PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ହାଇକୋର୍ଟଙ୍କ ନିର୍ଦ୍ଦେଶ : ‘ଏକ ନମ୍ବର ହାଟ ପରିସରରେ ଥିବା ଗଣେଶ ମନ୍ଦିର ଖୋଲ’

ଭୁବନେଶ୍ୱର, ୨୦ ।୧୨(ବ୍ୟୁରୋ): ଏକ ନମ୍ବର ହାଟ ପରିସରରେ ଥିବା ଗଣେଶ ମନ୍ଦିର ପରିଚାଳନା କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି । ୩ ମାସ ଧରି ବନ୍ଦ ପଡ଼ିଥିବା ମନ୍ଦିରକୁ ଖୋଲିବାକୁ ଦେବୋତ୍ତର କମିଶନରଙ୍କୁ ଦାୟିତ୍ୱ ଦେଇଛନ୍ତି । ମନ୍ଦିର ଖୋଲିବାକୁ ଡିସେମ୍ବର ୨୦ ତାରିଖ ଧାର୍ଯ୍ୟ କରିଛନ୍ତି । ଆସନ୍ତାକାଲି ବିଧିବଦ୍ଧ ଭାବେ ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧୀନକୁ ଯିବ । ବିଏମ୍‌ସି ମନ୍ଦିର ଚାବି ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିବ । ଠାକୁରଙ୍କ ନୀତିକାନ୍ତି ସ୍ୱାଭାବିକ ହେବ ।

ହାଟ ଆରମ୍ଭରୁ ଏହି ସ୍ଥାନରେ ବିରାଜିତ ଶ୍ରୀଗଣେଶ ପ୍ରତିମାକୁ ହାଟ ବ୍ୟବସାୟୀମାନେ ପୂଜା କରି ଆସୁଥିଲେ । ଏଠାରେ ଏକ ମନ୍ଦିର ନିର୍ମାଣ କରି ଶ୍ରୀଗଣେଶଙ୍କୁ ସେଠାରେ ସ୍ଥାପିତ କରିବା ଲାଗି ହାଟ ବ୍ୟବସାୟୀମାନେ ମନସ୍ଥ କରିଥିଲେ । ୧୯୯୬ ମସିହା ମେ ୨୦ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ମନ୍ଦିର ପ୍ରତିଷ୍ଠା ହୋଇ ଠାକୁର ବିଜେ ହୋଇଥିଲେ । ହାଟ ବ୍ୟବସାୟୀ ସଂଘ ଏହି ମନ୍ଦିରକୁ ପରିଚାଳନା କରି ଆସୁଥିଲା । ସାଧାରଣ ପ୍ରଶାସନ ବିଭାଗ ସ୍ୱତ୍ତ୍ୱାଧୀକାର ଥିବା ଏହି ଜମିରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଚଳିତ ସେପ୍ଟେମ୍ବର ୧୦ ତାରିଖରେ ହଠାତ୍‌ ବିଏମ୍‌ସି କର୍ତ୍ତୃପକ୍ଷ ଏହି ମନ୍ଦିରକୁ ନିଜ ଅକ୍ତିୟାରକୁ ନେଇ ଯାଇଥିଲେ । ପୂଜକଙ୍କୁ ମନ୍ଦିରରୁ ପଦାକୁ କାଢ଼ି ମନ୍ଦିର ମୁଖ୍ୟ ଦରଜା ସମେତ ଅନ୍ୟ ୨ଟି ଦ୍ୱାରରେ ତାଲା ଝୁଲାଇ ଦେଇଥିଲେ । ଫଳରେ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସମ୍ଭବ ହେଉ ନଥିଲା । ଏହା ବିରୋଧରେ ହାଟ ବ୍ୟବସାୟୀଙ୍କ ତରଫରୁ ସଚ୍ଚିଦାନନ୍ଦ ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଶ୍ରୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଆଗତ ରିଟ୍‌ ପିଟିସନ ଶୁଣାଣି କରି ବିଚାରପତି ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ସମ୍ପର୍କିତ ରିପୋର୍ଟ ପେଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେବୋତ୍ତର ବିଭାଗୀୟ ନିରୀକ୍ଷକ ଏହି ମନ୍ଦିରର ସରଜମିନ ତଦନ୍ତ କରି ରିପୋର୍ଟ ମନ୍ଦିରକୁ ସର୍ବସାଧାରଣ ଧର୍ମାନୁଷ୍ଠାନ ବୋଲି ଦର୍ଶାଇଥିଲେ । ଏହା ଦେବୋତ୍ତର ବିଭାଗରେ ପଞ୍ଜୀକରଣ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ । ତୁରନ୍ତ ଏହି ମନ୍ଦିର ଖୋଲିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ଏହି ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ପେଶ୍‌ ହେବା ପରେ ବିଚାରପତି ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି । ଦେବୋତ୍ତର କମିଶନର, ବିଏମ୍‌ସି କମିଶନର ଓ ହାଟ ବ୍ୟବସାୟୀ ସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଆସନ୍ତାକାଲି ଅର୍ଥାତ୍‌ ୨୦ ତାରିଖରେ ମନ୍ଦିର ଖୋଲିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ୱାଭାବିକ କରିବାକୁ ଦେବୋତ୍ତର ବିଭାଗକୁ ଦାୟିତ୍ୱ ଦେଇଛନ୍ତି । ଦେବୋତ୍ତର କର୍ତ୍ତୃପକ୍ଷ ୩ ମାସ ମଧ୍ୟରେ ମନ୍ଦିର ପରିଚାଳନା କମିଟି ଗଠନ କରିବାକୁ ନିର୍ଦ୍ଦେଶପ୍ରାପ୍ତ ହୋଇଛନ୍ତି ।