ସମରେ ଦୁଇଦିନିଆ ଅଲ୍ଟ୍ରାସାଉଣ୍ଡ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର ୧୮/୯: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଦୁଇଦିନିଆ ଅଲ୍ଟ୍ରାସାଉଣ୍ଡ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର ବିଭାଗ ପକ୍ଷରୁ ଏହି କର୍ମାଶାଳା ଆୟୋଜନ କରାଯାଇଥିଲା । କର୍ମଶାଳାକୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ଡଃ ଅଜୟ ଜେନା ଓ କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଡଃ ଶକ୍ତି ବେଦାନ୍ତ ମିଶ୍ର ଉଦ୍ଘାଟନ କରିଥିଲେ ।

ଅଲ୍ଟ୍ରାସାଉଣ୍ଡର ଆବଶ୍ୟକତା ଓ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ଉପରେ ଏହାର ବ୍ୟବହାର ସମ୍ପର୍କିତ ଆଲୋଚନା ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା । କର୍ମଶାଳାରେ ବିଭିନ୍ନ ମେଡିକାଲ୍ କଲେଜର ଯୁବ ଡାକ୍ତରମାନେ ଯୋଗ ଦେଇ ଅଲ୍ଟ୍ରାସାଉଣ୍ଡ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଡାକ୍ତରମାନଙ୍କୁ ରୋଗୀମାନଙ୍କ ଉପରେ ଅଲ୍ଟ୍ରାସାଉଣ୍ଡର ପ୍ରୟୋଗ କରିବା ସମ୍ପର୍କରେ ବୁଝାଯାଇଥିଲା । ଏହି କର୍ମଶାଳାରେ ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ୍ କଲେଜର ଖ୍ୟାତିସମ୍ପନ୍ନ ବରିଷ୍ଠ ଡାକ୍ତରମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖିଥିଲେ ।

   ସମ୍ବନ୍ଧିତ ଖବର


ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣଙ୍କ ପରଲୋକ

ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା