ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଶାହଙ୍କ ସୂଚନା: ମୋବାଇଲ ଆପ୍ ଯୋଗେ ହେବ ୨୦୨୧ ଜନଗଣନା, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୨୩।୯: କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିଲ୍ଲୀରେ ଜନଗଣନା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଶାହ କହିଛନ୍ତି ଜନଗଣନା ବିଲ୍ଡିଂ ସମ୍ପୂର୍ଣ୍ଣ ଭାବରେ ସବୁଜ ରଙ୍ଗର ରହିବ, ଭାରତକୁ ସବୁଜ ରଙ୍ଗର ବିଲ୍ଡିଂ କରିବାର ଯୋଜନା କରିବା ଦରକାର। ନୂଆ ଜନଗଣନା ଏହି ବିଲ୍ଡିଂରୁ ହେବ। ଏହା ସହ ଶାହ କହିଛନ୍ତି, ଜନଗଣନା ଦେଶର ଭବିଷ୍ୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାର ଆଧାର। ତେଣୁ ଜନଭାଗିଦାରୀର ଆବଶ୍ୟକତା ରହିଛି। ୧୮୬୫ରୁ ଏପର୍ଯ୍ୟନ୍ତ ୧୬ ତମ ଜନଗଣନା ହେବାକୁ ଯାଉଛି। ବହୁ ପରିବର୍ତ୍ତନ ଓ ନୂଆ ପଦ୍ଧତ୍ତି ପରେ ଆଜି ଜନଗଣନା ଡିଜିଟାଲ ହେବାକୁ ଯାଉଛି।

wp:gallery {"ids":[46622]} /wp:gallery

ଶାହ କହିଛନ୍ତି ୨୦୨୧ରେ ଯେଉଁ ଜନଗଣନା ହେବ, ସେଥିରେ ମୋବାଇଲ ଆପର ବ୍ୟବହାର କରାଯିବ। ଏଥିରେ ଡିଜିଟାଲ ପ୍ରଣାଳିରେ ସଂଖ୍ୟା ଉପଲବ୍ଧ ହେବ। ଯେତେ ଭଲ ଭାବରେ ଜନଗଣନା ହେବ ସେତେ ଭଲ ଭାବରେ ଦେଶର ଅର୍ଥନୀତି ମଜବୁତ କରିବାର ସାହାର୍ଯ୍ୟ ମିଳିବ। ୨୦୧୪ରେ ମୋଦି ସରକାର ଆସିବା ପରେ ଆମର ଭାବିବାର କ୍ଷମତାରେ ପରିବର୍ତ୍ତନ ହୋଇଥିଲା। ସେଭଳି ଜନଗଣନା ରେଜିଷ୍ଟରର ପ୍ରକୃତ ଉପଯୋଗ ଆରମ୍ଭ ହୋଇଥିଲା। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଉଜ୍ବଳା ଯୋଜନା। ଏହା ଜରିଆରେ ଜଣାପଡିଥିଲା ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠି ୯୩ ପ୍ରତିଶତ ଲୋକଙ୍କ ପାଖରେ ଗ୍ୟାସ ନଥିଲା। ଡିଜିଟାଲ ପ୍ରଣାଳିରେ ଯେତେବେଳେ କାମ କରାଯାଇଥିଲା ଳୋକମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଠିକ୍ ଭାବରେ ମିଳିଥିଲା।

wp:gallery {"ids":[46623]} /wp:gallery

ଏହି ସମୟରେ ଶାହ କହିଥିଲେ ଆରମ ସରକାର ୨୨ ଟି ଯୋଜନାର ରେଖାଙ୍କନ ଜନଗଣନା ଆଧାରରେ କରୁଛି। ବେଟି ବଢାଅ ଓ ବେଟି ବଚାଓର ଯୋଜନା ଏହି ଜନଗଣନା ସଂଖ୍ୟାର ଆଧାର ଉପରେ ବାହାରିଛି, ଯାହା ଉପରେ ଠିକ୍ ଭାବରେ କାମ କରାଯାଉଛି। ଜନଗଣନାକୁ ସମ୍ପୂର୍ଣ୍ଣ କରିବା ପାଇଁ ୧୬ଟି ଭାଷା ରଖାଯାଇଛି,ଯେଉଁଥିରେ ଳୋକମାନେ ନିଜର ସୂଚନା ସଠିକ୍ ଭାବରେ ଦେଇପାରିବେ। ଡିଜିଟାଲ ଜନଗଣନା ହେଲେ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ କାର୍ଡ ସହିତ ସମସ୍ତ କାର୍ଡ ଗୋଟିଏ ହୋଇଯିବ, ଯାହାଫଳରେ ସବୁକିଛି ଠିକ୍ ହୋଇଯିବ। ତେବେ ଏହା ଉପରେ ଏବେ କାମ ଆରମ୍ଭ ହୋଇନାହିଁ କିନ୍ତୁ ଜନଗଣନାକୁ ଡିଜିଟାଲ ହେବାଦ୍ବାରା କାମ ସହଜ ହୋଇପାରେ।

wp:gallery {"ids":[46624]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.