PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆଇପିଏଲ୍‌-୧୩ ଟାଇଟଲ୍‌ ପ୍ରାୟୋଜକ: ବିଡ୍‌ ଦାଖଲ କଲା ଅନ୍‌ଏକାଡେମୀ

ନୂଆଦିଲ୍ଲୀ,୧୫/୦୮: ଆଇପିଏଲ୍‌-୧୩ର ଟାଇଟଲ ପ୍ରାୟୋଜକ ହେବା ଦୌଡ଼ରେ ସାମିଲ ହୋଇଛି ‘ଅନ୍‌ଏକାଡେମୀ’ । କମ୍ପାନୀ ପକ୍ଷରୁ ବିଧିବଦ୍ଧ ଭାବରେ ଆଜି ବିଡ୍‌ ଦାଖଲ କରାଯାଇଛି । କେବଳ ଅନଏକାଡେମୀ ନୁହଁ ‘ଡ୍ରିମ୍‌୧୧’ ମଧ୍ୟ ବିଡ୍‌ ଦାଖଲ କରିଛି । ଟାଇଟଲ୍‌ ପ୍ରାୟୋଜକ ପାଇଁ ବିଡ୍‌ ଦାଖଲ କରିବାର ଶୁକ୍ରବାର ଥିଲା ଶେଷ ତାରିଖ।

‘ଭିଭୋ’ ଚଳିତ ସଂସ୍କରଣରୁ ଟାଇଟଲ ପ୍ରାୟୋଜକ ଭାବେ ବାଦ ପଡ଼ିବା ପରେ ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ବିସିସିଆଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଅନ୍‌ଏକାଡେମୀ ଓ ଡ୍ରିମ୍‌୧୧ ସେମାନଙ୍କ ବିଡ୍‌ ଦାଖଲ କରିଛନ୍ତି ।’ କିନ୍ତୁ ଅନ୍ୟ କେଉଁ କମ୍ପାନୀ ବିଡ୍‌ ଦାଖଲ କରିଛନ୍ତି ସେ ବିଷୟରେ କିଛି ସୂଚନା ଦେଇ ନାହାନ୍ତି ।

ରାମ ଦେବ ବାବାଙ୍କର ‘ପତଞ୍ଜଳି’ କମ୍ପାନୀ ମଧ୍ୟ ବିଡ୍‌ ଆହ୍ୱାନ କରିବାକୁ ଆଗ୍ରହୀ ରହିଥିଲା । ମାତ୍ର କମ୍ପାନୀ ପକ୍ଷରୁ ବିଡ୍‌ ଦାଖଲ ହୋଇଛି କି ନାହିଁ ତାହା ଜଣା ପଡ଼ି ନାହିଁ । ଟାଟା ମଟୋର୍ସ ଏବଂ ଜିଓ ହୁଏତ ପ୍ରାୟୋଜକ ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।

ଯିଏ ବି ଟାଇଟଲ୍‌ ପ୍ରାୟୋଜକ ହେବେ ସେହି କମ୍ପାନୀ ମାତ୍ର ୪ ମାସ ୧୩ ଦିନ ବିସିସିଆଇ ସହ ଚୁକ୍ତି କରିବ । ଆଉ ଏହି ଅବଧିପାଇଁ ବିସିସିଆଇ ୩୦୦ରୁ ୩୫୦ କୋଟି ଚାହୁଛି । କାରଣ ପୂର୍ବରୁ ‘ଭିଭୋ’ ଯେଉଁ ୫ ବର୍ଷିଆ ଚୁକ୍ତି କରିଛି, ସେଥିପାଇଁ ବିସିସିଆଇକୁ ୨,୧୯୯ କୋଟି ଟଙ୍କା ଦେବ । ଅର୍ଥାତ ବର୍ଷକୁ ୪୩୯.୮ କୋଟି ଟଙ୍କା ଦେଉଛି ।

ସମ୍ବନ୍ଧିତ ଖବର