ଅଦ୍ଭୁତ ବିବାହ: ଗୋଟିଏ ବରକୁ ଦୁଇଟି କନ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଲା ନିମନ୍ତ୍ରଣ କାର୍ଡ

ମୁମ୍ବାଇ,୧୨।୪ : ବିବାହ କରିବା ଏକ ସାମାଜିକ ପ୍ରଥା। ଦୁଇଟି ମନ ଏବଂ ଆତ୍ମାର ମିଳନକୁ ବିବାହ ବୋଲି କୁହାଯାଏ।  ତେବେ ମୁମ୍ବାଇର ପାଲଘରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିବାହ।   ପାଲଘର ଅନ୍ତର୍ଗତ ତଲାସରୀରେ ଏପ୍ରିଲ ୨୨ ତାରିଖରେ ହେବାକୁ ଥିବା ଏକ ବାହାଘରରେ ଗୋଟିଏ ବରକୁ ଦୁଇଟି କନିଆ ଥିବା ଜଣାପଡିଛି। ଅନ୍ୟ ଏକ ଆଶ୍ଚର୍ଯ୍ୟର କଥା ବିବାହ ପୂର୍ବରୁ ହିଁ ଏମାନଙ୍କର ୩ଟି ଛୁଆ ରହିଛନ୍ତି। ସୁତାରପଡା ନିବାସୀ ସଞ୍ଜୟ ଧାଗଡା ଦୁଇ ମହିଳାଙ୍କ ସହ ଲିଭ-ଇନ-ରିଲେସନରେ ରହୁଥିଲେ। ବର୍ତ୍ତମାନ ସଞ୍ଜୟ ଏହି ଦୁଇ ମହିଳାଙ୍କ ସହ ବିବାହ କରିବାକୁ ଯାଉଛନ୍ତି।

୨୬ ବର୍ଷୀୟ ଯୁବକ ସଞ୍ଜୟଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି। ତାଙ୍କର ବାହାଘର ପାଇଁ ମଣ୍ଡପ ତିଆରି ହୋଇସାରିଛି ଓ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ସରିଛି, ଯାହାକୁ ଲୋକଙ୍କ ଭିତରେ ବଣ୍ଟା ସରିଛି। ସଞ୍ଜୟ ଅଟୋ ଚଳାଉଥିବା ସମୟରେ ୧୦ବର୍ଷ ଧରି ବେବି ନାମକ ଏକ ମହିଳାଙ୍କ ସହ ରହି ଆସୁଛନ୍ତି। ପରେ ବେବିଙ୍କ ସାଙ୍ଗ ରୀନା ତାଙ୍କ ସହ ଲିଭ-ଇନ-ରିଲେସନରେ ରହିଥିଲେ। ଛୁଆ ବଡ ହେବା ପରେ ବର୍ତ୍ତମାନ ବିବାହ କରିବାକୁ ସଞ୍ଜୟ ମନସ୍ତ କରିଛନ୍ତି।ସଞ୍ଜୟଙ୍କ ଏହି ବିବାହ କାର୍ଡ ସୋସିଆଲ ମିଡିଆରେ ହେବାରେ ଲାଗିଛି। ଏଭଳି ଅଦ୍ଭୁତ ବିବାହ ସମ୍ପର୍କରେ ପୋଲିସ କହିଛି, ଆଦିବାସୀ ଅଞ୍ଚଳରେ ଏଭଳି ବିବାହ ହେଉଥିବା ପୁଲିସ କହିଛି।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ