ଅନ୍‌ଲକ୍‌ ୪: ଏଣିକି ବାହାଘରରେ ମନଖୁସିରେ ଆପଣ ସାମିଲ କରିପାରିବେ ବନ୍ଧୁବାନ୍ଧବ , ବାସ୍ ମାନିବାକୁ ପଡିବ ଏତିକି …

ନୂଆଦିଲ୍ଲୀ: ଏଣିକି ବାହାଘର ଭଳି ସାମାଜିକ କାର୍ଯ୍ୟକଳାପରେ ଆପଣ ମନଖୁସିରେ ସାମିଲ କରିପାରିବେ ବନ୍ଧୁବାନ୍ଧବ । ଆଗରୁ ଏହି ସଂଖ୍ୟା ୫୦ରେ ସୀମିତ ରହିଥିବା ବେଳେ ଏବେ ଏହାକୁ କେନ୍ଦ୍ର ସରକାର ଆଉ ଟିକେ କୋହଳ କରିବେ ବୋଲି ସୂଚନା ମିଲିଛି । ଆଗାମୀ ଅନଲକ-୪ରେ ଏହି କଟକଣାକୁ କୋହଳ କରିବାକୁ କେନ୍ଦ୍ରସରକାର ଯୋଜନା କରୁଥିବା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ।

ଏଥିସହ ଆଗାମୀ ଦିନରେ କରୋନା କଟକଣାକୁ ଆଉଟିକେ କୋହଳ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ରସରକାର । ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଅଙ୍କୁଶ ଲାଗିରହିଥିବା ବେଳେ ତାଲାଖୋଲା ପ୍ରକ୍ରିୟାକୁ ଧିରେଧିରେ ସଫଳ କରିବାକୁ ଚେଷ୍ଟା କରୁଛନ୍ତି ସରକାର । ପୂର୍ବରୁ କିଛି କଟକଣା କୋହଳ କରିଥିବା ବେଳେ ଏବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଖୋଲାଖୋଲି ହେବ ବୋଲି ସୂଚନା ମିଲିଛି ।

ତେବେ ଏଥିପାଇଁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଆପଣ ପୂର୍ବଭଳି ଧୁମଧାମ୍ରେ ବାହାଘର କାର୍ଯ୍ୟକ୍ରମ କରିପାରିବେ । ବାହାଘରରେ ୫୦ ଜଣ ଯୋଗଦେବାର ନିୟମ ଶେଷ ହେବାକୁ ଯାଉଛି । ଏଥିପାଇଁ ସରକାରଙ୍କ କିଛି ସର୍ତ୍ତ ଆପଣଙ୍କୁ ମାନିବାକୁ ପଡିବ । ତେବେ କାର୍ଯ୍ୟକ୍ରମରେ ଯଦି ଆପଣ ୨ ଶହ ଜଣ ଅତିଥିଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି ତାହାଲେ ସମାରୋହ ସ୍ଥଳର କ୍ଷମତା ୪ ଶହ ଲୋକ ରହିବା ଭଳି ହେବା ଆବଶ୍ୟକ । ସେହିଭଲି ନାଟକ ପରିବେଷଣ ଓ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ମଧ୍ୟ ଏହି ସର୍ତ୍ତ ଲାଗୁହେବ ବୋଲି ସୂଚନା ରହିଛି ।

   ସମ୍ବନ୍ଧିତ ଖବର


ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

ରୁଚି ସୋୟାର ମ୍ୟାନେଜିଂ ଡାଇରେକ୍ଟର ହେଲେ ରାମଦେବଙ୍କ ଭାଇ ରାମଭରତ, ବାର୍ଷିକ ନେବେ ଏତେ ଟଙ୍କା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କରୋନାରେ ରାଜସମନ୍ଦ ବିଜେପି ବିଧାୟକ କିରଣ ମାହେଶ୍ୱରୀଙ୍କର ନିଧନ