ଆଣ୍ଡାମାନ ପହଁଞ୍ଚିଲା ଫାଷ୍ଟ-ସ୍ପିଡ୍ ଇଣ୍ଟରନେଟ୍, ସମୁଦ୍ର ଭିତରେ ୨,୩୧୨ କିଲୋମିଟର ପର୍ଯ୍ୟନ୍ତ ଗଲା କେବୁଲ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨,୩୧୨ କିଲୋମିଟର ଲମ୍ବା ଚେନ୍ନାଇ-ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜ(ସିଏନଆଇ) ଅପ୍ଟିକାଲ ଫାଇବର କେବୁଲ(ଓଏଫସି) ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ସମୁଦ୍ର ଭିତରେ ପକାଯାଇଥିବା କେବୁଲ ପୋର୍ଟ ବ୍ଲେୟାରକୁ ସ୍ବରାଜ ଦ୍ବୀପ(ହେଭଲକ୍), ଲିଟର ଆଣ୍ଡାମାନ, କାର ନିକୋବର, କାମୋରତା, ଗ୍ରେଟ୍ ନିକୋବର, ଲାଗା ଆଇଲାଣ୍ଡ ଓ ରଙ୍ଗଟକୁ ମଧ୍ୟ ଯୋଡିବ। ଏହି ପ୍ରୋଜେକ୍ଟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ପୋର୍ଟ ବ୍ଲେୟାରରେ ଡିସେମ୍ବର ୨୦୧୮ରେ କରିଥିଲେ ଓ ଏହି ପ୍ରୋଜେକ୍ଠ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି।

ଏହି ପ୍ରୋଜେକ୍ଟର ଆରମ୍ଭ ହେବା ଫଳରେ ଆଣ୍ଡାମାନ ନିକୋବର ଦ୍ବୀପ ସମୂହରେ ମୋବାଇଲ, ବ୍ରଡବ୍ୟାଣ୍ଡ ଓ ଲ୍ୟାଣ୍ଡଲାଇନ୍ ଦୂରସଞ୍ଚାର ସେବା ଭଲ ଓ ଭରସାଯୋଗ୍ୟ ହେବ। ଏହି ସେବା ଦେଶର ଅନ୍ୟ ଭାଗରେ ଆଗକୁ ଲାଗୁ ହେବ। ଏହାଦ୍ବାରା ସେଠାରେ ୪ଜି ସେବା ମଧ୍ୟ ସୁଧୁରିପାରିବ। ସବମରିନ୍ ଅପ୍ଟିକାଲ ଫାଇବର କେବୁଲ ଲିଙ୍କ ଚେନ୍ନାଇ ଓ ପୋର୍ଟ ବ୍ଲେୟାର ଭିତରେ 2×100 ଜିବିପିଏସ୍ ଦେବ।

ଏହାଦ୍ବାରା ଦ୍ବୀପ ଉପରେ ଭରସାଯୋଗ୍ୟ, ମଜବୁତ ଓ ଦ୍ରୁତ ଦୂରସଞ୍ଚାର ଓ ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହେବ, ଯାହାକି ଗ୍ରାହକଙ୍କ ସହିତ ରଣନୈତିକ ଓ କାମର ଦୃଷ୍ଟିକୋଣରୁ ଉଲ୍ଳେଖନୀୟ ଉପଲବ୍ଧି ହେବ। ଅଧିକାରୀଙ୍କ ସୂଚନା ଅନୁସାରେ, ଭଲ ଦୂରସଞ୍ଚାର ଓ ବ୍ରଡବ୍ୟାଣ୍ଡ ସମ୍ପର୍କ ସୁବିଧାରୁ ଆଣ୍ଡାମାନ ନିକୋବର ଦ୍ବୀପ କ୍ଷେତ୍ରରେ ପର୍ଯ୍ୟଟନ ଓ ରୋଜଗାର ସୃଜନକୁ ଗତି ମିଳିବ। ଏହା ସହିତ ଅର୍ଥବ୍ୟବସ୍ଥା ସୁଦୃଢ ହେବ ଓ ଲୋକଙ୍କ ଜୀବନ ସ୍ତର ସୁଧୁରିବ। ଭଲ କନେକ୍ଟିଭିରୁ ଟେଲିମେଡିସିନ୍ ଓ ଟେଲି-ଏଜୁକେସନକୁ ସୁବିଧା ମିଳିବ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା