PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

୭ ମିନିଟ ପାଇଁ ଆକାଶରେ ଦେଖାଗଲା ଏଲିଅନଙ୍କ ୟୁଏଫ୍ଓ! ବିମାନ ଭିତରେ ବସିଥିବା ଯାତ୍ରୀ ତିଆରି କଲେ ଭିଡିଓ

https://hindi.news18.com

ବର୍ଲିନ,୨୮।୭: ବିଶ୍ବର ବହୁ ଲୋକ ୟୁଏଫଓ ଓ ଏଲିଅନ୍ ଦେଖିବାର ଦାବି କରିସାରିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଉପଯୁକ୍ତ ପ୍ରମାଣ ମିଳିପାରି ନାହିଁ। ତେବେ ଏଲିଅନଙ୍କୁ ନେଇ ଆମେରିକା ଓ ଇଂଲଣ୍ଡରୁ ଲଗାତାର ଖବର ସାମନାକୁ ଆସୁଛି, ଯେଉଁଥିରେ ଆମେରିକା ମିଲିଟାରୀ  ବହୁବାର ୟୁଏଫଓ ଦେଖିଥିବା କଥା କହୁଛି। ଏବେ ଜର୍ମାନର ଜଣେ ବ୍ୟକ୍ତି ୟୁଏଫ୍‌ଓ ଦେଖିବାର ଦାବି କରିଛନ୍ତି ଓ ଏହାର ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି, ଏହି ୟୁଏଫ୍‌ଓ ଘଣ୍ଟାକୁ ୮୦୦ କିଲୋମିଟର ବେଗରେ ଗତି କରୁଥିଲା।

‘ଦ ସନ’ ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜର୍ମାନ ଟୁରିଷ୍ଟ କଥିତ ଅବଜେକ୍ଟ(ୟୁଏଫ୍ଓ)କୁ ପ୍ଲେନ୍ ସହିତ ଯାତ୍ରା କରୁଥିବା ସମୟରେ କ୍ୟାମେରାରେ କରିନେଇଛନ୍ତି କଏଦ। ପାସେଞ୍ଜରଙ୍କ ଦାବି ଅନୁସାରେ ୟୁଏଫ୍‌ଓଟି ପ୍ଲେନ ସହିତ ଚାଲୁଥିଲା, ଯାହାକି ବିମାନର ପିଛା କରିବାର ୭ ମିନିଟ୍ ପର୍ଯ୍ୟନ୍ତ ନିଜର ଆକାର ବଦଳାଇବାରେ ଲାଗିଥିଲା। ଯାତ୍ରୀ ଜଣକ କନ୍ସପରେନ୍ସି ଥିଓରିଷ୍ଟଙ୍କୁ ସୂଚନା ଦେଇ କହିଥିଲେ, ମାଟିଠାରୁ ହଜାର ହଜାର ଫୁଟ ଉଚ୍ଚତାରେ ୟୁଏଫଓ ଆମର ଖୁବ୍ ନିକଟରେ ଥିଲେ। ଜର୍ମାନ ଟୁରିଷ୍ଟ ନିଜର ଏହି କଥାକୁ ପ୍ରମାଣିତ କରିବାକୁ ଏକ ଭିଡିଓ ମଧ୍ୟ ତିଆରି କରିଛନ୍ତି। ଏହି ଫୁଟେଜ୍‌ରେ ଏକ ଧଳା ଲାଇଟ୍ ଥିବା ବସ୍ତୁ ବିମାନ ସହିତ ଯାତ୍ରା କରିବା ସମୟରେ ଆକାର ବଦଳାଉ ଥିବାର ଦେଖିବାକୁ ମିଳିଥିଲା। ଅଚାନକ ଅବଜେକ୍ଟର ରୂପରେଖ ବିମାନର ଆକାରରୁ ‘Y’ ସେପ୍‌ ଆକୃତିରେ ବଦଳାଇ ଯାଇଥିଲା।  

ସମ୍ବନ୍ଧିତ ଖବର