PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଓ ଯୋଜନା ପଣ୍ଡ, ରାସ୍ତାରୁ ପାଇପ୍ ବୋମା ଉଦ୍ଧାର
  • ||
  • ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୩୧ କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
  • ||
  • ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଦିନକରେ ଚାଲିଗଲା ଆଉ ୪୩ ଜଣ ଆକ୍ରାନ୍ତଙ୍କ ଜୀବନ
  • ||
  • ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର, ଶିଶୁପାଳଙ୍କୁ ହରାଇ ଋକ୍ମିଣୀଙ୍କୁ ହରଣ କରିବେ
  • ||
  • ଆଜିଠୁ କ୍ୟାମ୍ପେନ୍‌ ମୋଡରେ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା
  • ||
  • ଦେବସ୍ନାନ ପୂର୍ଣ୍ଣିମା: ଘରେ ପହଞ୍ଚିବ ଅବଢ଼ା
  • ||

କୋର୍ଟରେ ହାଜର ହେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର ୭/୯ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୁକ୍ରବାର ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ । ୨୦୦୪ରେ ଏକ ଶବଦାହ ଓ ୨୦୧୧ରେ ଧାରଣା ମାମଲାରେ ତାଙ୍କୁ ଭୁବନେଶ୍ୱର କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା ।

କୋର୍ଟରୁ ଫେରି ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଏବେ ମାମଲା ବିଚାରାଧୀନ ରହିଛି । ତେଣୁ ଏନେଇ କୌଣସି ମନ୍ତବ୍ୟ ଦେବା ମୋ ପକ୍ଷରେ ସମ୍ଭବପର ନୁହେଁ । ମୋ ବିରୁଦ୍ଧରେ ହୋଇଥିବା ମାମଲା କପୋଳକଳ୍ପିତ । ଏଭଳି ଘଟଣା ଆଦୌ ଘଟିନାହିଁ । ମୁଁ ଦୋଷୀ ନୁହେଁ ତେଣୁ ଭୟ କରିବାର ପ୍ରଶ୍ନ ଉଠୁନାହିଁ । ଏହାବ୍ୟତୀତ ସେ କହିଛନ୍ତି ଯେ ମୁଁ ଭାବମୂର୍ତ୍ତି ତିଆରି କରିବାର ପ୍ରଚେଷ୍ଟା କରେନାହିଁ କିମ୍ବା ଭାବମୂର୍ତ୍ତିରେ ଆଘାତ ଆସିଲେ ବିଚଳିତ ମଧ୍ୟ ହୁଏ ନାହିଁ । ସତ୍ୟର ବିଜୟ ହେବ । କେବଳ ସମୟକୁ ଅପେକ୍ଷା ।

ସୂଚନା ମୁତାବକ, ଏସ୍‌ସି ଏସ୍‌ଟି ଆକ୍ଟ ବଳରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଏହି ଦୁଇଟି ମୋକଦ୍ଦମା ନୀଳଗିରି ଏସ୍‌ଡିଜିଏମ୍‌ କୋର୍ଟ ଓ ବାଲେଶ୍ୱରର ଆଡିସ୍‌ନାଲ୍‌ ସେସନ୍‌ ଜଜ୍‌ କୋର୍ଟରେ ବିଚାରାଧୀନ ଥିଲା । ଏବେ ମୋକଦ୍ଦମାକୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି । ଶୁକ୍ରବାର କେବଳ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଥିଲା । ଏନେଇ ପରବର୍ତ୍ତୀ ବିଚାର ଆସନ୍ତା ୯ ତାରିଖରେ ହେବ ବୋଲି ସୂଚନା ମିଳିଛି । ଆସନ୍ତା ୯ ତାରିଖରେ ସମସ୍ତ ଅଭିଯୋଗକାରୀ ଓ ସାକ୍ଷୀ ଉପସ୍ଥିତ ରହି ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।