ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳିଥାଏ ଗହଣା, ସୁନା-ରୂପା କଏନ୍ ନେଇ ଘରକୁ ଯାଆନ୍ତି ଶ୍ରଦ୍ଧାଳୁ

ନୁଆଦିଲ୍ଲୀ ୩୦/୮: ଭାରତରେ ଏମିତି ଅନେକ ମନ୍ଦିର ଅଛି ଯାହାର ବିଶେଷତ୍ୱ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ସବୁ ମନ୍ଦିରର କିଛି ନା କିଛି ଖାସ୍ ବିଶେଷତ୍ୱ ଅଛି । ଏମିତି ଏକ ଅଜବ ମନ୍ଦିର ମଧ୍ଯ ପ୍ରଦେଶର ରତଲାମ ସହରର ମାଣରେ ଅଛି । ସାଧାରଣତଃ ଅନ୍ୟ ମନ୍ଦିର ମାନଙ୍କରେ ଭକ୍ତଙ୍କୁ ପ୍ରସାଦ ରୂପେ ମିଠେଇ କିମ୍ବ ଅନ୍ୟ କିଛି ଜିନିଷ ମିଳିଥାଏ । କିନ୍ତୁ ମା ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ସବୁଠାରୁ ଖାସ୍ କଥା ହେଉଛି ଯେ ଏଠାରେ ଭକ୍ତଙ୍କୁ ପ୍ରସାଦ ରୂପେ ଗହଣା ମିଳିଥାଏ । ଏଠାକୁ ଆସିଥିବା ଭକ୍ତମାନେ ସୁନା-ରୂପାର ମୁଦ୍ରା ନେଇ ଘରକୁ ଯାଇଥାନ୍ତି ।

ମା ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ବର୍ଷା ସାରା ଭକ୍ତଙ୍କ ଭିଡ ଲାଗିରହିଥାଏ । ଭକ୍ତମାନେ ଏଠାକୁ ଆସି କୋଟି କୋଟି ଟଙ୍କାର ଗହଣା ଓ ଟଙ୍କା ମାତାଙ୍କ ଚରଣରେ ଚଢାଇଥାନ୍ତି । ଦିପାବଳୀ ଅବସରରେ ଏହି ମନ୍ଦିରରେ ଧନତେରସକୁ ନେଇ ୫ ଦିନ ପର୍ଯ୍ଯନ୍ତ ଦିପୋତ୍ସବର ଆୟୋଜନ କରାଯାଇଥାଏ । ଏହି ସମୟରେ ମନ୍ଦିରକୁ  ଫୁଲରେ ନୁହେଁ, ବରଂ ଭକ୍ତଙ୍କ ଦ୍ୱାରା ଚଢାଯାଇଥିବା ଗହଣା ଓ ଟଙ୍କାରେ ସଜାଯାଇଥାଏ ।

ଦୀପୋତ୍ସବ ସମୟରେ ମନ୍ଦିରରେ କୁବେରଙ୍କ ଦରବାର ଲଗାଯାଇଥାଏ । ଏହି ସମୟରେ ଏଠାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ସୂରୁପ ଗହଣା ଓ ଟଙ୍କା-ପଇସା ଦିଆଯାଇଥାଏ ।

ଦୀପାବଳୀ ଦିନ ଏହି ମନ୍ଦିରରେ ୨୪ ଘଣ୍ଟା ପହଡ ଖୋଲା ରହିଥାଏ । କୁହାଯାଏ ଯେ ଧନତେରସରେ ମହିଳା ଭକ୍ତଙ୍କୁ ଏଠାରେ କୁବେରର ପୁଟୁଳି ଦିଆଯାଏ । ଏଠାକୁ ଆସୁଥିବା କୌଣସି ବି ଭକ୍ତଙ୍କୁ ଖାଲି ହାତରେ ଫେରା ଯାଏନାହିଁ । ସେମାନଙ୍କୁ କିଛି ନା କିଛି ପ୍ରସାଦ ରୂପେ ଦିଆଯାଏ ।

ମନ୍ଦିରରେ ଗହଣା ଓ ଟଙ୍କାକୁ ଚଢାଇବାର ପରମ୍ପରା ଅନେକ ଦିନରୁ ଚାଲିଆସୁଛି । ପୂର୍ବରୁ ଏଠାରେ ରାଜା, ରାଜ୍ଯର ସମୃଦ୍ଧି ପାଇଁ ମନ୍ଦିରରେ ଧନ ଆଦି ଚଢାଉଥିଲେ ଏବଂ ଏବେ ଭକ୍ତମାନେ ଏଠାରେ ଗହଣା, ପଇସା ଆଦି ମାତାଙ୍କ ଚରଣରେ ଚଢାଉଛନ୍ତି । ମାନ୍ଯତା ରହିଛି ଯେ ଏମିତି କଲେ ଘରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ