ଆସନ୍ତା ତିନି ବର୍ଷରେ ନଅଟି ପ୍ରମୁଖ କ୍ଷେତ୍ରର ପ୍ରତିବନ୍ଧକ ଦୂର ହେଲେ ଅର୍ଥନୀତିରେ ଉଲ୍ଲେଖନୀୟ ବୃଦ୍ଧି ହେବ: ପିଡବ୍ଲୁସି ଇଣ୍ଡିଆ ରିପୋର୍ଟ

ଭୁବନେଶ୍ୱର: ପିଡବ୍ଲୁସି ଇଣ୍ଡିଆର ରିପୋର୍ଟ “ସୁଧାର ଓ ଅଭିବୃଦ୍ଧିର ସମ୍ପୂର୍ଣ୍ଣ ସୁଯୋଗ-ଭାରତର ମଧ୍ୟବର୍ତୀକାଳୀନ ଯାତ୍ରାର ଯୋଜନା ପ୍ରସ୍ତୁତି କୁ ସ୍ୱାଧୀନତା ଦିବସ ସପ୍ତାହରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ଆସନ୍ତା ତିନି ବର୍ଷରେ ଭାରତୀୟ ଅର୍ଥନୀତିର ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ନଅଟି କ୍ଷେତ୍ରର ପ୍ରମୁଖ ବିଷୟ ପ୍ରସ୍ତୁତି ଓ କାର୍ଯ୍ୟକାରିତାର ପଦ୍ଧତି ବିଷୟରେ ଉଲ୍ଲେଖ କରାଯାଇଛି । କୋଭିଡ୍‌-୧୯ ଏକ ଅଭାବନୀୟ ସଙ୍କଟ ସୃଷ୍ଟି କରିଛି ଯାହାକୁ ଲକ୍‌ଡାଉନ୍‌ ଜରିଆରେ ୧୩୦ କୋଟି ଭାରତୀୟ ଅନୁଭବ କରିଛନ୍ତି । ବ୍ୟବସାୟ, ସରକାରୀ କ୍ଷେତ୍ର ଓ ନାଗରିକ ନେତୃବୃନ୍ଦଙ୍କ ସାକ୍ଷାତକାର, କ୍ଷେତ୍ର ଭିତିକ ଅନୁଶୀଳନ ଓ ଦେଶ ବ୍ୟାପୀ ସର୍ଭେକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହାର ନିର୍ଯ୍ୟାସରୁ ଜଣାପଡ଼ିଛି ଯେ ତିନି ବର୍ଷିଆ ସମୟ ଭିତରେ ଗୁରୁତ୍ୱାରୋପ କରାଯାଇଥିବା ତ୍ୱରଣକୁ ହଟାଇ ଏବଂ ଯୁଗ୍ମ ପଦକ୍ଷେପ ଜରିଆରେ ଦ୍ରୁତ ସୁଧାର ଓ ଏହାର ପରର୍ବତୀ ସମୟରେ ଉଚ୍ଚ ଅଭିବୃଦ୍ଧି ହାସଲ କରାଯାଇପାରିବ ।
ଶ୍ୟାମଳ ମୁଖାର୍ଜୀ, ଅଧ୍ୟକ୍ଷ, ପିଡବ୍ଲୁସି ଇଣ୍ଡିଆ କହିଛନ୍ତି ଯେ, “ଭାରତୀୟ ଅର୍ଥନୀତି ପାଇଁ ଏହା ଏକ ଗୁରୁତର ଝଟକା, କିନ୍ତୁ ଏହା ଭାରତ ପାଇଁ ଏକ ପରିବର୍ତନର ମୁହୂର୍ତ ମଧ୍ୟ । ଆମ ପଦ୍ଧତିର ପୁନର୍ବିଚାର କରିବା, ବ୍ୟବସାୟ ପରିବେଶକୁ ପୁର୍ନଗଠିତ କରିବା ଏବଂ ଆମର ଅର୍ଥନୀତିକୁ ପୁଣି ଥରେ ଆରମ୍ଭ କରିବା ଲାଗି ଆମ ପାଖରେ ସୁଯୋଗ ରହିଛି । ସାମଗ୍ରିକ ସମାଜ କାର୍ଯ୍ୟକାରିତା ପଦ୍ଧତିକୁ ବ୍ୟବହାର କରି ନାଗରିକଙ୍କ ସହିତ ଘରୋଇ ଓ ସରକାରୀ କ୍ଷେତ୍ରକୁ ଏକତ୍ରୀତ କରିବା ଦ୍ରୁତ ସୁଧାର ଓ ଅଭିବୃଦ୍ଧି ପାଇଁ ପ୍ରମୁଖ ବିଷୟ ହେବ । ଏହି ଜାତୀୟ ସହଯୋଗିତା ପାଇଁ ପୂର୍ଣ୍ଣ ସୁଯୋଗ ମାନସିକତା ଦରକାର ଯାହା ମଧ୍ୟବର୍ତୀକାଳୀନ ଭିତିରେ ଅର୍ଥନୀତିରେ ସକାରାତ୍ମକ ସୁଧାର ଆଣିପାରିବ ।’’
ଶଶାଙ୍କ ତ୍ରିପାଠୀ, ଗଭର୍ଣ୍ଣମେଂଟ୍‌ ଷ୍ଟ୍ରାଟେଜି ଆଣ୍ଡ୍‌ ଟ୍ରାନ୍ସଫର୍ମେସନ ଲିଡର, ପିଡବ୍ଲୁସି ଇଣ୍ଡିଆ କହିଛନ୍ତି ଯେ, “ଆମ ରିପୋର୍ଟ ସୁଧାରର ଆଠଟି ସ୍ତମ୍ଭ ଉପରେ ଗୁରୁତ୍ୱାରୋପ କରୁଛି ଯାହାକୁ ନେଇ ଗଠିତ ହୋଇଛି “ସୁଧାର ଓ ଅଭିବୃଦ୍ଧିର ଗୃହ’ । ଆମେ ଆମ ଅର୍ଥନୀତି ପୁଣି ଥରେ ଗଢ଼ୁଥିବାରୁ ଏହା ଉଲ୍ଲେଖଯୋଗ୍ୟ ଯେ ଆମକୁ ସେହି ପ୍ରତିବନ୍ଧକ ହଟାଇବାକୁ ପଡ଼ିବ ଯାହା ଏ÷ତିହାସିକ ଦିନରୁ ଅଭିବୃଦ୍ଧିରେ ବାଧକ ସାଜିଛି । ଯଦିଓ ସବୁ କ୍ଷେତ୍ର ନିଜ ଅନୁସାରେ ଅଭିବୃଦ୍ଧି ହାସଲ କରିବା ଦରକାର, ଡାଟା ପ୍ରବାହ ବଢ଼ାଇବା ଏବଂ କ୍ଷେତ୍ର ଓ ଅନୁଷ୍ଠାନଗୁଡ଼ିକ ଭିତରେ ସମନ୍ୱୟ ହେବ ପ୍ରମୁଖ ବିଷୟ । ଏହି ଅବଧିରେ ଆମର ଅର୍ଥନୀତିକୁ ସମୃଦ୍ଧ, ବ୍ୟାପକ ଓ ଉଚ୍ଚତର କରି, ଆମେ ଆମର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବା ଏବଂ ଏହାକୁ ଅଧିକ ଅନ୍ତର୍ଭୁକ୍ତୀକରଣ କରିପାରିବା ।’’

ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସ୍ଥିତି


ଭୂତାଣୁ ସଂକ୍ରମଣ ଜାରି ରହିବା ସହ ସ୍ୱାସ୍ଥ୍ୟ ସ୍ଥିତି ଜଟିଳ ରହିଛି । ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଥିବା କାରଣରୁ ମାନ୍ଦାବସ୍ଥା ଦେଖାଦେଇଛି । ଘରୋଇ ବ୍ୟୟ, ଘରୋଇ ନିବେଶ, ସରକାରୀ ବ୍ୟୟ ଏବଂ ପରବର୍ତୀ ରପ୍ତାନି କିଭଳି ଅଭିବୃଦ୍ଧି ପାଇଁ ପ୍ରମୁଖ ସାବ୍ୟସ୍ତ ହେବ ସେ ବିଷୟରେ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି । ଅର୍ଥନୀତିର ଏହି ସାମଗ୍ରିକ ବ୍ୟବସ୍ଥାଗୁଡ଼ିକ ସୁଧାର ଓ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ।

ସୁଧାର ଓ ଅଭିବୃଦ୍ଧିର ଗୃହ


ନେତୃବୃନ୍ଦଙ୍କ ସହ ଆଲୋଚନା ଅନୁସାରେ, ଏହି ରିପୋର୍ଟରେ ଚାହିଦା, ଯୋଗାଣ, ସମ୍ବଳ ଓ ଅନୁଷ୍ଠାନରେ ଅଭିବୃଦ୍ଧିର ୮ ଉପ ସ୍ତମ୍ଭ ଉପରେ ଗୁରୁତ୍ୱାରୋପ କରାଯାଇଛି । ପୂର୍ଣ୍ଣ ଚାହିଦା ବଢ଼ାଇବା ଲାଗି ରିପୋର୍ଟରେ “ସବୁ କ୍ଷେତ୍ରକୁ ଯୋଡ଼ିବା’ ଏବଂ “ପ୍ରୋତ୍ସାହନ, ବିକେନ୍ଦ୍ରୀକରଣ ଓ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା’ ଭଳି ଦୁଇଟି ଉପ ସ୍ତମ୍ଭ ରହିଛି । ଯୋଗାଣରେ ସୁଧାର ପାଇଁ “ପରିଚାଳନା ମାଧ୍ୟମରେ ପରିବର୍ତନ’ ଓ “ଯୋଗାଣ ଶୃଙ୍ଖଳାକୁ ପୁନଃ ବ୍ୟବସ୍ଥିତ କରିବା’ ଭଳି ଦୁଇଟି ପ୍ରମୁଖ ସ୍ତମ୍ଭ ରହିଛି । ସମ୍ବଳର ମୂଲ୍ୟକୁ ଉନ୍ମୁକ୍ତ କରିବା ଲାଗି ପ୍ରାକୃତିକ, ଆର୍ଥିକ ଓ ତଥ୍ୟ ସମେତ ମାନବ ଏବଂ ସାଂସ୍କୃତିକ ସମ୍ବଳ ସହାୟକ ହେବ । ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଏହି ସ୍ତମ୍ଭଗୁଡ଼ିକୁ ଡାଟା ପ୍ରଯୁକ୍ତି ସାହାଯ୍ୟ କରିବ ଏବଂ ସହନଶୀଳତା ସୃଷ୍ଟି କରିବ । ମୋଟ ଉପରେ ଏହି ରିପୋର୍ଟରେ ସୁଧାର ଓ ଅଭିବୃଦ୍ଧି ପାଇ ୨୭ ପ୍ରମୁଖ ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ନଅଟି କ୍ଷେତ୍ରର ଗଭୀର ବିଶ୍ଳେଷଣ ସହିତ ନିର୍ଦିଷ୍ଟ ପ୍ରଭାବ


ମହାମାରୀ ପୂର୍ବ ସମୟରେ ଆମ ଜିଡିପି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପ୍ରତି ୭୫ଧ ଅବଦାନ ରଖୁଥିବା ନଅଟି କ୍ଷେତ୍ରକୁ ଏହି ରିପୋର୍ଟରେ ବିଶ୍ଳେଷଣ କରାଯାଇଛି । କଂଜ୍ୟୁମର ଆଣ୍ଡ୍‌ ରିଟେଲ୍‌, ସ୍ୱାସ୍ଥ୍ୟ ଓ ଫାର୍ମା, ଅଟୋମୋଟିଭ୍‌ ଏବଂ ଶିଳ୍ପ ଉତ୍ପାଦ କ୍ଷେତ୍ର ମୁଖ୍ୟତଃ ନୂତନ ଉତ୍ପାଦ ଏବଂ ୱେଲନେସ୍‌, ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ଗ୍ରାହକଙ୍କ ଚାହିଦାରେ ଘଟିଥିବା ପରିବର୍ତନ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଶକ୍ତି ଓ ଖଣି, ଭିତିଭୂମି ଓ ଲଜିଷ୍ଟିକ୍ସ, ସୂଚନା ପ୍ରଯୁକ୍ତି ଓ ଶିକ୍ଷା କ୍ଷେତ୍ର ଉନ୍ମୁକ୍ତ କରାଯିବା ଦ୍ୱାରା ଡାଟା ପ୍ରବାହ ନିରବଚ୍ଛିନ୍ନ ରହିବ, ତେଣୁ ମୌଳିକ ଭିତିଭୂମି ଓ ସଂବଳ ଚିନ୍ତାମୁକ୍ତ ହେବ । ଆର୍ଥିକ ସେବା କ୍ଷେତ୍ର ଉନ୍ମୁକ୍ତ ହେଲେ ଅର୍ଥନୀତିକୁ ପୁଞ୍ଜି ପ୍ରବାହ ନିଶ୍ଚିତ ହେବ, ସରକାରୀ କ୍ଷେତ୍ର ପ୍ରମୁଖ ସାବ୍ୟସ୍ତ ହେବ ଏବଂ ଆଗାମୀ କିଛି ବର୍ଷ ପାଇଁ ଏହା ପ୍ରତ୍ୟକ୍ଷ ପ୍ରୋତ୍ସାହନକାରୀ ହୋଇପାରିବ । ଦେଶରେ ସର୍ବାଧିକ ନିଯୁକ୍ତିକୁ ସମର୍ଥନ କରୁଥିବା କୃଷି କ୍ଷେତ୍ର ସମସ୍ତ ଅଂଶୀଦାରଙ୍କ ଗୁରୁତ୍ୱରେ ରହିବ । ଶେଷରେ, ଏମ୍‌ଏସ୍‌ଏମ୍‌ଇ କେବଳ ଏକ କ୍ଷେତ୍ର ନୁହେଁ, ଏହା ସମଗ୍ର ନଅଟି କ୍ଷେତ୍ରର ନିଯୁକ୍ତି ଓ ଉତ୍ପାଦକତାକୁ ପ୍ରଭାବିତ କରଛି ଏବଂ ଏହାକୁ ପ୍ରମୁଖ ଅଭିବୃଦ୍ଧି ଦୃଷ୍ଟିକୋଣରୁ ଅନୁଶୀଳନ କରାଯାଇଛି ।

ସୁଧାର ଆକଳନ କରିବା ଯଦିଓ କଷ୍ଟକର, କିନ୍ତୁ ଏହି ରିପୋର୍ଟରେ ସଦ୍ୟତମ ପିଡବ୍ଲୁସି ସିଏକ୍ସଓ ସର୍ଭେ ସମେତ ସାରା ଦେଶର ୧୫୦୦ ଲୋକଙ୍କୁ ନେଇ ହୋଇଥିବା ବ୍ୟାପକ ଗ୍ରାହକ ସର୍ଭେକୁ ନେଇ କୁହାଯାଇଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ (କ୍ୟୁ୨)ରେ ଅର୍ଥନୈତିକ ସୁଧାର ହେବାର ଦେଖାଯାଉଛି । ସଂକ୍ରମଣକୁ ରୋକିବା ଏବଂ ଟିକା ଆବିସ୍କାର କରିବା ଏବଂ ତାହାର ପରିଚାଳନା ଉପରେ ସବୁ କିଛି ନିର୍ଭର କରୁଛି ।

ମୂଲ୍ୟର ଉପସ୍ଥାପନା ଓ ଏକ ସାମଗ୍ରିକ ସମାଜ ଦର୍ଶନ


ଏହି ରିପୋର୍ଟରେ ୧୦ଟି ମୂଲ୍ୟ ଉପସ୍ଥାପନା ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ସୁଧାର ଓ ଅଭିବୃଦ୍ଧିକୁ ଅନାଇ ରହିଥିବା ସଂସ୍ଥାଗୁଡ଼ିକ ବିଚାରକୁ ନେଇପାରିବେ । ଚାହିଦାର ଗନ୍ଧ ବାରିବା, ବିକେନ୍ଦ୍ରୀକରଣ ଚାହିଦାର ମଡେଲ୍‌କୁ ଜାଣିବା, ଉତ୍ପାଦ ଓ ସେବା ପୋର୍ଟଫୋଲିଓକୁ ପୁନଃ ସନ୍ତୁଳିତ କରିବା, ଭବିଷ୍ୟତ ପାଇଁ ଉପଯୁକ୍ତ ମୂଲ୍ୟ ଢ଼ାଂଚା, ବ୍ୟାପକ ଡିଜିଟାଲ୍‌ ପରିବର୍ତନ ଏବଂ ବିଶ୍ୱ ଓ ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ପୁନର୍ଗଠିତ କରିବା ସହିତ ଏହା ସମ୍ପର୍କିତ ରହିଛି । ଶେଷରେ, ବିଭିନ୍ନ ଉପାଦାନ ଭିତରେ ବିଶ୍ୱାସ ଜାଗ୍ରତ କରିବା ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ।
ସଂସ୍ଥାରେ ସମନ୍ୱିତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଲାଗି “ଏକ ସାମଗ୍ରିକ ସଂସ୍ଥା’ ପଦ୍ଧତି ଦରକାର । ବ୍ୟାପକ ସ୍ତରରେ ଏହା ଏକ ସାମଗ୍ରିକ ସମାଜ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବ ଯାହା ପ୍ରଯୁକ୍ତିକୁ ବ୍ୟବହାର କରିବା ଫଳରେ ଉତମ ସମନ୍ୱୟ ରକ୍ଷା କରାଯାଇପାରିବ ।

ପୂର୍ଣ୍ଣ ସୁଯୋଗ ଅଭିଳାଷ


ଏହା ଭାରତ ପାଇଁ ପରିବର୍ତନର ଏକ ମୁହୂର୍ତ । ଏକ ପୂର୍ଣ୍ଣ ମାନସିତା ପଦ୍ଧତିରୁ ଜଣାପଡ଼ିଛି ଯେ ଅର୍ଥନୀତିକୁ ପଛକୁ ଟାଣୁଥିବା ପ୍ରତିବନ୍ଧକଗୁଡ଼ିକୁ ଆମେ ହଟାଇପାରିବା, ଆମେ କେବଳ ସୁଧାର ଆଣିପାରିବା ତାହା ନୁହେଁ ବରଂ ଦୃଢ଼ ଭାବେ ଉଦୀୟମାନ ହେବା । ପ୍ରାରମ୍ଭିକ ସଙ୍କେତରୁ ଜଣାପଡ଼ିଛି ଯେ ବିଗତ ପାଂଚ ବର୍ଷରେ ୬.୮ଧର ହାରାହାରି ଅଭିବୃଦ୍ଧି ହାର ସୁଧାରର ପରବର୍ତୀ ପର୍ଯ୍ୟାୟରେ ଆହୁରି ବୃଦ୍ଧି ପାଇବ, ଯଦି ଆମେ ମିଳିତ ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରି ଏହି ପ୍ରତିବନ୍ଧକଗୁଡ଼ିକୁ ହଟାଇପାରିବା । ପୂର୍ଣ୍ଣ ସୁଯୋଗ ଅଭିଳାଷ ହାସଲ କରିବା ଲାଗି ରିପୋର୍ଟରେ ୧୦ଟି ପ୍ରମୁଖ ବିଷୟ ଉପରେ ଉଲ୍ଲେଖ କରାଯାଇଛି । ଯଦି ଆମେ ଏହା କରିପାରିବା ତେବେ ଆମେ କେବଳ ଅର୍ଥନୀତିକୁ ଫେରିପାଇବା ତାହା ନୁହେଁ ବରଂ ତାହାକୁ ପୁନଃ ଆବିସ୍କାର କରିପାରିବା ।
ସ୍ୱାଧୀନତା ଦିବସ ସପ୍ତାହରେ ଉନ୍ମୋଚିତ ହୋଇଥିବା ଏହି ରିପୋର୍ଟ କେବଳ ନୂତନ ମାନସିକତା ନୁହେଁ ବରଂ ସାରା ଦେଶର ଘରୋଇ କ୍ଷେତ୍ର ଓ ସରକାରୀ କ୍ଷେତ୍ରର ପୂର୍ଣ୍ଣ ସୁଯୋଗ ମାନସିକତା ଆବଶ୍ୟକ କରୁଛି । ମିଳିତ ଉଦ୍ୟମରେ ଆମେ ଆମେ ଅର୍ଥନୀତି ଓ ଦେଶରେ ସୁଧାର ଆଣି ତାହାକୁ ମଧ୍ୟବର୍ତୀକାଳୀନ ଭିତିରେ ସଠିକ୍‌ ପଥରେ ଅବସ୍ଥାପିତ କରିପାରିବା ।

• ଆସନ୍ତା ତିନି ବର୍ଷରେ ସୁଧାର ଓ ଅଭିବୃଦ୍ଧି ପାଇଁ ଜିଡିପି ପ୍ରତି ୭୫ଧ ଅବଦାନ ରଖୁଥିବା ନଅଟି କ୍ଷେତ୍ରର ଅନୁସନ୍ଧାନ
• ଘରୋଇ, ସରକାରୀ ଓ ନାଗରିକଙ୍କୁ ନେଇ ଏକ ସାମଗ୍ରିକ ସମାଜ କାର୍ଯ୍ୟକାରିତା ପାଇଁ ପରାମର୍ଶ
• ଅଭିବୃଦ୍ଧି ପାଇଁ ନୀତି, ଡିଜିଟାଲ୍‌ ଓ ଭିତିଭୂମି ପ୍ଲାଟଫର୍ମରେ ଉଦ୍ୟମ ପାଇଁ ପରାମର୍ଶ
• ଅର୍ଥନୀତିର ସମୃଦ୍ଧି, ବ୍ୟାପକତା, ଉଚ୍ଚତର, ସଂଗଠିତ ଓ ଡିଜିଟାଲ୍‌କରଣ କରିବାକୁ ଆହ୍ୱାନ
• ସୁଧାର ପରେ ଜିଡିପିକୁ ୯ଧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ୧୦ଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱାରୋପ
• ଏକ ତିନି ବର୍ଷିଆ ଜାତୀୟ ଯାତ୍ରା “ଇଣ୍ଡିଆ ଆଟ୍‌ ୭୫’ ପାଇଁ ସମ୍ପୂର୍ଣ୍ଣ ଅଭିବୃଦ୍ଧି ମନୋଭାବ ରଖିବାକୁ ଆହ୍ୱାନ