ନିର୍ବାଚନ ଖବର
  • ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ
  • ||
  • ୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ||
  • ନୂଆଦିଲ୍ଲୀ : ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ
  • ||
  • ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ
  • ||
  • ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ
  • ||

ଇସ୍ରାଏଲ ସମର୍ଥନରେ ଜାତିସଂଘରେ ପ୍ରଥମ ଥର ବୈଠକ, ଆମେରିକା କଲା ସହଯୋଗ

ନୂଆଦିଲ୍ଲୀ,୧୭।୫: ଗାଜା ଉପରେ ଜାରି ଆକ୍ରମଣ ଭିତରେ ଜାତିସଂଘରେ ଇସ୍ରାଏଲ ବିରୋଧରେ ଏପର୍ଯ୍ୟନ୍ତ ଅନେକ ପ୍ରସ୍ତାବ ଆସିସାରିଛି। ଏଭଳି ପ୍ରଥମ ଥର ହୋଇଛି, ଯେତେବେଳେ ଜାତିସଂଘର ସୁରକ୍ଷା ପରିଷଦରେ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତକୁ ନେଇ ପ୍ରସ୍ତାବ ଆଗତ କରାଯାଇଛି। ଗୁରୁବାର ଏହି ପ୍ରସ୍ତାବ ଉପରେ ସୁରକ୍ଷା ପରିଷଦରେ ଚର୍ଚ୍ଚା ହୋଇଛି।ଏହି ସମୟରେ ହମାସ ପକ୍ଷରୁ ବନ୍ଧକ କରାଯାଇଥିବା ଇସ୍ରାଏଲର ନାଗରିକଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଲୋକଙ୍କୁ ଗାଜା ପଟି ଅଞ୍ଚଳରେ ବନ୍ଦୀ କରି ରଖାଯାଇଛି। ଇସ୍ରାଏଲର କହିବା ଅନୁସାରେ, ବର୍ତ୍ତମାନ ହମାସ ବନ୍ଧକଙ୍କୁ ରାଫାରେ ରଖିଛି। ଏହି କାରଣରୁ ଇସ୍ରାଏଲ ସେନା ରାଫାରେ ଅପରେସନ୍ ଆରମ୍ଭ କରିଛନ୍ତି। ରାଫାରୁ ପ୍ରାୟ ୪ ଲକ୍ଷ ଲୋକ ପଳାୟନ କରିସାରିଲେଣି।

ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଆମେରିକା ପ୍ରତିନିଧି ଲିଣ୍ଡା ଥମସ୍‌ କହିଛନ୍ତି, ଆମେ ସେତେବେଳେ ଚୁପ୍ ରହିବୁନି, ଯେଉଁ ପର୍ଯ୍ୟନ୍ତ ପ୍ରତ୍ୟେକ ବନ୍ଧକଙ୍କୁ ଛଡାନଯାଇଛି। ଆମେରିକା ପ୍ରତିନିଧିଙ୍କ କହିବା ଅନୁସାରେ, ଯେଉଁଭଳି ଭାବରେ ବନ୍ଧକଙ୍କୁ ରଖାଯାଇଛି ସେହି ଆଧାରରେ ଡିଲ୍ କରିବା ଦରକାର। ହମାସ ଗତ ବର୍ଷ ୭ ଅକ୍ଟୋବରରେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୨୦୦ ଇସ୍ରାଏଲି ନିହତ ହୋଇଥିଲେ। ଏହାଛଡା ୨୦୦ ଲୋକଙ୍କୁ ହମାସ ଆତଙ୍କୀ ବନ୍ଦୀ କରିନେଇଥିଲେ। ଦୁଇ ପକ୍ଷ ମଧ୍ୟରେ ଚୁପ୍ତି କାରଣରୁ କିଛି ଲୋକଙ୍କୁ ମୁକ୍ତ କରାଯାଇଛି। ଏହାପରେ ମଧ୍ୟ ପ୍ରାୟ ୧୩୨ ଲୋକ ଏବେ ବି ବନ୍ଦୀ ଅଛନ୍ତି। 

ଜାତିସଂଘରେ ଇସ୍ରାଏଲ ରାଷ୍ଟ୍ରଦୂତ ଗିଲାର୍ଡ ଏର୍ଡନ ମିଟିଂରେ କହିଛନ୍ତି, ଏବେ ବି ଆମ ପାଖରେ ୧୩୨ ଲୋକ ବନ୍ଦୀ ଅଛନ୍ତି। ଗୁରୁବାର ସୁରକ୍ଷା ପରିଷଦର ତିନୋଟି ପ୍ରସ୍ତାବ ପାସ୍ କରାଯାଇଛି। ଏଥିରେ ଗୋଟିଏ ହମାସକୁ ବିନା କୌଣସି ସର୍ତ୍ତରେ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବା ଦକରାର। ଏହି ସମୟରେ ଇସ୍ରାଏଲି ପ୍ରତିନିଧି ଗିଲର୍ଡ ଏର୍ଡେନଙ୍କୁ ପଚରା ଯାଇଥିଲା, ଯେଉଁ ପର୍ଯ୍ୟନ୍ତ ବନ୍ଦୀଙ୍କୁ ମୁକ୍ତ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଏହି ମିଟିଂ ବେଳେ ଆମେରିକା ପୁରା ମଜବୁତ ଭାବରେ ଇସ୍ରାଏଲ ସହିତ ଠିଆ ହୋଇଥିବାର ନଜର ଆସିଥିଲା। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.