ଉବେର ହାୟର୍ କରୁଛନ୍ତି କି, ରୁହନ୍ତୁ ସାବଧାନ କାରଣ ଏହି ଡ୍ରାଇଭିଂ କ୍ୟାବ୍ ରେ ୫୯୮୧ ଯୌନ ଉତ୍ପୀଡନ ମାମଲା, ୪୬୪ ଦୁଷ୍କର୍ମ ଓ ୧୯ ହତ୍ୟା

ନୂଆଦିଲ୍ଲୀ, ୦୭|୧୨ :  ଉବେରକୁ ୨୦୧୭ରୁ ୨୦୧୮ ମଧ୍ୟରେ ଯୌନ ଉତ୍ପୀଡନର ୫୯୮୧ଟି ଅଭିଯୋଗ ଆସିଛି। ଏଥିରେ ୪୬୪ଟି ଦୁଷ୍କର୍ମ ମାମଲା ରହିଛି। ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଉବେର ଏହିଭଳି ରିପୋର୍ଟ ଜାରି କରିଛି। ଏହା କେବଳ ଆମେରିକାର ରିପୋର୍ଟ ଅଟେ।

ସିଏନଏନ୍ ଅନୁସାରେ ଉବେର ଏକ ୮୪ ପୃଷ୍ଠାର ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଦୁଷ୍କର୍ମ ପୀଡିତଙ୍କ ମଧ୍ୟରେ ୯୨ ପ୍ରତିଶତ ଯାତ୍ରୀ ରହିଥିବା ବେଳେ ୭ ପ୍ରତିଶତ ଚାଳକ ରହିଛନ୍ତି। ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ୧୯ଟି ହତ୍ୟା ମାମଲା ରହିଛି। ୫୮୭ଟି ଦୁଷ୍କର୍ମ ଉଦ୍ୟମ ମାମଲା ନେଇ ଅଭିଯୋଗ ଆସିଛି। ତେବେ ୫ଟି ସବୁଠାରୁ ଗମ୍ଭୀର ମାମଲାରେ ୧୬ ପ୍ରତିଶତ ହ୍ରାସ ଘଟିଛି।

୨୦୧୭ରେ ୧୦ଟି ଓ ୨୦୧୮ରେ 9ଟ୯ ଜୀବନ ଘାତକ ମାମଲା ସାମ୍ନାକୁ ଅସିଛି। ୨୦୧୭ରେ ୨୯୩୬ ଓ ୨୦୧୮ରେ ୩୦୪୫ଟି ଯୌନ ହିଂସା ମାମଲା ଅଭିଯୋଗ ହୋଇଛି। କିନ୍ତୁ ଉବେରର କହିବାନୁସାରେ, ଯେତେ ପରିମାଣର ସେବା ଏହି ସଂସ୍ଥା ଯୋଗାଉଛି, ତାହା ତୁଳନାରେ ଅପରାଧ ସଂଖ୍ୟା କମ। ଆମେରିକାର ୧.୩ ମିଲିୟନ ଲୋକଙ୍କୁ ଏହି ସୁବିଧା ମିଳୁଛି। ଯାହାର ଅନୁପାତରେ ଅପରାଧ  ସଂଖ୍ୟା ୩ ପ୍ରତିଶତରୁ କମ ରହିଛି। ତେବେ ଏହି ସବୁ ଅଭିଯୋଗ ପାଇଁ ଉବେରକୁ ତାହାର ପ୍ରତିଦ୍ୱନ୍ଦ୍ୱୀ ଲିଫ୍ଟ ତରଫରୁ ଚାପ ସୃଷ୍ଟି ହେଉଛି।

ସୂଚନାଯୋଗ୍ୟ, ୨୦୧୭ରେ ଉବେରର ଏକ ମାମଲା ଭାରତରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଜଣେ ମହିଳାଙ୍କୁ ଯାତ୍ରା ସମୟରେ ଉବେର ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଏହା ପୂର୍ବରୁ ଆମେରିକାରେ ସିଏନଏନ ଉବେର ଯାତ୍ରୀଙ୍କ ଅଭିଯୋଗ ଆଧାରରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ୧୦୩ ଉବେର ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଦର୍ଶାଯାଇଥିଲା।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା