UAE ରେ ପହଞ୍ଚିଲେ ସିଏସ୍‌କେ, ଆର୍‌ସିବି, ଏମ୍‌ଆଇ

ନୂଆଦିଲ୍ଲୀ, ୨୨/୦୮: ଗୁରୁବାର ଦିନ ଆଇପିଏଲର ୩ ଦଳ ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍‌ ରାଇଡର୍ସ ଏବଂ କିଙ୍ଗ୍‌ସ ଏକାଦଶ ୟୁଏଇରେ ପହଞ୍ଚିଥିଲେ । ପୁଣି ଆଉ ୩ଟି ଦଳ ପହଞ୍ଚିଛନ୍ତି । ସେମାନେ ହେଲେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରବିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)। ଦୁବାଇରେ ପହଞ୍ଚିବା ପରେ ଏହି ତିନି ଦଳର ଅଫିସିଆଲ୍‌ ଟ୍ୱିଟରରେ ଫଟୋ ପୋଷ୍ଟ୍‌ କରାଯାଇଛି ।

ଆଇପିଏଲ୍‌-୧୩ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ଖେଳାଳିମାନଙ୍କ ଦୁଇ ପର୍ଯ୍ୟାୟରେ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା । ଯେଉଁ ମାନଙ୍କର ରିପୋର୍ଟ ପୋଜିଟିଭ ଆସିଛି ସେମାନେ ହିଁ ୟୁଏଇ ଯାତ୍ରା କରିଛନ୍ତି।ଖେଳାଳିମାନେ ପହଞ୍ଚି ସେଠାରେ୬ ଦିନ ସଙ୍ଗରୋଧରେ ରହିବେ। ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ ଖେଳାଳି ଓ ଅଫିସିଆଲ ମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯିବ। ଏହାପରେ ଯାଇ ସେମାନଙ୍କୁ ଜୈବ-ସୁରକ୍ଷା ବଳୟ ମଧ୍ୟରେ ପ୍ରବେଶ ଅନୁମତି ମିଳିବ ଏବଂ ସେମାନେ ଅଭ୍ୟାସ ଆରମ୍ଭ କରିବେ। ଏହାପରେ ପ୍ରତି ୫ ଦିନରେ ଥରେ ପରୀକ୍ଷା କରାଯିବ ।

ବିସିସିଆଇ ୟୁଏଇରେ ପହଞ୍ଚିବା ପୂର୍ବରୁ ଖେଳାଳିମାନଙ୍କୁ ଚେତାବନୀ ଦେଇଥିଲା । ଯେମିତି କୌଣସି ଖେଳାଳି କୋଭିଡ୍‌-୧୯ ନିୟମର ଉଲ୍ଲଂଘନ ନକରନ୍ତି । ସଙ୍ଗରୋଧରେ ରହିବା ସମୟରେ ଖେଳାଳିଙ୍କୁ ହୋଟେଲ ବାହାରକୁ ଯିବା ଉପରେ କଟକଣା ଲଗା ଯାଇଛି । ସଙ୍ଗରୋଧରେ ରହିବା ସମୟରେ ଖେଳାଳିମାନେ ନିଜ ହୋଟେଲ୍‌ କୋଠରୀରୁ ବାହାରକୁ ବାହାରିବା ମନା ରହିଛି । ମାତ୍ର ଏହି ନିୟମରେ କିଛିଟା କୋହଳ କରାଯାଇଛି । ଗତକାଲି ପହଞ୍ଚିଥିବା ଦଳ ଗୁଡ଼ିକର ଖେଳାଳିମାନେ ରୁମରୁ ବାହାରି ବାଲକୋନିରେ ଛିଡ଼ା ହୋଇ ପରସ୍ପର ସହ କଥା ହୋଇଥିଲେ । ଟିମ୍‌ ଟ୍ରେନର ଫିଟ୍‌ନେସ୍‌ ସଂପର୍କରେ ଟିପ୍ସ ମଧ୍ୟ ଦେଇଥିଲେ । ରାଜସ୍ଥାନ ଦଳର ସମସ୍ତ ଖେଳାଳି ଓ ଅଫିସିଆଲଙ୍କ ପ୍ରଥମ ଥର
କୋଭିଡ୍‌ ପରୀକ୍ଷା ଶେଷ ହୋଇଛି । କିଙ୍ଗ୍‌ସ ଏକାଦଶର ମଧ୍ୟ ହୋଇଥିବା ଜଣା ପଡ଼ିଛି ।

ସୁପର କିଙ୍ଗ୍‌ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୟୁଏଇ ଯାତ୍ରା କରିବା ପରେ ବାକି ଆଉ
ଦୁଇ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ବାକି ରହିଛି । ଆସନ୍ତା ରବିବାର ସୁଦ୍ଧା ଏହି ଦୁଇ ଦଳ ୟୁଏଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’

ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଟେଷ୍ଟ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଲାଗି ପାରେ ବ୍ରେକ୍; ଆଇସିସି ଅଧ୍ୟକ୍ଷ ଦେଲେ ସଙ୍କେତ, କହିଲେ-ଫାଇଦା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ