PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଏହାସହ ସମର୍ପଣ ନିଧି ସଂଗ୍ରହ ଅଭିଯୋନକୁ ସଫଳ କରିବାକୁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

ଏହି ଅଭିଯାନକୁ ଜନ ଆନ୍ଦୋଳନର ରୂପ ଦେବାକୁ ମାର୍ଗ ଦର୍ଶନ ଦେବା ସହ ପ୍ରସ୍ତାବିତ ଅଭିଯାନର ଗଜପତି ସେତୁ ସାଜନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଉ ମଧ୍ୟ କେନ୍ଦ୍ର ଓ ରାଜ୍ୟ  ସରକାରଙ୍କ ମଧ୍ୟରେ ଗଜପତି ସମନ୍ୱୟ ରଖନ୍ତୁ । ଏହା ଦ୍ୱାରା ବିଶ୍ୱର ହିନ୍ଦୁ ସମାଜ  ଓ ସାଢ଼େ ୪ କୋଟି ଓଡ଼ିଆ  ଉପକୃତ ହେବେ । ଶ୍ରୀମନ୍ଦିରର ବିକାଶ ପାଇଁ ଚାଲିଛି ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା । ଗଜପତିଙ୍କ ନେତୃତ୍ୱ ପ୍ରସ୍ତାବିତ ଯୋଜନାକୁ ସଫଳ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।