PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଓ ଆଡମିସନ୍ ଅଧିକାରୀଙ୍କୁ ଓ୍ବାର୍ଡରଙ୍କ ମାଡ, ଥାନାରେ ମାମଲା
  • ||
  • ସମ୍ବଲପୁର: ରାଜପଥରେ ଯାତ୍ରା କରୁଥିବା ଯାନଗୁଡିକ ଡକାୟତି ଉଦ୍ଦେଶ୍ୟରେ ଢ଼ାବାକୁ ବ୍ୟବହାର କରୁଥିଲେ ମାଲିକ, ବେଆଇନ ଅତିକ୍ରମଣ ଏବଂ ଅପରାଧ ପାଇଁ ଢ଼ାବାକୁ ଭାଙ୍ଗିଲା ଜୁଜୁମୁରା ଥାନା
  • ||
  • ଭଦ୍ରକ : ଧାନ କିଣା ହୋଇ ନପାରିବାରୁ ବିଷ ପିଇଲେ ଚାଷୀ, ଟୋକନ ଥିବା ସତ୍ତ୍ଵେ ଧାନ କିଣିଲାନି ଏସଏଚଜି, ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ମଣ୍ଡି ଆଗରେ ବିଷ ପିଇଲେ ଚାଷୀ
  • ||
  • ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ବିଧାନସଭାରେ ପାରିତ ହେଲା ଶ୍ରୀମନ୍ଦିର ସଂକଳ୍ପ, ବାଚନିକ ଭୋଟରେ ପାରିତ ହୋଇଥିବା ବାଚସ୍ପତି ଘୋଷଣା, ସଂକଳ୍ପ ଆଗତ ବେଳେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ମାର୍ଶାଘାଇ: ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରଙ୍କୁ ରକ୍ତାକ୍ତ କରି ଲୁଟ୍ ଓ ରାହାଜାନୀ ଘଟଣା, ୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ବାନ୍ଧିଲା ପୁଲିସ
  • ||
  • ଭୁବନେଶ୍ବର: ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ, ୧୦ଟି ଘରୋଇ ଓ ୧୨ଟି ସରକାରୀ ହସ୍ପିଟାଲରେ ଦିଆଯିବ ଟିକା, ସୂଚନା ଦେଲେ ବିଏମ୍‌ସି କମିଶନର
  • ||
  • ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା, ଘୋଷଣା ଉପରେ ସମସ୍ତଙ୍କ ନଜର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଘେରି ମାଛ ଚାଷ ବା କେଜ୍ କଲଚରକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇବ ବୁଡି ଅଞ୍ଚଳ ସଂଗ୍ରାମ ସମିତି
  • ||
  • ପାରାଦୀପ : ୧୦ ଗ୍ରାମର ବ୍ରାଉନସୁଗାର ଜବତ କଲା ପାରଦୀପ ଅବକାରୀ ବିଭାଗ
  • ||
  • ସମ୍ବଲପୁର: ଭିସୁଟରେ ୨୫ ଛାତ୍ର କରୋନା ପଜିଟିଭ, ପ୍ରଥମ ଶ୍ରେଣୀ ପାଠପଢା ବାତିଲ, ଜିଲ୍ଲାପାଳଙ୍କ ଘଟଣାସ୍ଥଳରେ ଅନୁଧ୍ୟାନ
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୨୦ଟି ସାଇନ୍ସ ପାର୍କ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ ନିର୍ମାଣ ହେବ, ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା
  • ||
  • ଯାଜପୁର : ଯୋଡିକୁଅ ଛକ ନିକଟରେ ଗଛ କଟାଯାଉଥିବା ବେଳେ ଅଘଟଣ, ଗଛ ପଡି ୭ ବର୍ଷର ବାଳକ ମୃତ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି
  • ||
  • ଭଦ୍ରକ : ଧାନ ବିକ୍ରିରେ ଅନିୟମିତତା, ଦଲାଲଙ୍କୁ ପ୍ରଶୟ ଦେଇ ଚାଷୀଙ୍କ ଠାରୁ ଧାନ କିଣୁନି ସମବାୟ ସମିତି, ଆନନ୍ଦପୁର ଏନଏଚ ୫୩ ବସନ୍ତିଆ ଛକରେ ଧାନବସ୍ତା ରଖି ରାସ୍ତାରୋକ କଲେ ଶତାଧିକ ଚାଷୀ
  • ||
  • ମାଲକାନାଗିରି : ମାଓ ଯୋଜନା ପଣ୍ଡ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ମର୍କାନାର-ବଡ଼ପରା ରାସ୍ତା ନିକଟରେ ଆଇଇଡି ଠାବ କଲେ ବି.ଏସ.ଏଫ୍ ଯବାନ
  • ||
  • ରାୟଗଡ଼ା: କାଶୀପୁର ବ୍ଲକ ବଡପୁକେଲ ଗ୍ରାମରେ ହାଜି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ଵର : ୫ଟି ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର, ୭ ଦିନ ହୋମ ଆଇସୋଲେସନରେ ରହିବେ ଏହି ୫ ରାଜ୍ୟ ଫେରନ୍ତା, ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
  • ||
  • ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଚଢାଉ, ୮ଟି ବାଲି ବୋଝେଇ ହାଇୱା ଜବତ କଲା ଛତ୍ରପୁର ପୋଲିସ
  • ||
  • ଜଳେଶ୍ଵର : ଆଜି ପଦ୍ମଭୂଷଣ ମନୋଜ ଦାସଙ୍କ ଜନ୍ମଦିନ, ସେ ଏକାଧାରାରେ ଜଣେ ଦାର୍ଶନିକ, ଜଣେ ଚିନ୍ତକ-ଲେଖକ, ସେ ଜଣେ ଅଗ୍ରଣୀ ଦ୍ୱିଭାଷୀ ଓଡିଆ ଲେଖକ
  • ||
  • କୋରାପୁଟ: ନାରାୟଣ ପାଟଣା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ ସାମଗ୍ରୀ ଜବତ, ୬୦ଟି ଜିଲେଟିନ,୫୦ଟି ଇଲେକଟ୍ରିକ ଡିଟୋନେଟର,୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କଲା ବିଏସଏଫ
  • ||

ଫେସବୁକ୍-ଟ୍ବିଟର ବ୍ୟାନ୍‌ ପରେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି ଡୋନାଲ୍‌ଡ ଟ୍ରମ୍ପଙ୍କ ସମର୍ଥକ, ଏହି ଆପ୍‌ର ନେଉଛନ୍ତି ସାହାଯ୍ୟ…

https://www.sundayguardianlive.com/

ଓ୍ବାଶିଂଟନ: ଆମେରିକାର କ୍ୟାପିଟାଲ ହିଲରେ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ବିରୋଧରେ ଫେସବୁକ ଏବଂ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଉଭୟ କମ୍ପାନୀ ଟ୍ରମ୍ପ ସମର୍ଥକଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଟ୍ରମ୍ପ ସମର୍ଥକମାନେ ହିଂସା ସୃଷ୍ଟି କରିବା ସହ ମିଥ୍ୟା ତଥ୍ୟ ପ୍ରଚାର ଓ ପ୍ରସାର କରୁଥିବା ଅଭିଯୋଗ ହୋଇଛି । ତେବେ ସମର୍ଥକମାନେ ନିଜର ମତ ପ୍ରକାଶ କରିବାକୁ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲର ସାହାଯ୍ୟ ନେଇଥିଲେ ଏବଂ ବର୍ତ୍ତମାନ ସେମାନେ ସାରାବିଶ୍ବରେ ସେମାନଙ୍କର ବାର୍ତ୍ତା ବିସ୍ତାର କରିବାକୁ ବିକଳ୍ପ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟବାହାର କରୁଛନ୍ତି ।

ତେବେ ଅନୁସନ୍ଧାନକାରୀ ନିକ୍ ବାକୋଭିକ୍ କହିଛନ୍ତି ଯେ Gab, MeWe, Telegram, Discord ଏବଂ ଅନ୍ୟ କେତେକ ଆପ୍ ଟ୍ୱିଟର, ଫେସବୁକ୍, ମେସେଞ୍ଜରର ସ୍ଥାନକୁ ଅକ୍ତିଆର କରିଛନ୍ତି । ଟ୍ରମ୍ପ ସମର୍ଥକମାନେ ପୂର୍ବରୁ ମଧ୍ୟ କିଛି ବିକଳ୍ପ ପ୍ଲାଟଫର୍ମରେ ଥିଲେ । ସେ କହିଛନ୍ତି ଯେ ଫେସବୁକ୍ ଏବଂ ଟ୍ୱିଟର ଦୀର୍ଘ ଦିନ ଧରି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ।

ଏଠାରେ ସୂଚନା ଥାଉକି ଟ୍ରମ୍ପ ସମର୍ଥକମାନେ ଜାନୁଆରୀ ୬ ରେ କ୍ୟାପିଟାଲ ହିଲରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ସେବେଠାରୁ ଫେସବୁକ୍ ଏବଂ ଟ୍ୱିଟରରୁ ଟ୍ରମ୍ପ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଫେସବୁକ ପ୍ରାୟ ୯୦୦ ଆକାଉଣ୍ଟ ବନ୍ଦ କରିଥିବାବେଳେ ଟ୍ୱିଟର ୭୦ ହଜାର ଆକାଉଣ୍ଟକୁ ବ୍ଲକ କରିଛି । ଜାନୁଆରୀ ୬ ରେ, ଆମେରିକାର ସଂସଦର ଉଭୟ ଗୃହରେ ଇଲେକ୍ଟ୍ରୋରାଲ କଲେଜ ଭୋଟ୍ ଗଣନା କରାଯାଉଥିଲା । ଏହି ସମୟ ମଧ୍ୟରେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ସଂସଦ ବାହାରେ ଏକାଠି ହୋଇଥିଲେ । ନ୍ୟାସନାଲ ଗାର୍ଡ ଏବଂ ପୋଲିସ ସମର୍ଥକ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ସମର୍ଥକ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କରିଥିଲେ ।

ହିଂସା ପରେ ଟ୍ୱିଟର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ବ୍ଲକ କରିଦେଇଥିଲା । ଟୁଇଟର କହିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟ୍ ସମୀକ୍ଷା କରିବା ପରେ ଆମେ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ । ଟ୍ୱିଟରର ଏହି ନିଷ୍ପତ୍ତି ଟ୍ରମ୍ପ ସମର୍ଥକଙ୍କ ପାଇଁ ଏକ ବଡ଼ ଝଟକା । ତେବେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ଅନେକ ସାଂସଦ ଦାବି କରିଆସୁଥିଲେ ।