ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍: ୪ ମୃତ, ୩୭ ଗୁରୁତର ଆହତ

ସତନା ୨୦।୯: ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ହୋଇଛି। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଆଠ ଜଣଙ୍କର ଅବସ୍ଥା ଗମ୍ଭୀର ଅଛି ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ହିନୈାତାରୁ ଅମରପାଟଣା ଆସୁଥିବା ବସଟି ତିରାହୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରୁ ରାଜଧାନୀ ପ୍ରାୟ ୫୦୦ କି.ମି ଦୂର ଥିଲା।

ଥାନା ପ୍ରଭାରୀ ଆର୍ ପି ମିଶ୍ରାଙ୍କ କହିବାନୁସାରେ, ଘଟଣାସ୍ଥଳରେ ହିଁ ୪ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚିଥିଲେ।

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…