ପାକିସ୍ତାନର ଦାବିକୁ ଜାତିସଂଘରେ ପ୍ରତ୍ୟାଖ୍ୟାନ: ପ୍ରିୟଙ୍କାଙ୍କୁ ଜାତିସଂଘର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ ୨୪/୮ : ଜାତିସଂଘର ଶାନ୍ତିଦୂତ ଭାବେ ନିଯୁକ୍ତ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ପଦବିରୁ ହଟାଇବା ପାଇଁ ପାକିସ୍ତାନ କରିଥିବା ଦାବିକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରିଛି । ଜାତିସଂଘର ଶାନ୍ତିଦୂତଙ୍କ ବ୍ୟକ୍ତିଗତ ବୟାନ ଦ୍ୱାରା ତାଙ୍କ ପଦବି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଜାତିସଂଘ ମୁଖପାତ୍ର ଷ୍ଟିଫେନ ଡୁଜାରିକ୍‌ ସୂଚନା ଦେଇଛନ୍ତି ।

ଜାତିସଂଘ ପକ୍ଷରୁ ଏନେଇ କୁହାଯାଇଛି ଯେ, ପ୍ରିୟଙ୍କା ୟୁନିସେଫ ପକ୍ଷରୁ ନିଜ ମନ୍ତବ୍ୟ ରଖିବା ସମୟରେ ନିରପେକ୍ଷ ଭାବେ ମନ୍ତବ୍ୟ ଦେବା ଆବଶ୍ୟକ । କିନ୍ତୁ ବ୍ୟକ୍ତିଗତ ଭାବେ ନିଜର ବିଚାର ବ୍ୟକ୍ତ କରିବା ପାଇଁ ସେ ସ୍ୱାଧୀନ ଅଟନ୍ତି ।

ଉଲ୍ଲେଖଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପ୍ରିୟଙ୍କା ‘ଜୟହିନ୍ଦ୍‌’ ଲେଖି ଏକ ଟୁଇଟ୍‌ କରିବା ସହ ତ୍ରିରଙ୍ଗାର ଇମୋଜୀ ବ୍ୟବହାର କରିଥିଲେ । ଜାତିସଂଘର ଶାନ୍ତିଦୂତ ଭାବେ ପ୍ରିୟଙ୍କାଙ୍କ ଏଭଳି ଟୁଇଟ୍‌କୁ ପାକିସ୍ତାନ ମାନବାଧିକାର ମନ୍ତ୍ରୀ ଶିରିନ ମାଜାରୀ ବିରୋଧ କରିବା ସହ ତାଙ୍କୁ ଶାନ୍ତିଦୂତ ପଦବିରୁ ବହିଷ୍କୃତ କରିବା ପାଇଁ ଦାବି କରିଥିଲେ ।

   ସମ୍ବନ୍ଧିତ ଖବର


ମୃତ୍ୟୁ ଉପରୁ ଉଠିଲା ପରଦା ! ଭିସେରା ରିପୋର୍ଟ ସ୍ପଷ୍ଟ କଲା ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ

ବିବାଦରେ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ଭାଇରାଲ୍‌ ହେଉଛି ଭିଡ଼ିଓ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌