ନଦୀ କୂଳରୁ ମିଳିଲା ବସ୍ତାରେ ବନ୍ଧା ହୋଇଥିବା ମୃତଦେହ, ହତ୍ୟା ସନ୍ଦେହ

ନିଶ୍ଚିନ୍ତକୋଇଲି ୪।୯: ବସ୍ତା ମଧ୍ୟରୁ ଠାବ ହୋଇଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ନିଶ୍ଚିନ୍ତକୋଇଲି ଥାନା କେଳାକୁଦ ମଠ ନିକଟ ଲୁଣାନଦୀରୁ ମିଳିଛି ଏହି ମୃତଦେହ । ତେବେ ମୃତଦେହଟି ମହିଳା କିମ୍ବା ପୁରୁଷଙ୍କର ତାହା ଜଣାପଡିନାହିଁ । ତେବ ଘଟଣାସ୍ଥଳରେ ଏଯାଏଁ ପୋଲିସ ପହଞ୍ଚିନାହିଁ ବୋଳି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ପଂଚାୟତର କେଳାକୁଦ ମଠ ଲୁଣା ନଦୀରୁ ଏକ ବସ୍ତାରେ ବନ୍ଧା ହୋଇ ଶବ ପଡ଼ିଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ଶବଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବାରୁ ତାହା ପୁରୁଷ କିମ୍ବା ମହିଳାଙ୍କ ତାହା ଜଣା ପଡିନାହିଁ। ବସ୍ତା ଭିତରୁ ହାତର କିଛି ଅଂଶ ପଦାକୁ ଦେଖାଯିବାରୁ ଏହା ଏକ ମୃତଦେହ ବୋଲି ଜଣାପଡୁଛି।

ନିଶ୍ଚିନ୍ତକୋଇଲି ପୋଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରି ନଦୀରେ ଭସାଇଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ଲୁଣା ନଦୀରୁ ପାଣି କମିଯିବାରୁ ବସ୍ତାଟି ବାଲିରେ ଲାଗି ରହିଯାଇଛି ବୋଲି ଜଣାପଡ଼ୁଛି।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…