ବ୍ରିଟିସ ପ୍ୟାଲେସରୁ ସୁନାର ଟଏଲେଟ୍ ହେଲା ଚୋରି,ଉଧାରରେ ମଧ୍ୟ ନେଇସାରିଛନ୍ତି ଟ୍ରମ୍ପ

ଲଣ୍ଡନ,୧୫।୯: ବ୍ରିଟେନର ଅକ୍ସଫୋର୍ଡଶାୟର ସ୍ଥିତ ବ୍ଲେନହେମ୍ ପ୍ୟାଲେସ(ରାଜମହଲ)ରେ  ଚୋରମାନେ ଏକ ସୁନାର ଶୌଚାଳୟ(ଟଏଲେଟ୍) ଚୋରି କରିଛନ୍ତି। ୧୮ କ୍ୟାରେଟ ସୁନାରେ ତିଆରି ୫୦ ଲକ୍ଷ ଡଲାର (ପ୍ରାୟ ୩୫.୫ କୋଟି ଟଙ୍କା)ରୁ ଅଧିକ ମୂଲ୍ୟର ଏହି ଟଏଲେଟ୍କୁ  ଆର୍ଟ ପ୍ରଦର୍ଶନୀରେ ରଖାଯାଇଥିଲା। ପୋଲିସର ସୂଚନା ଅନୁସାରେ ଶନିବାର ଇଟାଲୀର କଳାକାର ମ୍ୟୋରିଜିୟୋ କ୍ୟାଟଲାନ୍ ନିଜର ଆର୍ଟ ପ୍ରଦର୍ଶନୀରେ ଏହି ଶୌଚାଳୟକୁ ରଖିଥିଲେ।   

ଖବର ଅନୁସାରେ ଲଣ୍ଡନରୁ ପଶ୍ଚିମରେ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ଏହି ପ୍ୟାଲେସକୁ ଚାଲିଥିବା ପ୍ରଦର୍ଶନୀକୁ ଦୁଇ ଦିନ ପୂର୍ବରୁ ଖୋଲାଯାଇଥିଲା। ଶନିବାର ସକାଳ ୪ଟା ୫୭ ମିନିଟ୍‌ ସମୟରେ ଟଏଲେଟ୍ ଚୋରି ହେବାର ସୂଚନା ମିଳିଥିଲା। ଚୋରି ଘଟଣାରେ ଜଣେ ୬୬ ବର୍ଷର ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତେବେ ଚୋରି ହୋଇଥିବା ଟଏଲେଟକୁ ଏବେ ମଧ୍ୟ ଉଦ୍ଧାର କରାଯାଇ ନାହିଁ, ତେବେ ଏହାର ସନ୍ଧାନ ଜାରି ରହିଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଗିରଫ କରିବାକୁ ଚେଷ୍ଟା କରାଯାଉଛି।  

‘ଆମେରିକା’ ନାମରେ ପରିଚିତ ଏହି ଟଏଲେଟ୍ ସବୁଠାରୁ ପ୍ରଥମେ ନ୍ୟୁୟର୍କ ସିଟିରେ ୨୦୧୬ ମସିହାରେ ଗଗେନହାଇମରେ ପ୍ରଦର୍ଶିତ କରାଯାଇଥିଲା। ’ଆମେରିକା’ ନାମକ ଟଏଲେଟକୁ ଥରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଭ୍କୁ ଉଧାରରେ ଦିଭଆଯାଇଥିଲା। ବ୍ଲେନହାଇମ୍ ପ୍ୟାଲେସରେ ଏହି ଟୟଲେଟ୍ ସେହି ରୁମରେ ରଖାଯାଇଥିଲା, ଯେଉଁଥିରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିନଷ୍ଟୋରନ ଚର୍ଚିଲଙ୍କର ଜନ୍ମ ହୋଇଥିଲା।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା