ସାମାଜିକ ଦୂରତ୍ୱ ରକ୍ଷା ଲାଗି ବଦଳିଲା ୟୁନିଟ୍-୧ ପରିବା ହାଟ ଠକିଣା, ରାଜମହଲକୁ ସ୍ଥାନାନ୍ତର କଲା ବିଏମ୍‌ସି

ଭୁବନେଶ୍ବର ୨୬/୩: ବଦଳିଲା ୟୁନିଟ୍-୧ ପରିବା ହାଟ ଠକିଣା । ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରିଛି। ୪୫ଦିନ ପାଇଁ ୟୁନିଟ-୧ ହାଟର ପରିବା ବ୍ୟବସାୟୀଙ୍କୁ ସ୍ଥାନାନ୍ତରିତ କରି ଏଜି ଛକରୁ ରାଜମହଲ ଓ ୟୁନିଟ୍ -୧ ହାଇସ୍କୁଲ ପଡ଼ିଆରେ ବସିବା ପାଇଁ ବ୍ୟବସ୍ଥା କରିଛି ବିଏମ୍‌ସି। ଏହା ଦୂରା କରୋନା ମୁକାବିଲା କରିବା ସହ ସାମାଜିକ ଦୂରତା ରକ୍ଷା କରିଯାଇପାରିବ। ଏଥି ଦେକାନ ଦେକାନ ମଧ୍ୟରେ ବ୍ୟବଧାନ ସ୍ଥିର କରାଯାଇଛି।

ସୂଚନା ମୁତାବିକ, ଜନଗହଳି ପୂର୍ଣ୍ଣ ୧ହାଟକୁ ସ୍ଥାନାନ୍ତରିତ କରାଯାଇଛି । କିଛି ବ୍ୟବସାୟୀଙ୍କୁ ୟୁନିଟ୍‌-୧ ହାଇସ୍କୁଲ ପଡିଆରେ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତା ୪୫ଦିନ ପାଇଁ ହାଟ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି । ତୁରନ୍ତ ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହାଟରେ ସକାଳ ସମୟରେ ବିକ୍ରି ହେଉଥିବା ସମୟରେ ଗହଳି ଦେଖିବାକୁ ମଳିଥିଲା । ଯାହାକୁ ଦେଖି ଏଭଳି ପଦକ୍ଷେପ ବିଏମ୍‌ସି କର୍ତ୍ତୃପକ୍ଷ ନେଇଛନ୍ତି। ଦୋକାନରୁ ଜିନିଷ କିଣାବିକା ସମୟରେ ସାମାଜିକ ଦୂରତା ରକ୍ଷାକରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ବିଏମ୍‌ସିର ଏଭଳି ପଦକ୍ଷେପ ନେଇ ବ୍ୟବସାୟୀମାନେ ସ୍ୱାଗତ ଜଣାଇଛନ୍ତି । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ