ଆମ ଦେଶର ଏହି ସ୍ଥାନରେ ଝିଅର ବାପା ଜ୍ବାଇଁଙ୍କୁ ଯୌତୁକରେ ଦେଇଥାନ୍ତି ୨୧ଟି ବିଷଧର ସାପ,ଏହା ବିନା ବାହାଘର ଅସମ୍ଭବ

ଭୋପାଳ,୧୮।୪: ବାହାଘରରେ କନ୍ୟା ଘର ପକ୍ଷରୁ ବରପକ୍ଷରୁ ଟଙ୍କା, ସୁନା, ଗାଡି ଏବଂ ଦାମୀ ଆସବାପତ୍ର ଯୌତୁକରେ ଦିଆଯିବା କଥା ଆମେ ସମସ୍ତେ ଜାଣିଛୁ। କିନ୍ତୁ ବାହାଘରରେ ବରକୁ କେହି ଯୌତୁକରେ ବିଷଧର ସାପ ଦେଉଥିବାର ଜାଣିଛନ୍ତି କି? ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ। ଆମ ଦେଶ ଏକ ସ୍ଥାନରେ ଏହାର ପ୍ରଚଳନ ରହିଛି।ମଧ୍ୟ ପ୍ରଦେଶର ଗୌରିୟା ସମ୍ପ୍ରଦାୟର ଲୋକ ଏହି ପ୍ରଥା ଅନୁଯାୟୀ ନିଜ ଜ୍ବାଇଁଙ୍କୁ ୨୧ଟି ବିଷଧର ସାପ ଦେଇଥାନ୍ତି। ଏହି ସମ୍ପ୍ରଦାୟରେ ଏଭଳି ପ୍ରଥା ଦୀର୍ଘ ବର୍ଷ ଧରି ଚାଲିଆସୁଛି।

source: https://www.naukrinama.com

ମାନ୍ୟତା ରହିଛି ଯଦି ଏହି ସମ୍ପ୍ରଦାୟର କୌଣସି ବ୍ୟକ୍ତି ନିଜ ଝିଅର ବାହାଘରରେ ଜ୍ବାଇଁକୁ ଯୌତୁକରେ ସାପ ନଦିଅନ୍ତି ତେବେ ତାଙ୍କର ଦାମ୍ପତ୍ତ୍ୟ ସମ୍ପର୍କ ଶେଷ ହୋଇଯିବ। ବାହାଘର ଠିକ୍ ହେବାପରେ ଝିଅର ବାପା ନିଜ ଜ୍ବାଇଁକୁ ଉପହାରରେ ଦେବା ପାଇଁ ସାପ ଧରିବା ଆରମ୍ଭ କରିଦେଇଥାନ୍ତି। ଏହା ମଧ୍ୟରେ ବିଷାକ୍ତ ସାପ ମଧ୍ୟ ରହିଥାଏ। ସବୁଠାରୁ ବଡ କଥା ହେଉଛି ସେଠାକାର ପିଲାମାନେ ମଧ୍ୟ ବିଷଧର ସାପକୁ ଭୟ କରିନଥାନ୍ତି ବଂର ତାଙ୍କ ସହିତ ଖେଳୁଥିବାର ଦେଖିବାକୁ ମିଳିଥାଏ।

source: https://www.hindustantimes.com

ପ୍ରକୃତ କଥା ହେଉଛି, ଏହି ସମ୍ପ୍ରଦାୟର ଲୋକଙ୍କର ମୁଖ୍ୟ ପେଶା ହେଉଛି ସାପ ଧରିବା ଓ ଏହାକୁ ଦେଖାଇ ଲୋକଙ୍କ ଠାରୁ ଟଙ୍କା ଉପାର୍ଜନ କରିବ। ଏହି କାରଣରୁ ଝିଅଙ୍କ ବାପାମାନେ ନିଜର ଜ୍ବାଇଁଙ୍କୁ ଯୌତୁକରେ ସାପ ଦେଇଥାନ୍ତି। ଯାହାଫଳରେ ସେମା​‌ନେ ସାପ ମାଧ୍ୟମରେ ନିଜ ଝିଅ ଏବଂ ପରିବାରର ପେଟ ପୋଷି ପାରିବେ। ଏହି ସମ୍ପ୍ରଦାୟର ଲୋକ ସାପକୁ ସୁରକ୍ଷିତ ରଖିବା ପାଇଁ କଡା ନିୟମ ମଧ୍ୟ ରଖିଛନ୍ତି। କୁହାଯାଏ ଯେ, ଯଦି ସାପ ଏମାନଙ୍କ ପେଡି ଭିତରେ ମରିଯାଏ ତେବେ ସାରା ପରିବାର ଲୋକଙ୍କୁ ଲଣ୍ଡା ହେବାକୁ ପଡିଥାଏ ଏବଂ ଭୋଜି ଦେବାକୁ ପଡିଥାଏ।​‌

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ