ଦେଖନ୍ତୁ ଆକାଶରେ ରହସ୍ୟମୟ ଉଡନ୍ତା ଥାଳିଆ- ଆମେରିକା ନୌସେନା ପାଇଲଟ୍‌ ଉତ୍ତୋଳନ କରିଥିଲେ ଭିଡିଓ, ଏବେବି ଏହା ରହସ୍ୟମୟ ସୂଚନାଦେଲା ପେଣ୍ଟାଗନ୍‌

ନ୍ୟୁୟର୍କ ଏପ୍ରିଲ ୨୮ – ଆକାଶରେ ଉଡନ୍ତା ଥାଳିଆର ଏକ ଫଟୋ ଆମେରିକାର ନୌସେନା ପକ୍ଷରୁ ରିଲିଜ୍‌ କରାଯାଇଥିଲା । ଆମେରିକା ନୌସେନାର ଜଣେ ପାଇଲଟ୍‌ ଯୁଦ୍ଧ ବିମାନ ଉଡାଉଥିବା ବେଳେ ଏକ ରହସ୍ୟମୟ ବସ୍ତୁ ଉଡୁଥିବା ଦେଖିଥିଲେ । ଏହି ଥାଳିଆ ଆକାରର ୟୁଏଫ୍‌ଓ ଦ୍ରୁତ ଗତିରେ ଆକାଶରେ ଗତି କରୁଥିଲା । ନୌସେନାର ପାଇଲଟ୍‌ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଥରେ କି ଦୁଇ ଥର ନୁହେଁ ଆମେରିକାର ନୌସେନାର ପାଇଲଟ୍‌ମାନେ ତିନିଥର ୟୁଏଫ୍‌ଓ ବା ଉଡନ୍ତା ଥାଳିଆ ପରି ବସ୍ତୁ

ୟୁଏଫ୍‌ଓର ଏହି ଯେଉଁ ଭିଡିଓ ୨୦୦୭ ଓ ୨୦୧୭ରେ ଲିକ୍‌ ହୋଇଥିଲା ତାହା ୟୁଏସ୍‌ ନ୍ୟାଭି ପାଇଲଟ୍‌ମାନେ ଉତ୍ତୋଳନ କରିଥିଲେ । ୟୁଏସ୍‌ ନ୍ୟାଭିର ପାଇଲଟ୍‌ମାନେ ତାଲିମ୍‌ ବା ଟ୍ରେନିଂ ନେଉଥିବା ବେଳେ ୨୦୦୪ ଓ ୨୦୧୫ ମସିହାରେ ଏହାକୁ ଉତ୍ତୋଳନ କରିଥିଲେ । ଏବେବି ଏହା ରହସ୍ୟମୟ ହୋଇ ରହିଥିବା ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି । ଏହି ବିଷୟରେ ପେଣ୍ଟାଗନ୍‌ ଏକ ବିବୃତି ପ୍ରଦାନ କରିଛି ।

ଏହି ଭିଡିଓରେ ଆମେରିକା ନାଭିର ପାଇଲଟ୍‌ମାନଙ୍କର ସ୍ୱର ଶୁଣିବାକୁ ମିଳୁଛି । ଏଥିରେ ସେମାନଙ୍କର ଜିଜ୍ଞାସା , ଆଗ୍ରହ ଓ କୌତୁହଳ ସ୍ପଷ୍ଟ ବାରି ହେଉଛି ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ