ଚୀନକୁ ବଡ ଝଟକା, ହଂକଂର ୩୦ ଲକ୍ଷ ଲୋକଙ୍କୁ ଡକାଇ ନେବ ବ୍ରିଟେନ୍

ନୂଆଦିଲ୍ଲୀ,୩।୬: ଚୀନକୁ ବ୍ରିଟେନର ବଡ ଧରଣର ଝଟକା। ଏବେ ହଂକଂର ପ୍ରାୟ ୩୦ ଲକ୍ଷ ଲୋକ ନିଜ ଦେଶ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଉଲ୍ଳେଖନୀୟ ଯେ, ହଂକଂର ଜନସଂଖ୍ୟା ପ୍ରାୟ ୭୪ ଲକ୍ଷ ରହିଛି। ଏହା ପୂର୍ବରୁ ଚୀନ ହଂକଂ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପାଇଁ ନ୍ୟାସନାଲ ସିକ୍ୟୁରିଟି ଲ ଲାଗୁ କରିବାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା।

ମିଳିଥିବା ରିପୋର୍ଟ ଅନୁସାରେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି, ଯଦି ଚୀନ୍ ହଂକଂରେ ମାନବାଧିକାର ହନନ କରେ ତେବେ  ତାଙ୍କ ପାଖରେ ହଂକଂର ଲୋକଙ୍କୁ ବ୍ରିଟେନର ନାଗରିକତା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଉଲ୍ଲେଖନୀୟ ଯେ, ଚୀନକୁ ଦେବା ପୂର୍ବରୁ ହଂକଂ ବ୍ରିଟିସ୍ କଲୋନୀ ଥିଲା। ବୋରିସ୍ ଜନସନ୍ କହିଛନ୍ତି, ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଆଶ୍ଚର୍ଯ୍ୟଜନକ ଭାବରେ ହଂକଂର ଅଟୋନୋମି ଛଡାଇ ନେଇଛି। ଚୀନ ଏଭଳି କରିବା ଦ୍ବାରା ବ୍ରିଟେନ ସହିତ କରାଯାଇଥିବା ଚୁକ୍ତି ମଧ୍ୟ ଭାଙ୍ଗିଯିବ। ଜନସନ୍ କହିଛନ୍ତି, ଚୀନର ଦମନ କାରରରୁ ବ୍ରିଟେନର ଭିସା ସିଷ୍ଟମରେ ପରିବର୍ତ୍ତନ କରାଯିବ।

ଏହା ବ୍ରିଟେନ ଇତିହାସରେ ଭିସା ପକ୍ରିୟାରେ କରାଯାଇଥିବା ସବୁଠାରୁ ବଡ ପରିବର୍ତ୍ତନ ହେବ। ୨୮ ମଇରେ ଚୀନ ସଂସଦରେ ହଂକଂରେ ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରିବାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ଆିନ୍ ଲାଗୁ ହେବା ପରେ ଚୀନର ସୁରକ୍ଷା ଏଜେନ୍ସିକୁ ହଂକଂରେ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅନୁମତି ମିଳିଯିବ। ଏହାପରେ ଆମେରିକା ମଧ୍ୟ ହଂକଂ ସହିତ ସ୍ବତନ୍ତ୍ର ସମ୍ପର୍କକୁ ଶେଷ କରିବାର ଘୋଷଣା କରିଦେଇଥିଲା।

   ସମ୍ବନ୍ଧିତ ଖବର


ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଭାରତୀୟଙ୍କ ମୋବାଇଲରେ ଲୁଚି ଲୁଚି ଖେଳ କରୁଛି ଟିକ୍‌ଟକ୍‌ : ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ଉମାଶଙ୍କର ଦାସ ଭୁବନେଶ୍ୱର ଡିସିପି, ବଦଳିଲେ ୬ ଏସ୍‌ପି, ୨ ଡିସିପି

ଆଜିଠୁ ରାଜ୍ୟରେ ପ୍ଲାଜ୍‌ମା ଥେରାପି : ଦିନକୁ ହେବ ୯ ହଜାର ପରୀକ୍ଷା