ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ଝାଡଖଣ୍ଡ: ଝାଡଖଣ୍ଡର ଗଢବା ଜିଲ୍ଲାରେ ନିର୍ଦ୍ଦୟ ପ୍ରେମିକର ଧୋକାବାଜି । ପ୍ରେମଜାଲରେ ଫସାଇ ଯୁବତୀକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଯୌନଶୋଷଣ କରୁଥିଲା । ଯେତେବେଳେ ଯୁବତୀ ଜଣକ ଗର୍ଭବତୀ ହୋଇଗଲା, ସେତେବେଳେ ଅଭିଯୁକ୍ତ ପ୍ରେମିକ ଜଣକ ବିବାହ କରିବାକୁ ଅନିଛା ପ୍ରକାଶ କରିଥିଲା । ଅଭିଯୁକ୍ତ ପ୍ରେମିକକୁ ଭେଟିବାକୁ ଯାଇଥିବା ପ୍ରେମିକାକୁ ପୁଣିଥରେ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଗର୍ଭବତୀ ଯୁବତୀର ଦେହ ଖରାପ ହେବାରୁ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ମୁତାବକ ମେରାଲ ଥାନା ଅଂଚଳର ପୂର୍ବ ମେରାଲ ପ୍ରଖଣ୍ଡରେ ରହୁଥିବା ଜଣେ ଯୁବତୀ ସହ ଏପରି ହୋଇଛି । ଦୁଇବର୍ଷ ପୂର୍ବରୁ ନିଜ ଭଉଣୀ ବାହାଘରରେ ଅଭିଯୁକ୍ତ ପ୍ରେମିକ ସହ ତାଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଭିଯୁକ୍ତ ଯୁବକ ଅହମ୍ମଦ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା । ଏହା ପରେ ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ।

ଏହି ଘଟଣା ପରେ ଗତ ନଭେମ୍ବର ୨୫ରେ ପ୍ରେମିକା ଜଣକ ଯୁବକଙ୍କୁ ଭେଟିବାକୁ ଚିନିଆ ଯାଇଥିଲେ । ଯୁବକ  ଜଣକ ପୁଣିଥରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ବୟାନକୁ ଆଧାର କରି ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି ।