ଦୟାନଦୀ କୂଳରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ବର ୧୯/୧୧: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଦୟାନଦୀ କୂଳରୁ ପୁଣି ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟଲୋକ ଖବର ଦେବା ପରେ ଘଟଣାସ୍ଥଳରେ ଧଉଳି ଥାନା ଅଧିକରୀ ପହଞ୍ଚିବା ମୃତଦେହ ଜବତ କରିଛିନ୍ତି।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଭୁବନେଶ୍ବର ଅନ୍ତର୍ଗତ ଦୟନଦୀ କୂଳରୁ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର  ଦେଇଥିଲେ । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ଯୁବକ ଜଣଙ୍କ ନାଲି ରଙ୍ଗର ଚେକ୍ ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ସହ ହାତରେ କଳା ରଙ୍ଗର ଘଣ୍ଟା ମଧ୍ୟ ପିନ୍ଧିଛନ୍ତି । ଯୁବକଙ୍କ ପରିଚୟ ମିଳିପାରିନାହିଁ ।

ତେବେ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ମୃତ କାରଣ ଅସ୍ପଷ୍ଟ ରହିଛି। ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ ମୃତଙ୍କ ପରିଚୟ ଖୋଜିବାରେ ଲାଗିଥିବା ପୁଲିସ୍ ସୂଚନା ଦେଇଛି।

   ସମ୍ବନ୍ଧିତ ଖବର


ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ

ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଅପରାଧୀକୁ ପାସ୍‌ପୋର୍ଟ ! ହୋଇଛି ମୋଟା ଅଙ୍କର କାରବାର, ତନାଘନା ଆରମ୍ଭ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ