ନେବେ କାର୍ଗିଲ ହିରୋଙ୍କ ପୁଅ ଧ୍ରୁବ ଜୁରେଲ। ୯ ବର୍ଷ ପୂର୍ବେ ଅର୍ଥବ ଏକ ପ୍ରାକ୍ଟିସ୍ ମ୍ୟାଚରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଆଉଟ୍ କରିଦେଇଥିଲେ। ଏହାପରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ଏହାପରେ ସଚିନ ତାଙ୍କୁ ନିଜର ଅଟୋଗ୍ରାଫ ଥିବା ଏକ ଗ୍ଲବସ୍ ଉପହାରରେ ଦେଇଥିଲେ।

ସମ୍ବନ୍ଧିତ ଖବର