PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ- ନାବାଳିକା ବଳତ୍କାର ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡ
  • ||
  • ସମ୍ବଲପୁର: ସମ୍ବଲପୁର କୋର୍ଟ ପରିସରରେ ହତ୍ୟା ଘଟଣା,ହତ୍ୟାକାରୀ ରମେଶ କୁମ୍ଭାରଙ୍କୁ ଆଜୀବନ କାରାଦଣ୍ଡା,
  • ||
  • ବୁର୍ଲା ଭିସୁଟ୍ ଆଣ୍ଟିଜେନ୍ କିଟ୍ ପ୍ରସଙ୍ଗ , ଓସ୍କାର ମେଡିକେୟାର କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ ଔଷଧ ନଗମ , ୭୨ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ
  • ||
  • ଅନ୍ତର୍ଜାତୀୟ ମୂର୍ତ୍ତି ଚୋର ଗିରଫ , ୫ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଛି, ବାଣପୁର ଦକ୍ଷ ପ୍ରଜାପତି ମନ୍ଦିରରୁ ୨୭ଟି ମୂର୍ତ୍ତି ରୋରୀ ହୋଇଥିଲା
  • ||
  • ସମ୍ବଲପୁର : ସମ୍ବଲପୁର କୋର୍ଟ ପରିସରରେ ହତ୍ୟା ଘଟଣା, ହତ୍ୟାକାରୀ ରମେଶ କୁମ୍ଭାରଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ରାୟଗଡା : ୧୦ କି.ମି ବୁହା ହୋଇ ମେଡିକାଲ ଆସିଲେ ମୁନିଗୁଡା ବ୍ଲକ ଉଚେତପାରୁ ଗ୍ରାମର ଜଣେ ରୋଗୀ
  • ||
  • କଟକ : ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ବୋର୍ଡରୁ ବିଭିନ୍ନ ଜିଲ୍ଲା ଅଧିକାରୀଙ୍କ ନିକଟକୁ ଗଲା ପ୍ରଶ୍ନପତ୍ର
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା – ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ , CBI ପକ୍ଷରୁ ସିବିଆଇର ସ୍ପେଶାଲ ସିଜେଏମ୍‌ କୋର୍ଟରେ ଆବେଦନ
  • ||
  • ଆଠଗଡ଼ : କୋଭିଡ୍ କଟକଣାରେ ହେବ ଧବଳେଶ୍ୱରଙ୍କର ଜାଗର ଯାତ୍ରା, ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ନେଇ ନିଷ୍ପତ୍ତି ନିଆଯିବ , ଆଠଗଡ଼ ଉପ ଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କ ସୂଚନା
  • ||
  • ନୀଳଗିରି : ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗରେ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ, ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ
  • ||
  • ଅନୁଗୁଳ : ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ୧୯ ତାରିଖରୁ ନିଖୋଜ ଥିଲେ ସୁଶାନ୍ତ ରାଉଳ
  • ||
  • ସମ୍ବଲପୁର: ଭାଲୁପାଲିରେ ଅଜଣା ଗାଡି ଧକ୍କାରେ ମହିଳା ମୃତ୍ୟୁ, ମିଳିନି ପରିଚୟ
  • ||
  • ଅନୁଗୁଳ: ନିଖୋଜ ବ୍ୟକ୍ତିଙ୍କ ଅର୍ଦ୍ଧ୍ବଦଗ୍ଧ ମୃତଦେହ ଉଦ୍ଧାର, ଆମ୍ବତୋଟାରୁ ମିଳିଲା ଗଳିତ ମୃତଦେହ, ଗତ ୧୯ତାରିଖରୁ ନିଖୋଜ ଥିଲେ
  • ||
  • ଭୁବନେଶ୍ଵର : ୧୦ ଜଣ ସଚିବଙ୍କୁ ମିଳିଲା ୧୦ ଜିଲ୍ଲା ଦାୟିତ୍ଵ, ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର କରିବେ ତଦାରଖ
  • ||
  • କୋରାପୁଟ: ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କଲା ପଟ୍ଟାଙ୍ଗି ପୋଲିସ, ୩ ଅଟକ
  • ||
  • ତିହିଡି: ନନ୍ଦପୁରବଜାରଠାରୁ ୨୩ ଲଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୁଲିସ
  • ||
  • ମାଲକାନଗିରି: ଘର ମାଲିକଙ୍କୁ ମିଠାରେ ନିଶାଦେଇ ଲୁଟିଲେ ଭଡାଟିଆ ଯୁବକ, ୩୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ମାରିଲେ ଛୁ…
  • ||
  • କୋରାପୁଟ : ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ , ସୁଙ୍କି ଆଉଟ୍‌ ପୋଷ୍ଟ ନିକଟରୁ ଜବତ କଲା ପଟାଙ୍ଗି ପୁଲିସ୍‌
  • ||
  • ଦେଓଗାଁ ଥାନା ଅନ୍ତର୍ଗତ କଛାରପାଲି ନିକଟରେ ରାସ୍ତା କଡ଼କୁ ଓଲଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
  • ||
  • ମୟୁରଭଞ୍ଜ : ଶିଶୁ ଶ୍ରମିକ ଚାଲାଣ ବେଳେ ପୋଲିସର ଚଢାଉ, ଉଦଳା ବସଷ୍ଟାଣ୍ଡ ନିକଟରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଉଦଳା ପୋଲିସ, ୨ ମହିଳା ଦଲାଲ ଅଟକ
  • ||

ମହିଳାଙ୍କ ଲୁହ ପୋଛି ହସ ଫୁଟାଇଛି ‘ଉଜ୍ଜ୍ୱଳା’

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛି । ମହିଳାଙ୍କ ବିକାଶ ଉଦ୍ଦେଶ୍ୟରେ ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ ହୋଇଛି । ତେବେ ଯେଉଁ ଯୋଜନା ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟାଇଛି, ତାହାର ନାମ ହେଲା ‘ଉଜ୍ଜ୍ୱଳା’ । ଏହି ଯୋଜନା ମୋଦି ସରକାରଙ୍କ ଏକ ନମ୍ବର ସଫଳ ଯୋଜନା । ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣରେ ଓଡ଼ିଶାର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା ବେଳେ ଏମିତି କହିଛନ୍ତି କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ଉମା ଭାରତୀ ।
ଉଜ୍ଜ୍ୱଳା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଛି ବୋଲି ଏ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏ ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉଜ୍ଜ୍ୱଳା ଲାଭାର୍ଥୀ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଘସିପୁରାର ଅନିମାରାଣୀ ରାଉତ ଗୀତ ଗାଇ ଉଜ୍ଜ୍ୱଳା ଯୋଜନାର ପ୍ରଶଂସା କରିଥିଲେ ।
ଆଜି ଓଡ଼ିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣରେ ଉଭୟ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୦ ହଜାରରୁ ଅଧିକ ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ ।
ଉମା ଭାରତୀ କହିଛନ୍ତି, ୨୦୧୪ରେ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଦେଶରେ ବହୁ ପରିବର୍ତ୍ତନ ଆସିଛି । କିନ୍ତୁ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରର ମହିଳାମାନେ ଅଧିକ ଲାଭ ପାଇଛନ୍ତି । ଏହି ଯୋଜନା ସେମାନଙ୍କୁ କେବଳ ସ୍ୱାସ୍ଥ୍ୟକର ଓ ସ୍ୱଚ୍ଛ ଇନ୍ଧନ ଯୋଗାଇଛି ତାହା ନୁହେଁ ବରଂ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା । ଯଦିଓ ଏହା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଏଲ୍‌ପିଜି ପହଞ୍ଚାଇ ପାରିଛି, ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ, ଆହୁରି ଲାଭ ମିଳିଥାଇ ପାରିଥାନ୍ତା ବୋଲି ସେ କହିଛନ୍ତି । ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପହଞ୍ଚିପାରିଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡ଼ିଶାର ୧୦୦ରୁ ୨୦ ଜଣଙ୍କ ଘରେ ଏଲ୍‌ପିଜି ସଂଯୋଗ ନ ଥିଲା । ଏବେ କିନ୍ତୁ ୭୫% ଘରେ ଏଲ୍‌ପିଜି ପହଞ୍ଚି ସାରିଲାଣି । ଓଡ଼ିଶାରେ ଗୋଟେ ବି ଗରିବ ଘର ରହିବ ନାହିଁ, ଯେଉଁଠି ଉଜ୍ଜ୍ୱଳା ଏଲ୍‌ପିଜି ପହଞ୍ଚି ନ ଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର