PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କରୋନା ଭିତରେ ଦେଖାଦେଲାଣି ଆଉ ଏକ ସଙ୍କଟ; ରହସ୍ୟମୟ ରୋଗରେ ହେଉଛି ବିଲେଇ ମାନଙ୍କ ମୃତ୍ୟୁ…

ଲଣ୍ଡନ: ସମଗ୍ର ବିଶ୍ୱ କରୋନା ଭାଇରସ୍ ସହିତ ଲଢୁଥିବାବେଳେ ବ୍ରିଟେନରେ ବିଲେଇମାନଙ୍କର ରହସ୍ୟମୟ ମୃତ୍ୟୁ ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବିଲେଇ ମାନଙ୍କର ମୃତ୍ୟୁ ବୃଦ୍ଧି ହେବାର କାରଣ ହେଉଛି ବିଲେଇ ମାନଙ୍କୁ ଦିଆଯାଉଥିବା ଖାଦ୍ୟର ଏକ ବ୍ରାଣ୍ଡ । ବ୍ରିଟେନର ପଶୁ ଡାକ୍ତରଙ୍କ ଅନୁଯାୟୀ, ଗତ କିଛି ଦିନ ହେବ ବିଲେଇ ମାନଙ୍କରେ ପାନସାଇଟୋପେନିଆର ମାମଲା କ୍ରମାଗତ ଭାବେ ପଞ୍ଜୀକୃତ ହୋଇଛି ।

ବିଲେଇ ମାନଙ୍କର ଏହି ରୋଗରେ ଧଳା ରକ୍ତ କଣିକା, ପ୍ଲେଟଲେଟ୍ ଏବଂ ଲାଲ ରକ୍ତ କଣିକା ଅତି ଶୀଘ୍ର କମିଯାଏ । ବିଲେଇମାନଙ୍କର ରୋଗ ହେବାର ଏହା ହେଉଛି ମୁଖ୍ୟ କାରଣ । ରୟାଲ ଭେଟେନେରୀ କଲେଜ(ଆରଭିସି) ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ମୋଟ ୫୨୮ ବିଲେଇଙ୍କ ପାଖରେ ଏହି ରୋଗ ହୋଇଥିବା ଜଣାଯାଇଛି । ଏହି ୫୨୮ ଟି ମାମଲା ମଧ୍ୟରୁ ୬୩.୫% ସାଂଘାତିକ । ବିଶେଷଜ୍ଞ ମାନେ ଏକ ଚେତାବନୀ ଦେଇଛନ୍ତି ଯେ ବିଲେଇ ମାନଙ୍କର ମୃତ୍ୟୁର ପ୍ରକୃତ ମାମଲା ରିପୋର୍ଟ ହୋଇଥିବା ମାମଲା ଅପେକ୍ଷା ବହୁତ ଅଧିକ ।

ଅନେକ ବିଲେଇଙ୍କ ମାଲିକ ମାନେ ସେମାନଙ୍କ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ମାମଲା ରିପୋର୍ଟ କରୁଥିବାବେଳେ, RVC ବିଶେଷଜ୍ଞମାନେ ପ୍ରକୃତ ସଂଖ୍ୟା କ’ଣ ତାହା ନିଶ୍ଚିତ ନୁହଁନ୍ତି । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଏହି ରୋଗ ସାରା ଦେଶରେ ବିକ୍ରି ହେଉଥିବା ବିଲେଇ ଖାଦ୍ୟ ଦ୍ୱାରା ହୋଇଥାଇପାରେ ।