ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ପାଟନା,୧୮/୧୦: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ଝଂଝାରପୁରଠାରେ ନିର୍ବାଚନ ପ୍ରଚାର ଲାଗି ଆସିଥିବା ବେଳେ ପାଟନା ବିମାନବନ୍ଦର ହ୍ୟାଙ୍ଗରରେ ଟଣାଯାଇଥିବା ତାରରେ ତାଙ୍କ ହେଲିକପ୍ଟରର ରୋଟର ବ୍ଲେଡ ଲାଗିଯାଇଥିଲା । ଫଳରେ ବ୍ଲେଡ ଭାଙ୍ଗିଯାଇଥିଲା ।

ରବିଶଙ୍କରଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା ସେହି ହେଲିକପ୍ଟରରେ ଥିଲେ । ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବିମାନବନ୍ଦରରେ ଏବେ ମରାମତି କାର୍ଯ୍ୟ ଚାଲିଥିବାରୁ ଏଭଳି ଘଟଣା ଘଟିଛି । ସେପଟେ ଟୁଇ୍‌ଟ କରି ରବିଶଙ୍କର କହିଛନ୍ତି ସେ ହେଲିକପ୍ଟରରୁ ଓହ୍ଲାଇସାରିବା ପରେ ତାହା କ୍ଷତିଗ୍ରସ୍ତ ହୋଇଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ