ୟୁଏଫଓ ବିଶେଷଜ୍ଞଙ୍କ ଦାବି: ଏହି ଗ୍ରହରେ ଅଛନ୍ତି ଏଲିଅନ୍, ନାସା ଲୁଚାଉଛି ବଡ଼ ରହସ୍ୟ

ନ୍ୟୁୟର୍କ,୧୯।୧: ଏଲିଅନଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଦାବି କରାଯାଉଛି। ସାରା ବିଶ୍ବର ବୈଜ୍ଞାନିକ ଏଲିଅନ୍ଙ୍କ ସନ୍ଧାନରେ ଅଛନ୍ତି। ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କ’ଣ ସତରେ ଏଲିଅନ୍ଙ୍କର ଅସ୍ତିତ୍ବ ରହିଛି। ଏହାଛଡା ବୈଜ୍ଞାନିକମାନେ ୟୁଏଫଓକୁ ନେଇ ଯାଞ୍ଚ କରୁଛନ୍ତି। ଏବେ ଏହା ଭିତରେ ଏକ ୟୁଏଫ୍ଓ ରିସର୍ଚ୍ଚରମାନେ ବଡ ଧରଣର ଦାବି କରିଛନ୍ତି। ରିସର୍ଚ୍ଚରମାନେ କହିଛନ୍ତି ଯେ, ମଙ୍ଗଳ ଗ୍ରହରେ ଏଲିଅନ୍ଙ୍କର ବେସ୍ ରହିଛି। ସେ ଲାଲଗ୍ରହ ଉପରେ ୨୫ କିଲୋମିଟର ଚଉଡା ଏଲିଅନ୍ଙ୍କ ବେସ୍ ଖୋଜିଛନ୍ତି। ତାଙ୍କର କହିବା ଅନୁସାରେ, ଆମେରିକା ମହାକାଶ ଏଜେନ୍ସି ନାସା ଏହି ଏଲିଅନ୍ଙ୍କ ଠିକଣା ସାରା ଦୁନିଆଠାରୁ ଲୁଚାଇକି ରଖିଛନ୍ତି।

ଏହି ରିସର୍ଚ୍ଚରଙ୍କ ନାମ ସ୍କଟ୍ ଭି ୱାରିଙ୍ଗ୍ । ସେ ୟୁଏଫଓ ଓ ଏଲିଅନ୍ର ଜୀବନ ଉପରେ ଅଲଗା ଅଲଗା ସିନ୍ଧାନ୍ତ ଦେଇଛନ୍ତି। ସ୍କଟ୍ ଭି ୱାରିଙ୍ଗ୍ କହିଛନ୍ତି, ମଙ୍ଗଳ ଗ୍ରହର ପୃଷ୍ଟରେ ଏକ ଆୟାତକାର ବସ୍ତୁ ଦେଖିବାକୁ ମିଳିଛି। ଏହି ଫଟୋରେ ଥିବା ବସ୍ତୁ ଗ୍ରେ କଲ୍ର ରହିଛି। ଆସନ୍ତୁ ଜାଣିବା, ୱାରିଙ୍ଗ୍ ଏଲିଅନ୍ଙ୍କୁ ନେଇ ଆଉ କ’ଣ ଦାବି କରିଛନ୍ତି।ସ୍କଟ୍ ଭି ୱାରିଙ୍ଗ୍ଙ୍କ କହିବା ଅନୁସାରେ, ସେ ମଙ୍ଗଳ ଗ୍ରହରେ ଏଲିଅନ୍ଙ୍କ ୨୫ କିଲୋମିଟର ଚଉଡା ବେସ୍ ଖୋଜି ବାହାର କରିଛନ୍ତି। ମଙ୍ଗଳରେ ଏହି ସ୍ଥା ସୁଲସି ଗୌର୍ଡିର ଡାହଣ ପଟେ ରହିଛି। ୱାରିଙ୍ଗ୍ଙ୍କ କହିବା ଅନୁସାରେ, ଆମେରିକାର ମହାକାଶ ଏଜେନ୍ସି ଚାହେଁନି ଯେ, ବିଶ୍ବକୁ ଏ ବିଷୟରେ ଜଣାପଡୁ।

ଏଲିଅନ୍ଙ୍କ ବିଷୟରେ ସାରା ଦୁନିଆର ଲୋକ ଅଲଗା ଅଲଗା ଦାବି କରୁଛନ୍ତି। କିଛି ଲୋକଙ୍କ ଦାବି ଅନୁସାରେ, ପୃଥିବୀ ଉପରେ ଏଲିଅନ୍ ୟୁଏଫଓରୁ ଆସିଥାଏ। ସମୟ ସମୟରେ ଏଲିଅନ୍ ଥିବାର ଦାବି କରାଯାଉଛି, କିନ୍ତୁ ଏବେ ଏଲିଅନ୍ ହେବାର କୌଣସି ପ୍ରମାଣ ମିଳିପାରି ନାହିଁ। ଏହା ପୂର୍ବରୁ ଏକ ୟୁଏଫଓ ରିସର୍ଚ୍ଚର ଆଣ୍ଟାର୍କଟିକାରେ ଏକ ସିକ୍ରେଟ୍ବେସ୍ ବିଷୟରେ ଜାଣିବା କଥା କହିଥିଲେ। ସେ ଏହି ସନ୍ଧାନ ଗୁଗୁଲ ଆର୍ଥ ମାଧ୍ୟମରେ କରିଥିଲେ। ତାଙ୍କର କହିବା ଅନୁସାରେ, ଏଲିଅନମାନେ ଏହି ବେସ୍ ତିଆରି କରିଥିଲେ, ଯାହାଫଳରେ ସେ ନିଜର ଆଡ୍ଡା ତିଆରି କରିପାରିବେ। ଏହା ଉପରେ ରିସର୍ଚ୍ଚ କରୁଥିବା ରିସର୍ଚ୍ଚର ବହୁବାର ଦାବି କରିଛନ୍ତି ଯେ, ନାସାର ଏଲିଅନ୍ଙ୍କ ବିଷୟରେ ସବୁକିଛି ଜଣାପଡିଛି।