ଜଳପଥ ଦେଇ ଭାରତରେ ଆକ୍ରମଣ କରିବା ଯୋଜନାରେ ଜୈଶ ଆତଙ୍କବାଦୀ, ଅଣ୍ଡରଓ୍ବାଟର ଓ୍ବିଙ୍ଗର ନେବ ସାହାର୍ଯ୍ୟ

ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନରେ ଜାରି ରହିଛି ଅସନ୍ତୋଷ। କେବଳ ସେତିକି ନୁହେଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଭାରତରେ ଆତଙ୍କୀ ଗତିବିଧିର ଯୋଜନାରେ ରହିଛି। ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ପାଣି ବାଟ ଦେଇ ଭାରତ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁଛନ୍ତି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମନ ନିଜର ଅଣ୍ଡରଓ୍ବାଟର ଓ୍ବିଙ୍ଗ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଛି।

ନୌସେନା ମୁଖ୍ୟ ଆହୁରି କହିଛନ୍ତି ଯେ, ଆମକୁ ଏଭଳି ଗୁଇନ୍ଦା ଇନପୁଟ୍ ମିଳିଛି। ତେଣୁ ଆମେ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିଛୁ ଓ ଆମେ ଆପଣମାନଙ୍କୁ ଆଶ୍ବସ୍ତ କରୁଛୁ ଯେ, ସମ୍ପୂର୍ଣ୍ଣ ସତର୍କ ରହିବୁ। ଉଲ୍ଲେଖନୀୟ ଯେ, କଶ୍ମୀରରେ ଭାରତ ସରକାରଙ୍କ ନିଷ୍ପତ୍ତି ନେଇ ଆତଙ୍କବାଦୀମାନେ ଏବେ ଦେଶର ବିଭିନ୍ନ ସ୍ଥାନକୁ ଅନୁପ୍ରବେଶ କରି ବଡ ଧରଣର ଆକ୍ରମଣ କରିବାର ଯୋଜନାରେ ରହିଛନ୍ତି।

   ସମ୍ବନ୍ଧିତ ଖବର


ଅଙ୍ଗ ଦାନ କରିବାର ଘୋଷଣା କଲେ ଅମିତାଭ ବଚ୍ଚନ, ଟୁଇଟ୍ କରି ଦେଲେ ସୂଚନା

କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ

ଟିକା ଉତ୍ପାଦନ ଦ୍ୱିଗୁଣିତ କରିବ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଭାରତ ସମେତ ଅନ୍ୟଦେଶକୁ ମିଳିବ ୨୦ କୋଟି ଟିକା