PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଉଦୟ ଚୋପ୍ରାଙ୍କ ମନକୁ ଆସୁଛି ଆତ୍ମହତ୍ୟା କରିବାର ଇଛା, ଜାଣନ୍ତୁ କାହିଁକି…

ମୁମ୍ବାଇ,୨୩।୩: ସିନେ ଜଗତର ପ୍ରଖ୍ୟାତ ଫିଲ୍ମ ନିର୍ଦେଶକ ୟଶ ଚୋପ୍ରାଙ୍କ ସାନ ପୁଅ ଉଦୟ ଚୋପ୍ରା ଦୀର୍ଘ ବର୍ଷ ହେବ ବଡ ପରଦାରେ ଦେଖିବାକୁ ମିଳୁନାହାଁନ୍ତି। ଶେଷ ଥର ପାଇଁ ତାଙ୍କୁ ‘ଧୁମ-୩’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୨୦୧୩ରେ ରିଲିଜ୍ ହୋଇଥିଲା। ଏହାପରେ ସେ କୌଣସି ଫିଲ୍ମରେ କାମ କରିନାହାଁନ୍ତି। ଫିଲ୍ମ ‘ମହୋବତେ’ରୁ ବଲିଉଡରେ ଡେବ୍ୟୁ କରିଥିବା ଉଦୟ ତାଙ୍କ ଫିଲ୍ମ କ୍ୟାରିୟରକୁ ଠିକ୍ ଭାବରେ ଆଗକୁ ନେଇ ପାରିନାହାଁନ୍ତି। ତେଣୁ ଏବେ ସେ ଡିପ୍ରେସନରେ ଅଛନ୍ତି। ଏପରିକି ତାଙ୍କ ମନ ଭିତରେ ଆତ୍ମହତ୍ୟା କରିବାର ଇଛା ମଧ୍ୟ ବେଳେ ବେଳେ ଚାଲିଆସେ ବୋଲି ତାଙ୍କର ଏକ ଟ୍ବିଟରୁ ଜଣାପଡିଛି। ତେବେ ଟ୍ବିଟ୍ କରିବା ପରେ ଉଦୟ ଏହାକୁ ତାଙ୍କ ଆକାଉଣ୍ଟରୁ ଡିଲିଟ୍ କରିଦେଇଛନ୍ତି।

ଲାଇମଲାଇଟ୍ ଠାରୁ ଦୂରରେ ରହୁଥିବା ଉଦୟ କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବହୁ  କିଛି କଥାର ଖୁଲାସା କରିଛନ୍ତି। ସେ ଟ୍ବିଟ୍ କରି ଲେଖିଥିଲେ ‘ମୁଁ କିଛି ଘଣ୍ଟା ପାଇଁ ନିଜର ଟ୍ବିଟର ଆକାଉଣ୍ଟ ଡି ଆକ୍ଟିଭେଟ୍ କରିଦେଇଥିଲି। ମୁଁ ଅନୁଭବ କଲି ମୃତ୍ୟୁର ଖୁବ୍ ନିକଟରେ ଅଛି। ଏହା ଅଦ୍ଭୂତପୂର୍ବ ଥିଲା। ମୋତେ ଲାଗୁଥିଲା ଆତ୍ମହତ୍ୟା କରିବାର ଏହା ହେଉଛି ଭଲ ବିକଳ୍ପ। ମୁଁ ଏହାକୁ ସ୍ଥାୟୀ ରୂପରେ କରିପାରିବି।’

ସେ ଏହାପରେ ଆଉ ଏକ ପୋଷ୍ଟ କରିଥିଲେ ସେଥିରେ ଲେଖିଥିଲେ ‘ମୁଁ ଠିକ୍ ନାହିଁ, ମୁଁ ଚେଷ୍ଟା କରୁଛି କିନ୍ତୁ ଅସଫଳ ହେଉଛି। ଯଦିଓ ପରେ ଉଦୟ ଏହି ଟ୍ବିଟକୁ ଡିଲିଟ୍ କରିଦେଇଥିଲେ ଓ ପରେ ନାସ୍ତିକତାକୁ ନେଇ ଆଉ ଏକ ଟ୍ବିଟ୍ କରିଥିଲେ। ସେ ଲେଖିଥିଲେ ‘ଏହା ଏକ ବିଚାର: ଆପଣ ମୋ ମୁଣ୍ଡରେ ବନ୍ଧୁକ ରଖି ମୋତେ ଭଗବାନଙ୍କ ଉପରେ ବିଶ୍ବାସ କରିବା ପାଇଁ ବାଧ୍ୟ କରିପାରିବେ। ମୁଁ ହଁ ମଧ୍ୟ କହିଦେବି। କାରଣ ମୁଁ ବଞ୍ଚିବାକୁ ଚାହେଁ। କିନ୍ତୁ ଆପଣଙ୍କୁ କିଭଳି ଜଣାପଡିବ ମୁଁ କାହା ଉପରେ ବିଶ୍ବାସ ରଖେ ଓ ମୋର ମୁଣ୍ଡରେ କ’ଣ ଚାଲୁଛି। ଏପରିକ ଏକଥା ମଧ୍ୟ ଭଗବାନ ବି ଜାଣିପାରିବେ ନାହିଁ। ସବୁଠାରୁ ଅଧିକ ସମ୍ଭାବିତ କାରଣ ଏହା କାଳ୍ପନିକ ଅଟେ।’