କୂଳଭୂଷଣଙ୍କ ବିରୋଧରେ ପାକିସ୍ତାନ ପାଖରେ ନାହିଁ ଉପଯୁକ୍ତ ପ୍ରମାଣ: ସାଲଭେ

ଦ ହେଗ,୧୮।୨: କୂଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ହେଗ୍ ସ୍ଥିତ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ରେ ଜାରି ରହିଛି। ଆଜି ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ମାମଲାର ଶୁଣାଣୀ ୨୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ସୋମବାର ପ୍ରଥମ ପ୍ରର୍ଯ୍ୟାୟ ଜେରା ଶେଷ ହୋଇଛି। ଏବେ ଦ୍ବିତୀୟ ପର୍ଯ୍ୟାୟ ଜେରା ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ମଧ୍ୟାହ୍ନରେ ୨ଟା ୩୦ ମିନିଟରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ପାକିସ୍ତାନ ନିଜର ପକ୍ଷ ରଖିବ। ଶୁଣାଣିର ପ୍ରଥମ ଦିନରେ ଭାରତ ଦୁଇଟି ମୂଳ ପ୍ରସଙ୍ଗ ଉପରେ ନିଜର ପକ୍ଷ ରଖିଛି। ଯେଉଁଥିରେ କୁଟନୀତିଜ୍ଞ ସମ୍ପର୍କ ଉପରେ ଭିଏନା ଚୁକ୍ତିର ଉଲଂଘନ ପାକିସ୍ତାନ କରୁଛି ବୋଲି ଅଭିଯୋଗ କରାଯାଇଛି। ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ କହିଛନ୍ତି ଏହା ଦୁର୍ଭାଗ୍ୟପୂର୍ଣ୍ଣ ମାମଲା। ଏଭଳି କରି ପାକିସ୍ତାନ କୂଳଭୂଷଣଙ୍କ ଜୀବନ ସହ ଖେଳୁଛି। ପାକିସ୍ତାନ ଆଇସିଜେ ମଞ୍ଚର ଭୁଲ ଭାବରେ ବ୍ୟବହାର କରୁଛି। କୂଳଭୂଷଣଙ୍କ ବିରୋଧରେ ପାକିସ୍ତାନ ନିକଟରେ କୌଣସି ବିଶ୍ବାସନୀୟ ପ୍ରମାଣ ନାହିଁ। କୁଟନୀତିଜ୍ଞ ସମ୍ପର୍କ ବିନା କୁଳଭୂଷଣଙ୍କୁ ଲଗାତାର ଜେଲରେ ରଖିବା ବେଆଇନ ଘୋଷଣା କରାଯିବା ଦରକାର। କୁଳଭୂଷଣଙ୍କୁ କୁଟନୀତିଜ୍ଞଙ୍କ ସହ ଦେଖା କରିବା ପାଇଁ ପାକିସ୍ତାନକୁ ୧୩ ରିମାଣ୍ଡରଙ୍କୁ ପଠାଯାଇଛି। କିନ୍ତୁ ଇସଲାମାବାଦ ଏପର୍ଯ୍ୟନ୍ତ ଏହାର ଅନୁମତି ଦେଉନାହିଁ।

ପାକିସ୍ତାନ କହୁଛି ତା‘ର ସୁରକ୍ଷାକର୍ମୀ ୩ ମାର୍ଚ ୨୦୧୬ରେ ବଲୁଚିସ୍ତାନରୁ କୂଳଭୂଷଣଙ୍କୁ ଗିରଫ କରିଥିଲା। ଯେତେବେଳେ ସେ ଇରାନ ବାଟ ଦେଇ ପ୍ରବେଶ କରିଥିଲେ। ଭାରତର କହିବା ଅନୁସାରେ କୂଳଭୂଷଣଙ୍କୁ ଇରାନରୁ ଅପହରଣ କରି ଅଣାଯାଇଛି। ତାଙ୍କୁ ଗିରଫ କରାଯିବାର ପ୍ରାୟ ୧ ମାସ ପରେ ମାମଲା ରୁଜୁ କରାଯାଇଥିଲା। ଅପ୍ରେଲ ୨୦୧୬ରେ ତାଙ୍କର ରିପୋର୍ଟ ଲେଖାଯାଇଥିଲା ଓ ମଇ ମାସରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଭାରତ ମଇ, ଜୁନ୍ ଓ ଜୁଲାଇରେ କୁଟନୀତିକ ସ୍ତରରେ ସମ୍ପର୍କ ପାଇଁ ରିମାଇଣ୍ଡର ପଠାଇଥିଲା। କୂଳଭୂଷଣଙ୍କୁ ପାକିସ୍ତାନ ତାଙ୍କର ଅଧିକାର ଦେଇନାହିଁ ବୋଲି ସାଲଭେ ଆଇସିଜେରେ ଅଭିଯୋଗ କରିଛନ୍ତି।

ଆଇସିଜେରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ପାକିସ୍ତାନ ଆଟର୍ଣ୍ଣିଂ ଜେନେରାଲ ଭାରତୀୟ ଅଧିକାରୀ ଦୀପକ ମିତ୍ତଲଙ୍କୁ ହାତ ମିଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ଅଧିକାରୀ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାନର ଆଟର୍ଣ୍ଣିଂ ଜେନେରାଲ ସହିତ ହାତ ମିଳାଇନଥିଲେ। ଆଇସେଜେରେ ମଧ୍ୟ ପୁଲଓ୍ବାମାର ପ୍ରଭାବ ଦେଖିବାକୁ ମିଳିଥିଲା। ଏହି ମାମଲାରେ ଦ୍ବିତୀୟ ଦିନର ଜେରା ୨୦ ତାରିଖ ରାତି ସାଢେ ୭ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ଭାରତ ନିଜର ପକ୍ଷ ରଖିବ। ତା’ ପର ଦିନ ୨୧ ତାରିଖରେ ରାତି ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ପାକିସ୍ତାନ ନିଜର ପକ୍ଷ ରଖିବ। ୨୦ରେ ଭାରତ ନିଜର ଜବାବୀ ତର୍କ ଉପସ୍ଥାପନ କରିବ। ସେଭଳି ପାକିସ୍ତାନ ୨୧ରେ ନିଜର ଅନ୍ତିମ ପକ୍ଷ କୋର୍ଟରେ ଦାଖଲ କରିବ। ବିଶିଷ୍ଟ ଆଇନଜୀବି ହରିଶ ସାଲଭେ ହେଗ୍ କୋର୍ଟରେ ଭାରତ ପକ୍ଷରୁ ଲଢେଇ କରୁଥିବା ବେଳେ ପାକିସ୍ତାନ ପଟୁ ଖ୍ବାର କ୍ୟୁରେସି ଏହି ମାମଲା ଲଢୁଛନ୍ତି। ପାକିସ୍ତାନ ଏହି ମାମଲା ପାଇଁ ନିଜର ଏକ ସ୍ବତନ୍ତ୍ର ଟିମ୍ ପଠାଇଛି। ଯାହାର ନେତୃତ୍ବ ଆଟର୍ଣ୍ଣିଂ ଜେନେରାଲ ଅନଓ୍ବର ମଂସୁର ଖାନ୍ କରୁଛନ୍ତି।ଭାରତର କହିବା ଅନୁସାରେ ପାକିସ୍ତାନ କୂଳଭୂଷଣ ଯାଦବଙ୍କୁ କାଉନସିଲର ଏକ୍ସେନ ନଦେଇ ଭିଏନତା କନଭେନସନର ଉଲଂଘନ କରିଚି। ଅନ୍ୟପକ୍ଷେ ପାକିସ୍ତାନ ଆରମ୍ଭରୁ କହୁଛି ଯାଦବଙ୍କୁ ଗୁପ୍ତଚରୀ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ତେଣୁ କନ୍ସୁଲର ଏକ୍ସେସର ଅଧିକାର ଦିଆଯିବ ନାହିଁ।