ମନ୍ତ୍ରୀ ରାମ ଦାସ ଅଠଓ୍ବାଲେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି କହିଲେ; ଦେଶରେ ଶାନ୍ତି ରକ୍ଷା ପାଇଁ ଆପଣ ଏପରି କାମ କରିଛନ୍ତି

ନୂଆଦିଲ୍ଲୀ୫।୩: ମୋଦି ସରକାରଙ୍କ ମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠଓ୍ୱାଲେ ନିଜର ହରିୟାଣା ଗସ୍ତ ସମୟରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଭାରତୀୟ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମାତ୍ର ୬୦ ଘଣ୍ଟା ମଧ୍ୟରେ ଛାଡିଦେଇଥିବାରୁ ଇମ୍ରାନଙ୍କୁ ପ୍ରଶଂସା କରିବା ସହ ଦେଶରେ ଶାନ୍ତି ରକ୍ଷା କରିବା ପାଇଁ ଏପରି କାମ କରିଛନ୍ତି .ବୋଲି କହିଛନ୍ତି ଅଠଓ୍ୱାଲେ।
ଏହାସହ ସେ କହିଛନ୍ତି ଯେ, ପିଓକେକୁ ପାକିସ୍ତାନ ଭାରତକୁ ଦେଇଦେବାର ଆବଶ୍ୟକତା ରହିଛି ନଚେତ ଭାରତ ବଳପୂର୍ବକ ତାହାକୁ ଭାରତରେ ମିଶାଇଦେବାର ଆବଶ୍ୟକତା ରହିଛି । କାରଣ ସେଠାରେ ଅନେକ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି ।