ଜୋ ବିଡେନଙ୍କ ବିଜୟ ଉପରେ ଆମେରିକା କଂଗ୍ରେସର ମୋହର: କ୍ଷମତା ହସ୍ତାନ୍ତରଣ ପାଇଁ ଟ୍ରମ୍ପ ପ୍ରସ୍ତୁତ, ତଥାପି ଏବେ ବି ହାର ମାନୁନାହାନ୍ତି

ଓ୍ବାଶିଂଟନ,୭।୧: ଆମେରିକାରେ ହିଂସାକାଣ୍ଡ ଭିତରେ ଜୋ ବିଡେନଙ୍କ ବିଜୟ ଉପରେ ମୋହର ଲଗାଇଛି କଂଗ୍ରେସ। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ୩୦୬ ଇଲେକ୍ଟୋରାଲ ଭୋଟ ମିଳିଛି, ଯାହାକି ବହୁମତଠାରୁ ଅଧିକ। ରାଷ୍ଟ୍ରପତି ହେବା ପାଇଁ ୨୭୦ ଭୋଟ୍ ଦରକାର। କଂଗ୍ରେସର ମଞ୍ଜୁରୀ ପରେ ଜୋ ବିଡେନ୍ ସରକାରୀ ଭାବରେ ରାଷ୍ଟ୍ରପତିହେବେ।

ଏବେ ନିଷ୍ପତ୍ତି ପରେ ରାଷ୍ଟ୍ରପତି ଟ୍ରମ୍ପ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦ ଜାନୁଆରୀରେ ଆଇନ ଅନୁସାରେ ଜୋ ବିଡେନଙ୍କୁ କ୍ଷମତା ହସ୍ତାନ୍ତର କରାଯିବ। ଟ୍ରମ୍ପ ନିଜର ବୟାନରେ କହିଛନ୍ତି, ସେ ନିର୍ବାଚନୀ ଫଳାଫଳକୁ ସମର୍ଥନ କରୁନାହାନ୍ତି, କିନ୍ତୁ ଏହା ପରେ ବି କ୍ଷମତା ହସ୍ତାନ୍ତରୀକରଣ ଜୋ ବିଡେନଙ୍କୁ ସଠିକ ଭାବରେ ପ୍ରଦାନ କରିବେ। ଟ୍ରମ୍ପ ପରାଜୟ ସ୍ବୀକାର କରିନାହାନ୍ତି ଓ ସେ ନିର୍ବାଚନ ଫଳାଫଳକୁ କୋର୍ଟରେ ଚ୍ୟାଲେଞ୍ଜ ଦେବାର ଘୋଷଣା କରିଛନ୍ତି।

ଅନ୍ୟପଟେ କଂଗ୍ରେସ ପକ୍ଷରୁ ଡେମୋକ୍ରାଟିମ୍ ପାର୍ଟିର ବିଡେନଙ୍କୁ ଏବେ ୨୦ ଜାନୁବରୀରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ପାଠ କରାଯିବ। ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଗୁରୁବାର ଘୋଷଣା କରିଥିଲେ ଯେ, କଂଗ୍ରେସ ଆମେରିକା ନିର୍ବାଚନରେ ବିଡେନଙ୍କ ବିଜୟକୁ ଦର୍ଶାଉଥିବା ଇଲୋକ୍ଟୋରାଲ କଲେଜ୍ ଟାଲିକୁ ମଧ୍ୟ କନଫର୍ମ କରି ଦିଆଯାଇଛି। ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ଓ୍ବାଶିଂଟନ ସ୍ଥିତ କ୍ୟାନିଟାଲ ହିଲ୍‌ରେ ଟ୍ରମ୍ପଙ୍କ ସମର୍ଥକମାନେ ଜୋରଦାର ହଙ୍ଗାମା କରିଥିଲେ। ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଛି।