PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଜେଲ୍ ପାଚେରୀରେ ଲୁଙ୍ଗି ବାନ୍ଧି ଚମ୍ପଟ ମାରିଲା କଏଦୀ: ସିସିଟିଭିରେ ଭିଜୁଆଲ କଏଦ

ଢେଙ୍କାନାଳ ୧୬/୧୨: ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ ଘଟଣାରେ ପୋଲିସର ଛାନ୍ ଭିନ । ୨ ଦିନ ପରେ ବି ପୋଲିସ ଚମ୍ପଟ ମାରିଥିବା କଏଦୀଙ୍କୁ ଧରିବାରେ ସଫଳ ହୋଇନି । ତେବେ କଏଦୀ ଜଣଙ୍କ କିପରି ସବ୍ ଜେଲ୍ ରୁ ଚମ୍ପଟି ମାରିଛି ତାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।

ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଶିବ ମୁଣ୍ଡା ଗତ ୧୩ ତାରିଖ ସନ୍ଧ୍ୟାରେ ଜେଲ ପଛ ପାଖ ପାଚେରୀରେ ଲୁଙ୍ଗି ବାନ୍ଧି ପଳାଇବାରେ ସକ୍ଷମ ହୋଇଛି । ଜେଲର ପଛ ପଟ କାନ୍ଥ ଡେଇଁ ପଳାଇ ଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ଜଣେ ୧୩ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସେ ଗତ ମାସ ୨୨ ତାରିଖରେ ଗିରଫ ହୋଇଥିଲା । ତାର ମାମଲା ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ବିଚାର ଚାଲିଛି। ଢେଙ୍କାନାଳ ଜେଲ ପକ୍ଷରୁ ଅଭିଯୋଗ ଆଧାରରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଟାଉନ ପୋଲିସ ଏହି ଘଟଣାରେ ଫେରାର କଏଦୀ ଶିବର ଗାଁ ସମେତ ବିଭିନ୍ନ ଜାଗାରେ ଛାନଭିନ୍ ଚଳାଇଛି ।