ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ମଙ୍ଗଳବାର ପୁଣି ଆସିବେ ଅମିତ ଶାହ, ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡ଼ରେ ସଭା

ଭୁବନେଶ୍ୱର,୨୧/୦୫: ମଙ୍ଗଳବାର ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ । ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ରେମେଡ ଗାଁ ପଡ଼ିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିବେ । କେନ୍ଦୁଝର, ଢେଙ୍କାନାଳର ପରଜଙ୍ଗ ଓ  ନୟାଗଡ଼ରେ ସଭା କରି ପ୍ରଚାର କରିବା ସହ ବିଜେପି ପାଇଁ ଭୋଟ୍‌ ମାଗିବେ ଶାହ । ଶାହଙ୍କ ସମ୍ବଲପୁର ସଭାରେ ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ  ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ  ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର  ସାମିଲ ହେବେ । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା  ବି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି । ମୋରଡ଼ା, ଉଦଳା, ଯଶୀପୁର ଓ ରାଇରଙ୍ଗପୁର,  ବାଙ୍ଗିରିପୋଷି ଓ ବାରିପଦାରେ ଅନୁଷ୍ଠିତ  ଆୟୋଜିତ ଜନସଭାରେ ସେ ସାମିଲ ହେବେ ।  ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ  ପୀତାମ୍ବର ଆଚାର୍ଯ୍ୟ ଓ ସାଂସଦ ଅନୁଭବ  ମହାନ୍ତି ଆସନ୍ତାକାଲି ନୀଳଗିରି, ଜଳେଶ୍ୱର,  ଭୋଗରାଇ ଓ ବସ୍ତାରେ ପ୍ରଚାର କରିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.