କର୍କଟ ରୋଗକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କରାଯିବ ସାମିଲ

କୋଏମ୍ବାଟୁର ୮।୯: ଏବେ ସାରା ଦେଶରେ ଗାଈକୁ ନେଇ ନେତାମାନେ ନିଜ ପ୍ରତିକ୍ରିୟା ରଖୁଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଯେ, କର୍କଟ ଭଳି ଅସାଧ୍ୟ ରୋଗର ଔଷଧ ଗୋମୂତ୍ରରୁ ପ୍ରସ୍ତୁତ ହେଉଛି। ସେ ଆହୁରି ବି କହିଛନ୍ତି ଯେ, ଆୟୁଷ ମନ୍ତ୍ରାଳୟ ଗୋମୂତ୍ରରୁ ବିଭିନ୍ନ ଔଷଧ ପ୍ରସ୍ତୁତି ଦିଗରେ କାମ ଚାଲିଛି ବୋଲି ତାମିଲନାଡୁର କୋଏମ୍ବାଟୁରରେ ‘କର୍କଟ ରୋଗ ବିରୋଧରେ ଯୁଦ୍ଧ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଗୋବର୍ଦ୍ଧନ ଏବଂ ଗୋପାଳନ ପାଇଁ କିଛି ପଦକ୍ଷେପ ନେଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗକୁ ସାମିଲ କରିବା ନେଇ ପ୍ରସ୍ତାବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା କରୁଛି । କେନ୍ଦ୍ର ସରକାର ଏକ ଭିନ୍ନ ଯୋଜନା ମାଧ୍ୟମରେ ବର୍ତ୍ତମାନ ୩ ପ୍ରକାରର କର୍କଟ ରୋଗର ଚିକିତ୍ସା ପ୍ରଦାନ କରୁଛନ୍ତି ଏବଂ ଏବେ ଜନ ଆରୋଗ୍ୟ ଯୋଜନାରେ ଏଭଳି ଯେକୌଣସି ଘାତକ ରୋଗକୁ ସାମିଲ କରାଯିବା ନେଇ ଅଧ୍ୟୟନ କରାଯାଉଛି ।

   ସମ୍ବନ୍ଧିତ ଖବର


ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ଆଜିଠୁ ନ୍ୟୁଜ୍‌-୭ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ: ଶୁକ୍ର, ଶନି ଓ ରବିବାର ପ୍ରସାରଣ ହେବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ