ମହାରାଷ୍ଟ୍ର ମେଣ୍ଟରେ ବଡ଼ ମତଭେଦ : ଭୀମା-କୋରେଗାଓଁ ହିଂସାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇ ଏନସିପି ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବଦଳାଇଦେଲେ ଉଦ୍ଧବ ଠାକରେ

ମୁମ୍ୱାଇ ୧୪।୨ :  ବର୍ତ୍ତମାନ ମହାରାଷ୍ଟ୍ର ମେଣ୍ଟରେ ବଡ଼ ମତଭେଦ ଦେଖିବାକୁ ମିଳିଛି । ଏଲଗାର ପରିଷଦ ମାମଲାକୁ ନେଇ ଶିବ୍‌ସେନା ଓ ଏନ୍‌ସିପି ମଧ୍ଯରେ ବିଭେଦ ସୃଷ୍ଟିହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଭୀମା-କୋରେଗାଓଁ ହିଂସାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇ ଏନସିପି ନେତା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍‌ ଦେଶମୁଖଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ଏହାପରେ ପରସ୍ପର ଭିତରେ ଆରମ୍ଭ ହୋଇଛି ଟଣାଓଟରା ।

ଅନିଲ୍‌ ଦେଶମୁଖ କହିଛନ୍ତି, ଏହି ମାମଲାର ଯାଂଚ ଏନ୍‌ଆଇଏକୁ ଦେବା ପୂର୍ବରୁ ଏହି ନିଷ୍ପତ୍ତିକୁ ଆଉଥରେ ବିଚାର କରାଯିବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇବାର ଉଚିତ୍‌ ଥିଲା । କିନ୍ତୁ ତା କରାଗଲା ନାହିଁ ।  

ଗୁରୁବାର ସାମ୍ବାଦିକଙ୍କୁ ଗୃହ ମନ୍ତ୍ରୀ ଅନିଲ୍‌ ଦେଶମୁଖ୍ କହିଛନ୍ତି, ଭୀମା-କୋରେଗାଓଁ  ହିଂସା ମାମଲା ଯାଂଚ ରାଜ୍ୟ ପୁଲିସ୍‌ କରୁଥିଲା । କିନ୍ତୁ  ହଠାତ୍‌ କେନ୍ଦ୍ର ସରକାର ଏହାକୁ ଏନ୍‌ଆଇଏ ଦ୍ୱାରା ଯାଂଚ କରିବା ପାଇଁ  ସ୍ଥିର କଲେ। ମୁଁ ଗୃହ ମନ୍ତ୍ରୀ ଭାବେ ଏହା ଉପରେ ନିଜର ଆପତ୍ତି ଜଣାଇଥିଲି। ମୋ ଭୂମିକାକୁ ବଦଳେଇବାର ପୁରା ଅଧିକାର ମୁଖ୍ୟମନ୍ତ୍ରୀଙ୍କର ରହିଛି । ଆଉ ମଧ୍ୟ ଦେଶମୁଖ କହିଛନ୍ତି ଏହି ମାମଲାର ବିଚାର ପୁଣେ କୋର୍ଟରେ ଚାଲିଛି , ଯାହାର ଶୁଣାଣି ୧୪  ଫେବ୍ରୁୟାରୀରେ ହେବ।

 ଉଲ୍ଲେଖନୀୟ ଯେ,  ୨୦୧୭ ଡିସେମ୍ବର ମାସରେ ଏଲଗାର ପରିଷଦର ଆନ୍ଦୋଳନ ବେଳେ ବ୍ୟାପକ ହିଂସା ହୋଇଥିଲା। ଏଥିରେ କିଛି ମାଓବାଦୀ ସମର୍ଥକ ଯୋଗଦେଇଥିବା ଅଭିଯୋଗ ହୋଇଥିଲା। ସେମାନେ ହିଂସାକୁ ଉସୁକାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ବିଜେପି –ସେନା ସରକାର କିଛି ନକ୍ସଲ ସମର୍ଥକ, ଯେଉଁମାନେ ଏଲଗାର ପରିଷଦକୁ ସମର୍ଥନ କରିଥିଲେ ସେମାନଙ୍କୁ ଦୋଷୀ କରାଇ ଗିରଫ କରାଇଥିଲେ । ଏନସିପି , କଂଗ୍ରସ , କିଛି ଦଳିତ ଶ୍ରେଣୀୟ ଏହି ହିନ୍ଦୁତ୍ୱ ଶକ୍ତିକୁ ଦୋଷୀ କରାଇଥିଲେ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା