ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ଦେଇଥିବା ପ୍ରିନ୍ସଙ୍କ ପାଇଁ ଇମ୍ରାନ ଦିନେ ପାଲଟିଥିଲେ ଡ୍ରାଇଭର,ଏବେ ଟ୍ବିଟରରେ ତାଙ୍କୁ କରାଯାଉଛି ଏଭଳି ପରିହାସ

ନୂଆଦିଲ୍ଲୀ,୨୫।୮: ଭାରତ ବିରୋଧରେ ପାକିସ୍ତାନ ବିଶ୍ବର ବହୁ ଦେଶ ଆଗରେ ଗୁହାରୀ କରୁଥିଲେ ମଧ୍ୟ ତା’ର କଥାକୁ କେହି ଟିକେ ମଧ୍ୟ ଗୁରୁତ୍ବ ଦେଉନାହାନ୍ତି। ଏହାର କାରଣ ହେଉଛି ବିଶ୍ବସ୍ତରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି।  କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ବିବାଦ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଥାଏ। କିନ୍ତୁ ଏବେ କଶ୍ମୀର ନୁହେଁ ମୋଦି ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିକୁ ନେଇ ଏବେ   ଏବେ ପୁଣି ଥରେ ଅନ୍ତର୍ଜାତୀୟ ସୋସିଆଲ ମିଡିଆରେ ଭାରତ ଓ ପାକିସ୍ତାନକୁ ନେଇ ଚର୍ଚ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଡ୍ରାଇଭର କହି ସୋସିଆଲ ମିଡିଆରେ ପୁଣିଥର ଟାର୍ଗେଟ କରିଛନ୍ତି ୟୁଜର।

ଏହାର କାରଣ ହେଲା ଗତ  ଫେବୃଆରୀରେ ପାକିସ୍ତାନ ଆସିଥିବା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ  ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିଜେ କାର ଡ୍ରାଇଭିଂ କରି   ପାଛୋଟି ନେଇଥିଲେ। ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ ଇମ୍ରାନ୍ ଖାନ୍ ଏପରି ବନ୍ଧୁତ୍ବପୂର୍ଣ୍ଣ ଆଚରଣ ଦେଖାଇଥିଲେ ବୋଲି ପାକିସ୍ତାନ କହିଥିଲେ। କିନ୍ତୁ ଏବେ ଉଭୟ ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।  ନିକଟରେ ଇମ୍ରାନଙ୍କ ଦଳର ମହିଳା ସାଂସଦ ତାଙ୍କୁ ସଂସଦରେ ଡ୍ରାଇଭର ବୋଲି କହିଥିଲେ, ଯାହାକୁ ନେଇ ବିରୋଧୀ ମଧ୍ୟ ଖୁବ୍ ଥଟ୍ଟା ପରିହାସ କରିଥିଲେ। ଏବେ ଏହି ଘଟଣା ପରେ ଇମ୍ରାନ ଖାନଙ୍କୁ ଡ୍ରାଇଭର ସହିତ ତୁଳନା କରିଛନ୍ତି ବହୁ ୟୁଜର।

ଆଲୋକ ଭଟ୍ଟ ନାମକ ଜଣେ ୟୁଜର ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ଯେଉଁଠି ନରେନ୍ଦ୍ର ମୋଦିଙ୍କୁ ଅର୍ଡର ଅଫ୍ ଜାୟେଦ୍‌ ସମ୍ମାନ ମିଳୁଛି ଅନ୍ୟପଟେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଠ ପଢ଼ିଥିବା ବ୍ୟକ୍ତିକୁ ଡ୍ରାଇଭିଂ କରିବାର ସୁଯୋଗ ମିଳୁଛି।

ସେଭଳି ଅଭିଯୁକ୍ତ ମଜୁମଦାର ନାମକ ଜଣେ ୟୁଜର ମୋଦିଙ୍କୁ ବିଭିନ୍ନ ଦେଶରୁ ମିଳିଥିବା ସମ୍ମାନର ଲିଷ୍ଟ ଟ୍ବିଟରରେ ଦେଖିଛନ୍ତି।

ସବୁଠାରୁ ମଜାଦାର କଥା ହେଉଛି, ଇମ୍ରାନ ଖାନଙ୍କୁ ପରିହାସ କରିବାରେ ପାକିସ୍ତାନର ଲୋକ ମଧ୍ୟ ପଛରେ ନାହାନ୍ତି। ଫଓ୍ବାଦ ରେହମାନ ନାମକ ଜଣେ ପାକିସ୍ତାନୀ ସେ ମଧ୍ୟ ମୋଦିଙ୍କୁ ୟଏଇର ହାଇଏଷ୍ଟ ଟିପ୍ ଡ୍ରାଇଭର ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା