ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ : MSME ପ୍ୟାକେଜ୍‌ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ

ଭୁବନେଶ୍ୱର,୧୪/୫: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଲକ୍ଷ କୋଟି ଟଙ୍କାର ମେଗା ପ୍ୟାକେଜ୍‌ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କର ଏ ପ୍ୟାକେଜ୍‌ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ଦେଶର ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହୋଇ ଆଗକୁ ଚାଲିବ । ପ୍ରଧାନମନ୍ତ୍ରୀଙ୍କ ଏ ନିଷ୍ପତ୍ତି ଐତିହାସିକ ଓ ସମୟପୋଯୋଗୀ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ଏ ପ୍ୟାକେଜ୍‌ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ପ୍ରତାପ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ଷଡ଼ଙ୍ଗୀ ଦର୍ଶାଇଛନ୍ତି, ବିନା ଗ୍ୟାରେଣ୍ଟିରେ ୨୦ ହଜାର କୋଟି ଯାଏ ଋଣ ପ୍ରଦାନ ବ୍ୟବସ୍ଥା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବେଶ ଆଗକୁ ନେବ । ୫୦ ହଜାର କୋଟିର ଇକ୍ୱିଟି ଇନଫ୍ୟୁଜନ୍‌ ପାଣ୍ଠି ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବାକୁ ସହଯୋଗ କରିବ । ପ୍ରଧାନମନ୍ତ୍ରୀଙ୍କ ଏ ନିଷ୍ପତ୍ତି ବହୁ ଯୁବକ ଯୁବତୀଙ୍କୁ ଋଣ ସହ କାମଧନ୍ଦା ଯୋଗାଇବ । ଆମ ଦେଶର ଅଥର୍ନୀତିକୁ ଛିଡ଼ା କରାଇାବରେ ଏ ପ୍ୟାକେଜ୍‌ ଅଧିକ ସହାୟତା କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ