୧୩ ବର୍ଷର ନାବାଳିକାକୁ ୩ ଦିନ ପର୍ଯ୍ୟନ୍ତ ଲଗାତାର ଦୁଷ୍କର୍ମ କରିଛନ୍ତି ୯ ଜଣ ଅଭିଯୁକ୍ତ, ଶେଷରେ ଲିଫ୍ଟ ଦେବା ବାହାନା କରି ଟ୍ରକ ଡ୍ରାଇଭର ବି…

theweek.in
ଉମରିଆ: ମଧ୍ୟପ୍ରଦେଶର ଉମରିଆରେ ଏକ ହୃଦୟ ବିଦାରକ ମାମଲା ଏବେ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୩ ବର୍ଷର ଝିଅକୁ ୯ଜଣ ଲୋକ ଲଗାତାର ୩ ଦିନଧରି ବଳାତ୍କାର କରିଛନ୍ତି । ପ୍ରଥମ ଦୁଇ ଜଣ ବ୍ୟକ୍ତି ଗଣବଳତ୍କାର କରିଥିଲେ ଏବଂ ପରେ ଅନ୍ୟ ଜଣକ ପରେ ଜଣେ ତାଙ୍କୁ ଥର ଥର କରି ବଳାତ୍କାର କରିଚାଲିଥିଲେ । ପୀଡିତା ଜଣକ ଯେଉଁ ମାନଙ୍କୁ ସାହାଯ୍ୟ ମାଗିଥିଲା ସେହି ଲୋକମାନେ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ନାବାଳିକା ଜଣକ ତାଙ୍କ ପରିବାର ସହିତ ପୋଲିସ ଷ୍ଟେସନରେ ପହଞ୍ଚି ଏ ସମସ୍ତ ପରିସ୍ଥିତିକୁ ଜଣାଇଛନ୍ତି । ପୋଲିସ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଫରଓ୍ବାର୍ଡ କରିଛି ।
ପୋଲିସର ସୂଚନାନୁସାରେ, ଝିଅର ବାପା ଜବଲପୁରରେ ଏକ ସରକାରୀ ଚାକିରି କରନ୍ତି । ସେ ତାଙ୍କ ବାପାଙ୍କ ପାଖରେ ରହି ସେଠାରେ ପଢୁଥିଲେ । ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣକ ଲକଡାଉନରେ ତାଙ୍କ ମାଙ୍କ ପାଖକୁ ଉମରିଆ ଆସିଥିଲେ । ଜାନୁଆରୀ ୧୧ ତାରିଖ ଅପରାହ୍ନରେ ଝିଅଟି କିଶୋରୀ ନଗର ପରିବା ହାଟକୁ ଯାଇଥିଲେ । ଏହି ସମୟରେ ସେ ଏଠାରେ ଦୁଇ ଅଭିଯୁକ୍ତ ରାହୁଲ କୁଶୱା ଏବଂ ଆକାଶ ସିଂଙ୍କୁ ପାଇଥିଲେ । ଦୁହେଁ ତାଙ୍କୁ ଏକ ଦୋକାନକୁ ନେଇ ମୋବାଇଲ୍ ନମ୍ବର ନେଇଥିଲେ । ପରେ ବୁଲିବା ବାହାନା କରି ତାଙ୍କୁ ବାଇକ୍ରେ ନେଇ ଯାଇଥିଲେ ।
ଉଭୟ ଅଭିଯୁକ୍ତ ରାହୁଲ କୁଶୱା ଏବଂ ଆକାଶ ସିଂ ସହରକୁ ଲାଗିରହିଥିବା ଭରଲା-ଛତ୍ର ଜଙ୍ଗଲରେ ପହଞ୍ଚିଥିଲେ । ଏଠାରେ ସେ ଧମକଚମକ ଦେଇ ନାବାଳିକାକୁ ବଳାତ୍କାର କରିଥିଲେ । ପରେ ସେ ସେଠାରୁ ଖସିଆସିଥିଲେ । ଟ୍ରକ ସହାୟତାରେ ଉମରିଆ ଫେରିବାକୁ ଚେଷ୍ଟା କରିଥିବା ବେଳେ ଟ୍ରକ ଡ୍ରାଇଭର ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲା ।